Odisha news

ବନୀକରଣ ନାମରେ ଡାଳିଯୋଡା ବନାଞ୍ଚଳରେ ବନୀକରଣ ନାମରେ କୋଟିକୋଟି ଟଙ୍କା ଆତ୍ମସାତ ଘଟଣା : ୭ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଆରସିସିଏଫଙ୍କ ନିର୍ଦ୍ଦେଶ,ହରଡ ଘଣାରେ ରେଞ୍ଜର ଓ ଫରେଷ୍ଟର

0

ଚଣ୍ଡିଖୋଲ : କଟକ ବନଖଣ୍ଡ ଅଧିନ ଯାଜପୁର ଜିଲ୍ଲାର ଡାଳିଯୋଡା ବୈରୀ ବନାଞ୍ଚଳରେ ବନୀକରଣ ନାମରେ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ କୋଟିକୋଟି ଟଙ୍କା ଆତ୍ମସାତ ହୋଇଥିବା ଘଟଣାନେଇ ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଦୀର୍ଘଦିନ ଚାପିରଖିବା ଘଟଣା ଏବେ ବିଭାଗୀୟ ଅଧିକାରୀ ମନଙ୍କ ପାଇଁ ମହଙ୍ଗା ପଡିଛି! ଏହି ଦୁର୍ନୀତି ନେଇ ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଚାପି ଦିଆଯାଇଥିବା ନେଇ ଦୈନିକ ସମୟ ସହ ଅନ୍ୟଏକ ଖବର କାଗଜରେ ତଥ୍ୟ ଭିତିକ ଖବର ପ୍ରକାଶ ପାଇବା ପରେ ଏହାକୁ ବନବିଭାଗର ଉଚ୍ଚ ଅଧିକାରୀ ମାନେ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି! ପ୍ରକାଶିତ ଖବର ଆଧାରରେ ବନବିଭାଗର ଅନୂଗୁଳ ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସରକ୍ଷକ (ଆରସିସିଏଫ) ୭ଦିନ ମଧ୍ୟରେ ଏହି ଘଟଣାର ତଦନ୍ତକରି ରିପୋର୍ଟ ଦାଖଲ ପାଇଁ କଟକ ଡିଏଫଓଙ୍କୁ ଗତ ୨୨ ତାରିଖ ଦିନ ନିର୍ଦ୍ଦେଶ ଦେଇଛନ୍ତି! ଆରସିସିଏଫଙ୍କ ଏହି ତଦନ୍ତ ନିର୍ଦ୍ଦେଶ ପରେ ଉକ୍ତ ଦୁର୍ନୀତିରେ ସପୃକ୍ତ ଡାଳିଯୋଡା ବୈରୀ ରେଞ୍ଜର ଅଭିରାମ ଜେନା,ଚଣ୍ଡିଖୋଲର ତତ୍କାଳୀନ ଫରେଷ୍ଟର ଶଶି ବେହେରାଙ୍କ ସହ ସମସ୍ତ ତଳିଆ କର୍ମଚାରୀ ହରଡଘଣାରେ ପଡିଥିବା ଆଲୋଚନା ହେଉଛି! ଏହି ଦୁର୍ନୀତି ନେଇ ଡାଳିଯୋଡା ବନାଞ୍ଚଳର ବର୍ତ୍ତମାନ ରେଞ୍ଜର ଅଭିରାମ ଜେନା ଓ ଚଣ୍ଡିଖୋଲ ସେକସନର ତତ୍କାଳୀନ ଫରେଷ୍ଟର ଶଶିଭୁଷଣ ବେହେରାଙ୍କ ନାମରେ ୧୫ କୋଟିରୁ ଉର୍ଦ୍ଧ୍ବ ଆର୍ଥିକ ଅନିୟମିତତା ନେଇ ସିଧାସଳଖ ଲୋକାୟୁକ୍ତଙ୍କ ନିକଟରେ ମାମଲା ଦାୟର ହୋଇଥିଲା ! ଲୋକାୟୁକ୍ତ ଗତ ଦେଢବର୍ଷ ତଳେ ଏହି ଘଟଣାର ତଦନ୍ତକରି ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଗଥିଲେ! ହେଲେ ପରିତାପର ବିଷୟ ରାଜ୍ୟ ଭିଜିଲାନ୍ସ ଅଦ୍ୟାବଧି ଏତେବଡ ଦୁର୍ନୀତିର ତଦନ୍ତ ରିପୋର୍ଟ ଦାଖଲ କରିବାରେ ଅସମର୍ଥ ହୋଇ ଶେଷରେ ରାଜ୍ୟ ଭିଜିଲାନ୍ସ ଏସପି ଏହାର ତଦନ୍ତ କରିବାକୁ ବନବିଭାଗକୁ ଚିଠିଦେଇ ଚୁପହୋଇ ବସି ଯାଇଥିଲେ! ଅବଶ୍ୟ ରାଜ୍ୟ ଭିଜିଲାନ୍ସ ଏସପି ଲୋକାୟୁକ୍ତଙ୍କ ସିଡିପିଆର ନମ୍ବର ୩୦୫/୨୦୨୨କୁ ଆଧାରକରି ଵନ ବିଭାଗକୁ ଦେଇଥିବା ତାଙ୍କ ଚିଠିରେ ତଦନ୍ତକୁ ଅତି କଠୋର ଓ ବୈଷୟିକ ଜ୍ଞାନ କୌଶଳ ଅବଲମ୍ବନକରି ଶକ୍ତିଶାଳୀ ଡ୍ରୋନ କ୍ୟାମେରା ସାହାଯ୍ୟରେ ଆକାଶ ମାର୍ଗରୁ ବନିକରଣ ହୋଇଥିବା ସ୍ଥାନ ଗୁଡିକର ଚିତ୍ର ଉତ୍ତୋଳନ କରି ତଦନ୍ତରେ ତାହାକୁ ସ୍ଥାନଦେବା ସହ ସେହିସବୁ ସ୍ଥାନ ମାନଙ୍କରେ କେତେ ଚାରା ରୋପଣ ହୋଇଥିଲା ଓ ସେଠାରେ ଏବେ କେତେ ସଖ୍ୟକ ବୃକ୍ଷ ରହିଛି ତାହା ଆକଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ!  ଭିଜିଲାନ୍ସ ବିଭାଗର ଏହି ନିର୍ଦ୍ଦେଶନାମା ଦୀର୍ଘ ଦିନତଳୁ ବନବିଭାଗର ହସ୍ତଗତ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ତଦନ୍ତକୁ ସମ୍ପୂର୍ଣ୍ଣ ଚାପି ରଖିଥିଲେ! ଗୁରୁତ୍ୱ ପୂର୍ଣ୍ଣ କଥା ଯେ, ବନ ବିଭାଗର ଅଧିକାରୀ ମାନଙ୍କ ବିରୁଦ୍ଧରେ କୋଟିକୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ନେଇ ହୋଇଥିବା ଏହି ଗୁରୁତର ଅଭିଯୋଗକୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ସତ୍ୱେ କାହିଁକି ଭିଜିଲାନ୍ସ ନିଜେ ଏହାର ତଦନ୍ତ ନକରି ସେହି ବନ ବିଭାଗକୁ ତଦନ୍ତ କରିବାକୁ ଚିଠି ଲେଖିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା! ଏହି ଦୁର୍ନୀତିରେ ନିଜ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସପୃକ୍ତ ଥିବାରୁ ସେମାନଙ୍କ ବିରୁଦ୍ଧରେ ସେହି ବିଭାଗ କିପରି ଢଙ୍ଗରେ ଆଉ କଣ ତଦନ୍ତ କରିବ ତାହା ମଧ୍ୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଥିଲା! ତେବେ ନିଜ ବିଭାଗର ଏହି ବିରାଟ ଦୁର୍ନୀତିକୁ ଲୁଚାଇଦେଇ ସପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଖସାଇ ଦେବାକୁ ବଡ ଧରଣର ଡିଲ ହେବାସହ ଜାଣିସୁଣି ତଦନ୍ତ ପ୍ରକ୍ରିୟାକୁ ବିଳମ୍ବିତ କରାଯାଉଥିବା ଲୋକାୟୁକ୍ତଙ୍କ ନିକଟରେ ମାମଲା ଦାଖଲ କରିଥିବା ଆବେଦନକାରୀଙ୍କ ଅଭିଯୋଗକୁ ନେଇ ଗତ  କରିଛନ୍ତି! ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଭିତିକରି ଦୈନିକ ସମୟରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା! ଯାହାକୁ ଆଧାରକରି ଆରସିସିଏଫ ଏବେ ଉକ୍ତ ଘଟଣାର ତଦନ୍ତକରି ରିପୋର୍ଟ ଦାଖଲ ପାଇଁ କଟକ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି! ମାମଲାର ତଥ୍ୟ ଅନୁଯାୟୀ ଗତ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ଡାଳିଯୋଡା ବୈରୀ ବନାଞ୍ଚଳର ନହଳାରେ ୫୦ ହେଷ୍ଟର, ମହାବିନାୟକ ଦଖିଣ ପାର୍ଶ୍ଵରେ ୨୦ ହେଷ୍ଟର,କାଳିଆମ୍ବ ପିଆରଏଫରେ ୨୨ ହେଷ୍ଟର,ଓଉଝରରେ ୫୦ ହେଷ୍ଟର,ରଙ୍ଗମାଟିଆରେ ୭୦ ହେଷ୍ଟର,ନଳିଦା ଏଏଏନଆର ରେ ୫୦ ହେଷ୍ଟର,ଚଣ୍ଡିତଳରେ ୯.୩୭ ହେଷ୍ଟର,ସୁନ୍ଦୁରିଆରେ ୨୦ ହେଷ୍ଟର,ପୁରୁଷୋତ୍ତମପୁର ଶାଶନରେ ୧୦ ହେଷ୍ଟର, ମହାଖଳାରେ ୧୦ ହେଷ୍ଟର,ହଳଦିବସନ୍ତରେ ୨୦ ହେଷ୍ଟର,କ୍ଷେତ୍ରପାନରେ ୧୦ ହେଷ୍ଟର,ବାଘୁଆରେ ୧୦ ହେଷ୍ଟର,ମହିସାଲଣ୍ଡାରେ ୨୦ ହେଷ୍ଟର,ମଣିଆରେ ୨୦ ହେଷ୍ଟର,ମହାବିନାୟକ କୁମ୍ଭାରଶାଳରେ ୨୦ ହେଷ୍ଟର,କରଞ୍ଜିଆରେ ୧୯ ହେଷ୍ଟର,କେନ୍ଦୁଗଡିଆରେ ୨୦ ହେଷ୍ଟର,ବଡଝରୀରେ ୪୦ ହେଷ୍ଟର,ପନ୍ତୁରୀରେ ୨୦ ହେଷ୍ଟର,ପନ୍ତୁରୀ ପାହାଡରେ ୩୯ ହେଷ୍ଟର ବନିକରଣ କରାଯାଇଛି! ତଥ୍ୟ ଅନୁଯାଇ ଏହି ଦୁଇ ଆର୍ଥିକ ବର୍ଷରେ ଏଠାରେ ପ୍ରାୟ ୬୦୦ ହେଷ୍ଟର ସ୍ଥାନରେ ବନିକରଣ କରାଯାଇ ପ୍ରାୟ ୧୬ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ବ୍ୟୟ କରାଯାଇଛି! ନିୟମ ଅନୁଯାଇ ବନୀକରଣରେ ୭୦ରୁ ୯୦ ପ୍ରତିଶତ ଗଛ ବଞ୍ଚିଲେ ମଞ୍ଜୁରୀ ଅର୍ଥର ଶତ ପ୍ରତିଶତ ପୈଠ।ହେବାକଥା! କିନ୍ତୁ ବନୀକରଣ ହୋଇଥିବା ଏହିସବୁ ସ୍ଥାନରେ ମାତ୍ର ୫୦ ପ୍ରତିଶତ ମଧ୍ୟରେ ଗଛ ବଞ୍ଚିଥିବା ବେଳେ ଶତପ୍ରତିଶତ ଗଛ ବଞ୍ଚିଥିବା ଦର୍ଶାଇ ବିଭାଗୀୟ ରେଞ୍ଜର ଓ ଫରେଷ୍ଟର ମାନେ ଚଞ୍ଚକତା କରି ସବୁ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି! ଏହି ଘଟଣାରେ ଲୋକାୟୁକ୍ତଙ୍କ ନିକଟରେ ଯେଉଁ ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ନାମରେ ମାମଲା ଦାୟର ହୋଇଛି ସେଥିରୁ ରେଞ୍ଜର ଅଭିରାମ ଜେନା ଏବେବି ଡାଳିଯୋଡା ରେଞ୍ଜର ଥିବାସ୍ଥଳେ ଆଉ କିଛିଦିନ ପରେ ସେ ଅବସର ନେବେ ଓ ସେତେବେଳର ଚଣ୍ଡିଖୋଲ ଫରେଷ୍ଟର ଶଶି ବେହେରା ଇତି ମଧ୍ୟରେ ପଦୋନ୍ନତି ପାଇ ଅତିରିକ୍ତ ରେଞ୍ଜର ଭାବେ ଯାଜପୁର ଜିଲ୍ଲାର ଟମକା ଡୁବୁରୀ ଠାରେ ଅବସ୍ଥାପିତ ହୋଇଛନ୍ତି ଓ ଅନ୍ୟଜଣେ ଫରେଷ୍ଟର ପଦୋନ୍ନତି ପାଇ ଗଡମଧୁପୁର ସେକସନରୁ ଅନ୍ୟତ୍ର ଚାଲି ଯାଇଥିବା ଜଣାପଡିଛି! ଯଦି ସଠିକ ସମୟରେ ଏହି ଦୁର୍ନୀତି ଘଟଣାର ତଦନ୍ତ ଶେଷ ହୋଇଥାନ୍ତା ତେବେ ପଦୋନ୍ନତି ବଦଳରେ ଏମାନଙ୍କୁ ନିଶ୍ଚିତ ଦଣ୍ଡ ମିଳିପାରିଥାନ୍ତା ବୋଲି ମଧ୍ୟ ମାମଲାର।ଆବେଦନକାରୀ କ୍ଷୋଭରସହ କହିଛନ୍ତି

Leave A Reply