Odisha news

ମୃତ୍ୟୁ ବି ଆସିଥାଏ ଏହିଭଳି : ପଣ୍ଡୁବୀ ଟାଇଟନ ଜଳରାଶିରେ ଲୀନ, ଚାଲିଗଲା ୫ଟି ଜୀବନ

0

ନୂଆଦିଲ୍ଲୀ : ଟାଇଟନିକ ଜାହାଜ ପ୍ରାୟ ୧୧୧ ବର୍ଷ ପୂର୍ବେ ଗୋଟିଏ ଅନ୍ଧାର ରାତିରେ ଗୋଟିଏ ବଡ଼ ବରଫ ଶିଳା ରେ ବାଜି ବୁଡି ଯାଇଥିଲା l ସେହି ଅନ୍ଧାର ରାତ୍ରି ରେ ଅନେକ ଯାତ୍ରୀ ଗଭୀର ନିଦ୍ରାରେ ସୋଇଥିଲେ l ଯେତେବେଳେ ଏହି ଦୁର୍ଘଟଣା ଘଟିଲା ସେତେବେଳେ ଜାହାଜ ଟି ଘଣ୍ଟା ପ୍ରତି ୪୧ କିଲୋମିଟର ବେଗ ରେ ଯାଉଥିଲା l ଏହି ଜାହାଜ ଟି ଇଂଲଣ୍ଡ ର ସାଉଥମ୍ପେଟନ ରୁ ଆମେରିକା ର ନିଉୟର୍କ ଯାତ୍ରା କରୁଥିଲା l ୧୯୧୨ ଅପ୍ରେଲ ୧୪ ଓ ୧୫ ରାତିରେ ସମୁଦ୍ର ରେ ଲିନ ହୋଇ ଯାଇଥିଲା l ଏହି ଦୁର୍ଘଟଣା ରେ ପାଖାପାଖି ୧୫୦୦ ଲୋକ ଙ୍କ ର ଜୀବନ ଯାଇଥିଲା l ଆଜି ପର୍ଯ୍ୟନ୍ତ ଏହି ଦୁର୍ଘଟଣା କୁ ସବୁଠୁ ବଡ଼ ସମୁଦ୍ର ଦୁର୍ଘଟଣା ଭାବରେ କୁହାଯାଉଛି l ଟାଇଟନିକ ର ଧ୍ବଂସବଶେଷ ଅଟଲାଣ୍ଟିକ ମହାସାଗର ରେ ଏବେ ମଧ୍ୟ ରହିଛି l

ଆପଣ ଭାବୁଥିବେ ଆମେ ଆପଣଙ୍କୁ ଟାଇଟନିକ ର ଧ୍ବଂସାବଶେଷ ବିଷୟରେ କାହିଁକି କହୁଛୁ l ଏହା ପଛରେ ରହିଛି ଗୋଟିଏ କାରଣ l ଇତି ମଧ୍ୟରେ କିଛି କମ୍ପାନୀ ଟାଇଟନିକ ର ଧ୍ବଂସାବେଷସ ଦେଖିବା ପାଇଁ ଟ୍ରିପ ର ଆୟୋଜନ କରୁଛନ୍ତି l ସେହିଭଳି ଗୋଟିଏ କମ୍ପାନୀ ହେଉଛି ଓସନ ଗେଟ l କମ୍ପାନୀ ର ୱେବ୍ସାଇଟ ପକ୍ଷରୁ କୁହାଯାଇଛି ଯେ ଏହି କମ୍ପାନୀ ୨୦୨୧ ରେ ପ୍ରଥମ ଟ୍ରିପ ଆୟୋଜନ କରିଥିଲା l ଏହି କମ୍ପାନୀ କ୍ୟାପସୁଲ ଭଳି ଦେଖା ଯାଉଥିବା ପଣ୍ଡୁବି ଚଳାଇ ଥାଏ l ଯେଉଁ ପଣ୍ଡୁବି ଟି ଗାୟବ ହୋଇଗଲା ତାର ନାମ ହେଉଛି ଟାଇଟନ l ଏହାର ଆକାର ଗୋଟିଏ ଛୋଟ କାର ଭଳି , ଲମ୍ବା ୭ ମିଟର ପାଖାପାଖି ହେବ l ଏଥିରେ ମାତ୍ର ୫ ଜଣ ବସି ପାରିବେ l ଏହି ପଣ୍ଡୁବି ନିୟୁ ଫାଉଣ୍ଡ ଲ୍ୟାଣ୍ଡ ରୁ ଯାତ୍ରା ଆରମ୍ଭ କରିଥିଲା ଓ ଏଥିରେ ଯାତ୍ରୀ ମାନଙ୍କ ବସିବା ପାଇଁ କୌଣସି ସିଟ ବ୍ୟବସ୍ଥା ନଥିଲା , ସମସ୍ତେ ତଳେ ବସିବା ଭଳି ଟେକ ଲଗାଇ ବସି ପରିବେ lଏଥିରେ ଗୋଟିଏ ପ୍ରାଇଭେଟ ଟଏଲେଟ ରହିଛି l ଟାଇଟନିକ ନିକଟ ରେ ପହଞ୍ଚି ଫେରିବା ପାଇଁ ସମ୍ପୂର୍ଣ ଟ୍ରିପ ଟି ୮ ଦିନ ର l ଟାଇଟନିକ ର ଧ୍ବଂସାବେଶେଷ ଅଟଲାଣ୍ଟିକ ମହାସାଗର ର ପ୍ରାୟ ୪ ହଜାର ମିଟର ତଳେ l ଟାଇଟନ ଥରେ ବୁଡିବା ପରେ ପାଣିରେ ୯୬ ଘଣ୍ଟା ପର୍ଯ୍ୟନ୍ତ ଉପରେ ଭାସି ପାରିବ l ଏଥି ରେ ୧୭ ବର୍ଷରୁ ଉର୍ଧ୍ଵ ବ୍ୟକ୍ତି ଯାତ୍ରା କରି ପାରିବେ ଓ ଗୋଟିଏ ଟିକେଟ ର ମୂଲ୍ୟ ପାଖାପାଖି ୨ କୋଟି l ଟାଇଟନ କୁ ପୋଲାର ପ୍ରିଣ୍ଟସ ନାମକ ଜାହାଜ ସପୋର୍ଟ ଦେଉଥିଲା l

ଦିନଟି ଥିଲା ଜୁନ ୧୮ ତାରିଖ ,କାନାଡ଼ା ର ନ୍ୟୁଫାଉଣ୍ଡଲ୍ୟାଣ୍ଡ କୂଳରୁ ଯାତ୍ରା ଆରମ୍ଭ କରିଥିଲା l ବୁଡ଼ିବାର ୨ଘଣ୍ଟା ପାତ୍ରରେ ଟାଇଟନ ର ଯୋଗାଯୋଗ ଆଉ ହୋଇପାରି ନଥିଲା l ସମ୍ପର୍କ ଛିନ୍ନ ହେବାର ୮ଘଣ୍ଟା ପରେ ୟୁଏସ କୋଷ୍ଟ ଗାର୍ଡ ଙ୍କୁ ଆଲର୍ଟ କରାଯାଇ ଥିଲା l ଏହାପରେ କୋଷ୍ଟ ଗାର୍ଡ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ l

ଏଥିରେ କିଏ କିଏ ଯାତ୍ରା କରୁଥିଲେ ?
– ବ୍ରିଟିଶ -ପାକିସ୍ତାନୀ କୋଟିପତି ସହଜାଦା ଦାଉଦ ଓ ତାଙ୍କ ପୁତ୍ର ସୁଲେମାନ l ବ୍ରିଟିଶ ଉଦ୍ୟୋଗପତି ହାମିଶ ହାର୍ଡ଼ିଙ୍ଗ l ଓସନଗେଟ ର ସିଇଓ ଷ୍ଟାକଟନ ରଶ ଓ ଫ୍ରାନ୍ସର ପର୍ଯ୍ୟଟକ ପୋଲ ହେନେରୀ ନାର୍ଜେଲେଟ l ହାର୍ମିସ ହାର୍ଡ଼ିଙ୍ଗ ଜଣେ ଜଣାଶୁଣା ଗବେଷକ ଅଟନ୍ତି l ତାଙ୍କୁ ଖୋଜିବା ପାଇଁ ଆମେରିକା ଓ କାନାଡ଼ା ବ୍ୟତୀତ ଅନେକ ଅନ୍ତରାଷ୍ଟ୍ରୀୟ ଏଜେନ୍ସି ଶାମିଲ ହୋଇ ଯାଇଥିଲେ l

ଯେଉଁଠି ପଂଡୁବି ଟି ନିଖୋଜ ହୋଇଥିଲା, ସେଠାରୁ କିଛି ଶବ୍ଦ ଦୀର୍ଘ ସମୟ ପର୍ଯ୍ୟନ୍ତ ଆସୁଥିଲା l ଏହାପରେ ସର୍ଚ୍ଚ ଅପରେସନ କୁ ସେହି ଏରିଆ କୁ ସିଫ୍ଟ କରିଦିଆ ଯାଇଥିଲା l କିନ୍ତୁ ହାତରେ କିଛିବି ଲାଗି ନଥିଲା l ମିଳିଥିବା ସୂଚନା ଅନୁସାରେ ପଣ୍ଡୁବୀ ରେ ଅକ୍ସିଜେନ ସାରିବାର ସମୟ ରହିଥିଲା ୨୨ ଜୁନ ଦ୍ବିପ୍ରହର ପର୍ଯ୍ୟନ୍ତ , ଯାହା ସାରିବା ପରେ ପଣ୍ଡୁବି ଟାଇଟନ ନେଇ ଯାଇଥିବା ୫ଜଣ କୋଟି ପତି ଆଉ ନାହାନ୍ତି , ଏହି ଖବର ଦେଇଥିଲା ଓସନଗେଟ କମ୍ପାନୀ l

Leave A Reply