Odisha news

ମୌଳାଭଞ୍ଜ ବସ୍ ଟ୍ରାଜେଡି ଘଟଣା ସରକାରୀ ବସର ଓଭର ସିଡ୍ କାରଣରୁ ଘଟିଥିଲା ଦୁର୍ଘଟଣା :ଏସପି

0

ବ୍ରହ୍ମପୁର, ୨୭।୬ – ମୌଳାଭଞ୍ଜ ବସ୍ ଟ୍ରାଜେଡିର ପ୍ରାଥମିକ ଅନୁସନ୍ଧାନ କରିଛି ବ୍ରହ୍ମପୁର ପୁଲିସ। ଓଏସ୍‌ଆର୍‌ଟିସି ବସ୍‌ର ଓଭର ସିଡ୍ କାରଣରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରେ ଜଣାପଡିଛି ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି ଡା.ସରବଣା ବିବେକ ଏମ୍ । ଓଏସ୍‌ଆର୍‌ଟିସି ବସ୍ ଡ୍ରାଇଭର ମାନସ ପ୍ରଧାନ ଓ ମିନିବସ୍ ଡ୍ରାଇଭର କେଦାର
ପ୍ରଧାନ ମଦ ପିଇଥିଲେ କି ନାହିଁ ମେଡିକାଲ ପରୀକ୍ଷା କରାଯାଇଥିଲା। ଉଭୟ ଡ୍ରାଇଭର ମଦ ପିଇନଥିବା ମେଡିକାଲ ରିପୋର୍ଟରେ ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଉଭୟ ଗାଡ଼ିରେ ବସିଥିବା ଯାତ୍ରୀଙ୍କୁ ମଧ୍ୟ ପଚରାଉଚରା କରିଥିଲା। ଉଭୟ ଗାଡ଼ିରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା କି ନାହିଁ ଏବଂ ରାସ୍ତାରେ କିଛି ସମସ୍ୟା ରହିଛି କି ନାହିଁ ଅନୁସନ୍ଧାନ ହୋଇଥିଲା। କୌଣସି ସମସ୍ୟା ନଥିବା ଜଣାପଡିଛି। ଓଏସ୍‌ଆର୍‌ଟିସି ବସ୍ ଓଭର ସ୍ପିଡ୍‌ରେ ଆସୁଥିଲା ଏବଂ ଡ୍ରାଇଭର ଆଖି ପଡିଯିବାରୁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି ବୋଲି ଏସ୍‌ପି ବିବେକ କହିଛନ୍ତି। ଦୁର୍ଘଟଣା ସମ୍ପର୍କରେ ଦିଗପହଣ୍ଡି ଥାନା ଏସ୍‌ଆଇ ସ୍ଵର୍ୟଲତା ପାତ୍ର ଏତଲା ଦେଇଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି କେସ୍ ନମ୍ବର ୨୩୨/୨୦୨୩ରେ ମାମଲା ରୁଜୁ ହୋଇଥିଲା ଏବଂ ଆଇଆଇସି ଦିପ୍ତିରଞ୍ଜନ ପ୍ରଧାନ ଏହାର ତଦନ୍ତ କରିଥିଲେ । ଡ୍ରାଇଭର ମାନସ ରଞ୍ଜନ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମିନିବସ୍ ଡ୍ରାଇଭର କେଦାର ପ୍ରଧାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମିନି ବସ୍ (ଓଆର୧୦-୬୮୭୫)ର ଫିଟନେସ ନଥିଲା କିନ୍ତୁ ସେହି ଗାଡ଼ିକୁ ପରମିଟ୍ କିପରି ଦିଆଯାଇଥିଲା ତାହା ଆଶ୍ଚର୍ଯ୍ୟଜନକ। ସେପଟେ ଆର୍‌ଟିଓ ମାନସ ରଞ୍ଜନ ସାହୁ କହିଛନ୍ତି, ସେହି ଗାଡ଼ିକୁ ରାତିରେ ଚଳାଇବା ପାଇଁ ପରମିଟ୍ ଦିଆଯାଇନଥିଲା। ସେମାନେ ରାତି ୧୨ଟାରେ ସେହି ଗାଡ଼ିରେ ଯାତ୍ରୀ ବୋହିଛନ୍ତି। ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଏକ ଉଚ୍ଚସ୍ତରୀୟ କମିଟି ଏହାର ତଦନ୍ତ କରୁଛି। ସାନଖେମୁଣ୍ଡି ବ୍ଳକ୍ ଖଣ୍ଡଦେଉଳିର ସ୍ବର୍ଗତ ଅଶୋକ ପ୍ରଧାନଙ୍କ ମଝିଆ ଝିଅ ସୋନାଲିଙ୍କ ବିବାହ ଗତ ୨୫ତାରିଖରେ ବ୍ରହ୍ମପୁର  ହୋଇଥିଲା। ସୋନାଲିଙ୍କୁ ଶାଶୁ ଘରେ ଛାଡିବା ପରେ ମିନି ବସ୍ (ଓଆର୧୦ଏ-୬୮୭୫) ଯୋଗେ ଖଣ୍ଡଦେଉଳି ଫେରୁଥିଲେ କନ୍ୟାଯାତ୍ରୀ। ଗାଁ ଆଉ କିଛି ଦୂର ଅଛି ମୌଳାଭଞ୍ଜ ଛକରେ ସମ୍ମୁଖରୁ ଧକ୍କା
ଦେଇଥିଲା ରାୟଗଡା ଜିଲ୍ଲା ଗୁଡାରୀରୁ ଭୂବନେଶ୍ବର ଯାଉଥିବା ଓଏସ୍‌ଆର୍‌ଟିସି ବସ୍ (ଓଡି୦୨ବିଭି-୧୯୩୮) । କନ୍ୟାଯାତ୍ରୀର ୧୧ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲେ।

Leave A Reply