Odisha news

ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇବେ ମଞ୍ଜୁଲତା

0

କଣାସ,୨୦/୦୬/ :ସ୍ବାସ୍ଥ୍ୟ ହିଁ ସମ୍ପଦ ସେଇ ସ୍ବାସ୍ଥ୍ୟ ବିଭାଗରେ ସେବା ପାଇଁ ସମ୍ମାନ ପାଇବେ  ମଞ୍ଜୁଲତା ମହାରଣା।  ପୁରୀ ଜିଲ୍ଲା କଣାସ ବ୍ଲକ ସାହାସପୁର ଉପ ସ୍ବାସ୍ଥ୍ୟ କେନ୍ଦ୍ରର  ମହିଳା ସ୍ବାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ମଞ୍ଜୁଲତା ମହାରଣା । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୂର୍ମୁଙ୍କ ଠାରୁ  ମହିଳା ସ୍ୱାସ୍ଥ୍ୟ କର୍ମୀ ମଞ୍ଜୁଲତା ମହାରଣା ଗୁରୁବାର ଦିନ ପାଇବେ ଚଳିତ ବର୍ଷର ଜାତୀୟ ଫ୍ଲୋରେନ୍ସ ନାଇଟ ଏଙ୍ଗଲ ପୁରଷ୍କାର ।ଗତ ପ୍ରଳୟଙ୍କରୀ ବନ୍ୟାରେ ସମଗ୍ର କଣାସ ଅଞ୍ଚଳ ଜଳମଗ୍ନ ଥିବା ସମୟରେ ପ୍ରସବ ବେଦନା ପାଉଥିବା ଚାରିଜଣ ଗର୍ଭବତୀ ମହିଳାଙ୍କୁ ମଞ୍ଜୁଲତା ସାହସପୁର ଉପ ସ୍ବାସ୍ଥ୍ୟ କେନ୍ଦ୍ରରେ ସାହସର ସହିତ ସେମାନଙ୍କୁ  ପ୍ରସବ କରାଇ ସେମାନଙ୍କର ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଥିଲେ । ମଞ୍ଜୁଲତାଙ୍କ ଏଭଳି ସାହସିକତା କାର୍ଯ୍ୟ ପାଇଁ ପୁରୀ  ଜିଲ୍ଲା ଠାରୁ ଆରମ୍ଭ କରି ସରା ରାଜ୍ୟ ଆଜି ଗର୍ବିତ ।ମଞ୍ଜୁଲତା  ସାହସପୁର ଉପ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେବାଠାରୁ ଆଜି ପର୍ଯ୍ୟନ୍ତ ୧୦୬ ମହିଳାଙ୍କୁ ନିରାପଦ ଭାବରେ ପ୍ରସବ କରାଇ ସମସ୍ତଙ୍କର  ପ୍ରିୟଭାଜନ ହୋଇପାରିଛନ୍ତି ।ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବା ସହ କଣାସ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ରମେଶ ଚନ୍ଦ୍ର ବେହେରା ଓ ଅନ୍ୟାନ୍ୟ ଅଧିକାରୀ ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ଓ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଁ  ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply