ବୁଗୁଡ଼ା : ତା ୧୫/୦୬/୨୩ : ବୁଗୁଡ଼ା ବ୍ଲକର ଉଦ୍ଯାନ କୃଷି ବିଭାଗରେ ନିଯୁକ୍ତ ଜନୈକ ଉଦ୍ଯାନ ସାଥୀ ରତିକାନ୍ତ ସେଠୀ ଙ୍କ କାରନାମାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ସେ ନିଜକୁ ଅଫିସର ବୋଲାଇ ଚାଷୀଙ୍କ ଠାରୁ ଅସତ୍ ଉପାୟରେ ଅର୍ଥ ଆଦାୟ କରୁଥିବା ନେଇ ସଙ୍ଗୀନ୍ ଅଭିଯୋଗ ହୋଇଛି ।ଚାଷୀମାନଙ୍କ ଅଭିଯୋଗ ପ୍ରକାରେ ସଂପୃକ୍ତ ଉଦ୍ଯାନ ସାଥୀ ଜଣକ କୁଆଡେ ସେମାନଙ୍କୁ ଆମ୍ବ, କାଜୁ, ଲେମ୍ୱୁ ଗଛ ଯୋଗାଇ ଦେବ କହି ଟଙ୍କା ଆଦାୟ କରୁଛନ୍ତି ଏବଂ ଗଛ ନ ଲଗାଇ କିଛି ଲୋକଙ୍କ ନାମରେ ଜବ୍ କାର୍ଡ କରି ଉଠାଣ ଟଙ୍କାକୁ ଭାଗ ବାଣ୍ଟି ନେଉଛନ୍ତି । ଏ ନେଇ କେତେକ ଚାଷୀଙ୍କ ସମ୍ମିଳିତ ସ୍ବାକ୍ଷର ସମ୍ବଳିତ ଏକ ଅଭିଯୋଗ ପତ୍ର ଉଦ୍ଯାନ କୃଷି ଉପ-ନିର୍ଦ୍ଦେଶକ, ବ୍ରହ୍ମପୁରଙ୍କ ନିକଟକୁ ପ୍ରେରଣ କରାଯାଇଥିବା ଜଣାଯାଇଛି । ଏଥି ସହ ଅଭିଯୋଗ ପତ୍ରର ଅବିକଳ ନକଲ ଗଞ୍ଜାମ ଜିଲ୍ଲାପାଳ , ୫-ଟି ସଚିବ , ସହକାରୀ ଉଦ୍ଯାନ କୃଷି ଅଧିକାରୀ – ଭଞ୍ଜନଗରଙ୍କ ଗୋଚରାର୍ଥେ ପ୍ରେରଣ କରାଯାଇଛି । ସଂପୃକ୍ତ ଉଦ୍ଯାନ ସାଥୀଙ୍କ କାରନାମା ସମ୍ପର୍କେ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ହୋଇଛି । ତେବେ ଭଞ୍ଜନଗର ଏଡିଏଚଓ ଏବଂ ବୁଗୁଡ଼ା ଏଏଚଓ ଘଟଣାର ତଦନ୍ତ କରି ଫେରିଥିବା ନେଇ ହର୍ଟିକଲଚର ଓଭରସିୟର ରବିନ୍ଦ୍ର କୁମାର ଦଳେଇ ପ୍ରକାଶ କରିଛନ୍ତି ।