Odisha news

ଭିଣେଇ ଟାଙ୍ଗିଆ ଚୋଟରେ ଶଳା ଗୁରୁତର : ଅଭିଯୁକ୍ତ ଥାନା ରେ ଅଟକ

0
ବାଲିପାଟଣା ୨୦/୦୬ : ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ କୁ ମାଡ ମାରିଲା , ଘଟଣାକୁ ନେଇ ଶାଳକ ପଚାରିବାରୁ ଶାଳକକୁ ଟାଙ୍ଗିଆରେ ହାଣି ଲହୁ ଲୁହାଣ କଲା ଭିଣୋଇ । ଗୁରୁତର ଅବସ୍ଥାରେ ଶାଳକକୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର । ଅବସ୍ଥା ସଙ୍କଟାପନ୍ନ ହେବାରୁ  କ୍ୟାପିଟାଲ୍ ହସ୍ପିଟାଲ୍‌ ଏବଂ ପରେ ଭୁବନେଶ୍ଵର ଏମ୍ ସ ରେ ଭର୍ତ୍ତି ହୋଇଛନ୍ତି ଶାଳକ ।  ଏଭଳି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଫକିରପଡା ଗ୍ରାମରେ । ଫକିରପଡା ମହାନ୍ତି ସାହିର ସୁଜିତ ମହାନ୍ତି ଗ୍ରାମର ପ୍ରଶାନ୍ତ ଭୋଇଙ୍କ ଭଉଣୀଙ୍କୁ ପ୍ରେମ ବିବାହ କରିଥିଲେ | ବିବାହ ପରଠାରୁ ସୁଜିତ୍ ନିଶାସକ୍ତ ହୋଇ ତାଙ୍କୁ ସ୍ତ୍ରୀଙ୍କୁ ମାର ଧର କରନ୍ତି । ସୋମବାର ବିଳମ୍ବିତ ରାତ୍ରି ରେ ସୁଜିତ ପୁନର୍ବାର ନିଶାସକ୍ତ ହୋଇ ତାଙ୍କ ସ୍ତ୍ରୀ ଙ୍କୁ ମାଡ ମାରିଥିଲେ । ଭୟଭୀତ ହୋଇ ତାଙ୍କ ସ୍ତ୍ରୀ ବାପ ଘରକୁ ଯିବା ସହ ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ତାଙ୍କ ଶାଳକ ପ୍ରଶାନ୍ତ ଭୋଇ ପରିବାର ଲୋକଙ୍କ ସହ ସୁଜିତ୍‌ ଘର ନିକଟକୁ ଯାଇ ସୁଜିତ୍‌ କୁ ତାଗିଦ୍ କରିବା ସହ ପୁନର୍ବାର ଏପରି ନ କରିବାକୁ କହିଥିଲେ ।  ଏଥିରେ ସୁଜିତ୍‌ ଉତକ୍ଷିପ୍ତ ହୋଇ ଘରୁ ଏକ ଟାଙ୍ଗିଆ ଆଣି ପ୍ରଶାନ୍ତଙ୍କ ମୁଣ୍ଡକୁ ହାଣି ଦେଇଥିଲା । ପ୍ରଶାନ୍ତ ତଳେ ପଡିଯିବା ପରେ ପୁନର୍ବାର ଅଣ୍ଟା କୁ ଏକ ଚୋଟ ପକାଇଥିଲା ସୁଜିତ୍‌ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଶାନ୍ତଙ୍କୁ ମେଡ଼ିକାଲ୍‌ ନେଇଥିଲେ ପରିବାର ଲୋକ ।  ଖବର ପାଇବା ପରେ ବାଲିପାଟଣା ପୋଲିସ୍ ଗ୍ରାମରେ ଚଢାଉ କରି ଅଭିଯୁକ୍ତ ସୁଜିତ୍‌ କୁ ଥାନାରେ ଅଟକ ରଖିଛି ।
Leave A Reply