ବୁଗୁଡ଼ା : ତା ୨୯/୦୬/୨୩ : ଗୁରୁବାର ଆଷାଢ ଶୁକ୍ଲ ଏକାଦଶୀ । ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ବା ବଡ଼ତଢାଉ ବେଶ ଅନୁଷ୍ଠିତ ହୋଇଯାଇଛି । ରଥ ଉପରେ ବିଶ୍ବନିୟନାଙ୍କୁ ସୁନାବେଶରେ ଦେଖୁଥିଲେ ଶ୍ରଦ୍ଧାଳୁ । ଅନ୍ୟପକ୍ଷରେ ସୁନାବେଶ ଲାଗି ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା । ତେବେ
ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଢାଉ ବେଶ ମଧ୍ୟ କୁହାଯାଏ । ଠାକୁରଙ୍କ ଯାବତୀୟ ନୀତିକାନ୍ତି ସମ୍ପନ୍ନ ପରେ ଭକ୍ତଙ୍କୁ ଦର୍ଶନର ସୁଯୋଗ ଦିଆଯାଇଥିଲା। ବହୁବିଧ ଅଳଙ୍କାରେ ବିଭୂଷିତ ବିଶ୍ବନିୟନ୍ତାଙ୍କ ଏହି ଅପୂର୍ବ ବେଶ ଦର୍ଶନ ପାଇଁ ବୁଗୁଡ଼ା ବଡ଼ଦାଣ୍ଡରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ପରି ଠାକୁରଙ୍କ ସୁନାବେଶ ବେଶ କାର୍ଯ୍ୟକ୍ରମ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିଲା ।
