ଆଠଗଡ଼ ତା ୧୯-୦୬-୨୩ସୋମବାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚବିଶ ଘଣ୍ଟା କଣ୍ଟ୍ରୋଲ ରୁମ୍ କିଭଳି କାର୍ଯ୍ୟ କରିବ, ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଏହାର ସୁପରିଚାଳନା ହୋଇ ପାରିବ ତାହାର ଏକ ପ୍ରଶିକ୍ଷଣ ସହିତ ଆଜି ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି।ମହାକଳବସ୍ତ ପଞ୍ଚାୟତ ର ଦହିସରା ଏବଂ କଟକିଆ ସାହି ପଞ୍ଚାୟତ ପାଟେଣୀ ଗାଁ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ରେ ଆଜି ଏ ସମ୍ପର୍କରେ ଏକ ସାମୁହିକ ଅଭ୍ୟାସ ତହସିଲଦାର ପ୍ରିୟବ୍ରତ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପସ୍ଥିତ ସ୍ଵେଚ୍ଛାସେବୀ ସରକାରୀ କର୍ମଚାରୀ ବିପର୍ଯ୍ୟୟ ସମୟରେ କିଭଳି କାର୍ଯ୍ୟ କରିବେ ତାହାର ତାଲିମ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଠଗଡ଼ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ଜେନା ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡ଼ଙ୍ଗୀ ଏନ୍ ଜି ଓ ଅଧିକାରୀ ଅନିଲ କୁମାର ମହାନ୍ତି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଚୌଧୁରୀ, ରାଜେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।