Odisha news

ଆଜି ହେଉଛି ଗିରୁବାର ଓ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି , ଘରର ସୁଖ ସମୃଦ୍ଧି ପାଇଁ କରନ୍ତୁ ଏହି ଉପାୟ

0

ବର୍ଷକ ୧୨ ମାସରେ ୧୨ ଟି ସଂକ୍ରାନ୍ତି ହୋଇଥାଏ l ଯେଉଁଥିରେ ସୂର୍ଯ୍ୟ ଦେବ ଅଲଗା ଅଲଗା ରାଶି ନକ୍ଷତ୍ର କୁ ବିରାଜମାନ କରନ୍ତି l ହିନ୍ଦୁ ଧର୍ମ ରେ ସଂକ୍ରାନ୍ତି ରେ ଦାନ ପୁଣ୍ୟ ର ଅନେକ ମହତ୍ୱ ରହିଛି l

ଆଜି ହେଉଛି ମିଥୁନ ସଂକ୍ରାନ୍ତି , ଯାହାକୁ ଆମେ ରଜ ସଂକ୍ରାନ୍ତି ଭାବରେ ଜାଣିଥାଉ l ଏହି ସଂକ୍ରାନ୍ତି ରେ ସୌରମଣ୍ଡଳ ରେ ଖୁବ୍ ବଡ଼ ପରିବର୍ତନ ଆସିଥାଏ l ଏହିଦିନ ସୂର୍ଯ୍ୟ ବୃଷଭ ରାଶି ରୁ ବାହାରି ମିଥୁନ ରାଶି ରେ ପ୍ରବେଶ କରି ଥାଆନ୍ତି l ଯାହା ଦ୍ୱାରା ସମସ୍ତ ରାଶିର ନକ୍ଷତ୍ର ର ରାଶି ପରିବର୍ତନ ହୋଇଥାଏ l ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଙ୍କ ର ଏହି ପରିବର୍ତନ କୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l
ଏହି ସଂକ୍ରାନ୍ତି କୁ ଦେଶର ବିଭିନ ସ୍ଥାନରେ ଅଲଗା ନାମରେ ପାଳିତ ହୋଇଥାଏ l
* ଦକ୍ଷିଣ ଭାରତରେ ସଂକ୍ର ମାନମ
* ପୂର୍ବ ରେ ଆଷାଢ଼ ସଂକ୍ରାନ୍ତି
* କେରଳ ରେ ମିଥୁନମ ଓଠ
* ଓଡିଶା ରେ ରଜ ସଂକ୍ରାନ୍ତି
କଣ ରହିଛି ମିଥୁନ ସଂକ୍ରାନ୍ତି ର ମହତ୍ୱ -:
* ଆଜିର ଦିନରେ ସୂର୍ଯ୍ୟ ଦେବ ମିଥୁନ ରାଶିରେ ପ୍ରବେଶ କରୁଥିବା କାରଣରୁ ଏହି ରାଶିର ବ୍ୟକ୍ତି ଶିବ ଦର୍ଶନ ର ଖୁବ ମହତ୍ୱ ରହିଛି l ମିଥୁନ ରାଶିର ବ୍ୟକ୍ତି ମାନେ ଆଜିର ଦିନରେ ଦାନ ପୁଣ୍ୟ କରିବା ଆବଶ୍ୟକ l
* ସୂର୍ଯ୍ୟ ଦେବଙ୍କ କୃପା ଲାଭ କରିବା ପାଇଁ ଆଜିର ଦିନରେ ଗୋଟିଏ ତମ୍ବା ପାତ୍ରରେ ରାଶି ଓ ଦୁଗ୍ଧ ସୂର୍ଯ୍ୟ ଦେବଙ୍କ ନିକଟରେ ଅର୍ପଣ କରନ୍ତୁ l ଏହାଦ୍ୱାରା ଆପଣଙ୍କ ର ସମସ୍ତ ରିଷ୍ଟ ଖଣ୍ଡନ ହେବ l
* ମିଥୁନ ସଂକ୍ରାନ୍ତି ରେ ଲକ୍ଷ୍ମୀ ଓ ନାରାୟଣ ଙ୍କ କୃପା ଲାଭ କରିବା ପାଇଁ ଘରର ମୁଖ୍ୟ ଦ୍ୱାରରେ ହଳଦୀ ଓ ଚନ୍ଦନ ରେ ସ୍ୱସ୍ତିକ ଚିହ୍ନ କରନ୍ତୁ ଓ ସେଥିରେ କିଛିଟା ଅରୁଆ ଚାଉଳ ଲଗାନ୍ତୁ l
* ହିନ୍ଦୁ ମାନ୍ୟତା ଅନୁସାରେ ଆଜିର ଦିନରେ ଲକ୍ଷ୍ମୀ ଗଣେଶ ଙ୍କ ର ମଧ୍ୟ ଆରାଧନା କରାଯାଏ l ଯାହାଦ୍ୱାରା ଘରକୁ ସମୃଦ୍ଧି ର ଆଗମନ ହୋଇଥାଏ l
* ଯଦି ଆପଣ ନକାରାତ୍ମକ ଶକ୍ତି କୁ ଦୂରେଇବା ପାଇଁ ଚାହୁଁଛନ୍ତି ତେବେ ଆଜିର ଦିନରେ ଘରର ଉତ୍ତର ଦିଗରେ ଗୋଟିଏ କଳସ ବାଶାଇ ସେଠାରେ ଲକ୍ଷ୍ମୀ ସ୍ତୋତ୍ର ପାଠ କରନ୍ତୁ l
* ଜୀବନ ରୁ ନକାରାତ୍ମକ ଶକ୍ତି କୁ ଦୂରେଇବା ପାଇଁ ମହାଦେବ ଙ୍କ ନିକଟରେ ୧୦୮ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ l
Leave A Reply