Odisha news

ବରିଷ୍ଠ ପାଲାଗାୟକ ବଂଶୀଧର ଜେନାଙ୍କ ସ୍ମୃତିରେ ସ୍ମୃତି ଚାରଣ ସଭା।

0

କୋଣାର୍କ – ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଶ୍ରୀନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ ଉପଶାଖା ଅର୍କମଣ୍ଡଳ ପାଲାଗାୟକ ପରିଷଦ ର ବରିଷ୍ଠ ପାଲାଗାୟକ , ନାଟ୍ୟ ନିର୍ଦ୍ଦେଶକ ତଥା ଶିକ୍ଷାବିତ୍ ସ୍ବର୍ଗତଃ ବଂଶୀଧର ଜେନାଙ୍କ ସ୍ମୃତିରେ ରବିବାର ସଂଧ୍ୟାରେ ଏକ ସ୍ମୃତିଚାରଣ ସଭା ତାଙ୍କ ଜନ୍ମମାଟି ଶ୍ରୀଚନ୍ଦନପୁର ଠାରେ ଅର୍କ ମଣ୍ଡଳ ପାଲା ଗାୟକ ପରିଷଦ ଆନୁକୁଲ୍ୟରେ ଓ ତାଙ୍କ ପରିବାର ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଅଖଣ୍ଡ ପୁରୀଜିଲ୍ଲା ପାଲାଗାୟକ ପରିଷଦ ସଭାପତି ଗାୟକ ବ୍ୟାସ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ରାଜ୍ୟ ପାଲାପରିଷଦ ସାଂସ୍କୃତିକ ସମ୍ପାଦକ ଗାୟକ ବାଚସ୍ପତି ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ , ସମାଜସେବୀ ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ସଲ୍ୟେନ ପାତ୍ର, ଅର୍କମଣ୍ଡଳ ପାଲା ଗାୟକ ପରିଷଦ ସମ୍ପାଦକ  ତଥା ଅଖଣ୍ଡ ପୁରୀ ଜିଲ୍ଲା ପାଲା ପରିଷଦ ସାଂସ୍କୃତିକ ସମ୍ପାଦକ ଗାୟକ ଅତିବଡୀ ମଂଗରାଜ ବିଶ୍ଵାଳ ,ଗାୟକ ନବଦିଗନ୍ତ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ରାଉତ, ଗାୟକ ଲଳିତ ଉପେନ୍ଦ୍ର ନାଥ ବେହେରା , ଗାୟକ ଚନ୍ଦନ ଉପେନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ତାଙ୍କର ଯଶ ଗାନ କରିଥିଲେ। ଏଥିସହିତ ଗାୟକ ତ୍ରିଲୋଚନ ନାୟକ, ଅଜୟ କୁମାର ଦୀକ୍ଷିତ,ହରିହର ମହାରଣା,ବସନ୍ତ କୁମାର ମଙ୍ଗରାଜ, ଅନାଦୀ ଚରଣ ପ୍ରଧାନ ,ଶରତ ଚନ୍ଦ୍ର ଗ୍ରହାଚାର୍ଯ୍ୟ ,ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତଃ ଗାୟକ ବଂଶୀଧର ଜେନାଙ୍କ ଦୁଇ ସୁପୁତ୍ର ଆଦିତ୍ୟ କୁମାର ଜେନା ଏବଂ ପ୍ରଦୀପ୍ତ କୁମାର ଜେନା ପିତାଙ୍କର ତାଙ୍କ ପ୍ରତି ଥିବା ଦାୟିତ୍ଵ ଓ କର୍ତ୍ତବ୍ୟ ବୋଧ ସମ୍ପର୍କରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Govt
Leave A Reply