Odisha news

ଓଡିଶା ସର୍ଭିସ ସୋସାଇଟି ଫର ବ୍ଲାଇଣ୍ଡ ପକ୍ଷରୁ ରଜ ଉତ୍ସବ ପାଳନ

0
ବ୍ରହ୍ମପୁର : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶା ସର୍ଭିସ ସୋସାଇଟି ଫର ବ୍ଲାଇଣ୍ଡ ପକ୍ଷରୁ ରଜ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସମସ୍ତ ଦୃଷ୍ଟି ବାଧିତ ବିଦ୍ୟାର୍ଥୀମାନେ ଏକା ସାଙ୍ଗରେ ମିଳିମିଶି ରଜ ପାଳନ କରିଥିଲେ। ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ  ପରିସରରେ ସମସ୍ତେ ଦୋଳି ଖେଲିବା ସହ ସାଧାରଣ ଲୋକଙ୍କ ପରି ଏହି ରଜକୁ ମିଠି, ପୋଡ ପିଠା ଖାଇ ପପାଳନ କରିଥିଲେ। ଅନୁଷ୍ଠାନ ଅଧ୍ୟକ୍ଷ ଭବାନୀ ଶଙ୍କର ପାଢୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଲେଇ, ରାଜ୍ୟ କାଜୁ ନିଗମ ଅଧକ୍ଷ ସୁବାସ ମହାରଣା, ଡାକ୍ତର ଇ ଜୟନ୍ତ ରାଓ ପ୍ରରମୁଖ ଅତିଥି ରୂପେ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ଆଇସ୍କ୍ରିମ ବଣ୍ଟନ କକରିଥିଲେ। ବହୁ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ପିଲାମାନଙ୍କୁ ଖୁସି କରିବା ସହିତ ସେମାନେ ବିଭିନ୍ନ ପର୍ବ ପର୍ବାଣୀର  ଆନନ୍ଦ କିପରି ଉଠାଇ ପାରରିବେ ସେ ନେଇ ଅନୁଷ୍ଠାନ ପକ୍ଷରୁ ଏହିପରି ନିରନ୍ତର ଭାବେ ଚେଷ୍ଠା ଜାରି ରହିଥିବା ଅନୁଷ୍ଠାନର ପରିଚାଳକ ଶ୍ରୀ  ପାଢୀ କହିଛନ୍ତି। ସେହିପପରି ପହିଲି ରଜ ଅବସରରେ ଦୋଳି ଖେଳର ମଜା ନେବା ସହିତ ମିଠା  ଓ ପିଠା ସେମାନଙ୍କୁ ବେସ ଭଲ ଲାଗିଥିବା କହିଛନ୍ତି ସମସ୍ତ ବିଦ୍ୟାର୍ଥୀ।
Leave A Reply