Odisha news

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବଡଚଣା ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା ଓ ପ୍ରତିବାଦ ସଭା

0
ଛଣ୍ଡିଖୋଲ : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅବ୍ୟାହତ ଥିବା ସମୟରେ ଅଘୋଷିତ ବିଦ୍ୟୁତ କାଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି ! ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ପାଇଁ ବିଜେପିର ରାଜ୍ୟ ନେତୃବୃନ୍ଦଙ୍କ ନିଷ୍ପତ୍ତି କ୍ରମେ ବଡଚଣା ମଣ୍ଡଳ ବିଜେପି ପକ୍ଷରୁ ଗୁରୁବାର ଦିନ ସ୍ଥାନୀୟ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା! ଏଥିରେ ଅମର ନାୟକ ଯୋଗଦେଇ ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ସାଧାରଣ ଲୋକଙ୍କ ପାଇଁ ବିଦ୍ୟୁତ ସେବା।ଏବେ ଦୁର୍ବିସହ ହୋଇପଡିଛି ବୋଲି କହିଥିଲେ! ବିଦ୍ୟୁତ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅର୍ଥ ଦେଉଥିଲେ ବି ରାଜ୍ଯ ସରକାର ଏହାର ସଫଳ ରୂପାୟନ ନକରି ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ନିର୍ଜାତନା ଦେଉଛନ୍ତି ବୋଲି ପ୍ରତିବାଦ ସଭାରେ ଅଭିଯୋଗ କରାଯାଇଥିଲା! ସାତଦିନ ମଧ୍ଯରେ ନିୟମିତ ବିଦ୍ୟୁତ ସେବା ଯୋଗାଇ ଦେବାରେ ଯଦି ବିଭାଗ ବିଫଳ ହୁଏ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ଗ୍ରୀଡ ଓ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଘୋଷଣା କରାଯାଇଥିଲା! ଏଥିରେ ଦେବଯାନୀ ପ୍ରଧାନ, ପ୍ରମୋଦ କୁମାର ଜେନା, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରୀତମ ନାୟକଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ! ଶେଷରେ ରାଜ୍ଯ ମୂଖ୍ଯ ଶାସନ ସଚିବଙ୍କ ଉଦ୍ଦେଶ୍ଯରେ ଏକ  ସ୍ମାରକପତ୍ର ବିଦ୍ୟୁତ ଉପଖଣ୍ଡ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଥିଲା!

Leave A Reply