ନୂଆଦିଲ୍ଲୀ : ମହେନ୍ଦ୍ର ସିଂହ ଧୋନୀ ଙ୍କ ପ୍ରଶଂସକ ସାରା ଦୁନିଆରେ ଅଛନ୍ତି l ତାଙ୍କ ପ୍ରଶଂସକ ମାନେ ନିଜର ସ୍ନେହ ଓ ଶ୍ରଧା ଧୋନିଙ୍କ ପାଇଁ ବିଭିନ୍ନ ଉପାୟରେ ଦେଖାଇ ଥାଆନ୍ତି l କିଛି ପ୍ରଶଂସକ ତ ଏଭଳି ଅଛନ୍ତି ଯିଏ କି ନିଜର ସ୍ନେହ ସମ୍ମାନ ଦେଖାଇବା ପାଇଁ କିଛିବି ମାନି ନଥାଆନ୍ତି l ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଧୋନୀ ଙ୍କ ର ଏଭଳି ଜଣେ ପ୍ରଶଂସକ ଅଛନ୍ତି ଯିଏକି ବର୍ତମାନ ଖୁବ ଚର୍ଚାରେ ରହିଛନ୍ତି l ଏହି ପ୍ରଶଂସକ ଜଣଙ୍କ ନିଜର ବିବାହ କାର୍ଡ ରେ ଧୋନୀ ଙ୍କ ଫଟୋ ଲଗାଇଛନ୍ତି l
ବର୍ତ୍ତମାନ ସୋସିଆଲ ମିଡିଆରେ ସେହି କାର୍ଡ ଟି ଭାଇରଲ ହେବାରେ ଲାଗିଛି l ଯେଉଁଥିରେ ତାଙ୍କର ପ୍ରଶଂସକ ଜଣଙ୍କ ଧୋନୀଙ୍କ ଫଟୋ ସହିତ ଜର୍ସି ନମ୍ବର ଓ ତାଙ୍କ ନାମ ପ୍ରିଣ୍ଟ କରିଛନ୍ତି l ଧୋନୀ ଙ୍କ ଜର୍ସି ନମ୍ବର 7 ଲେଖାଯିବା ସହିତ ସମ୍ପୂର୍ଣ କାର୍ଡଟି କୁ ହଳଦିଆ ରଙ୍ଗର କରାଯାଇଛି l କାହିଁକି ନା ଧୋନୀ ଆଇପିଏଲ ରେ ଚେନାଇ ସୁପରକିଙ୍ଗ ପକ୍ଷରୁ ଖେଳୁଥିଲେ ଓ ଏହି ଦଳର ଜର୍ସି ରଙ୍ଗ ହଳଦିଆ ଅଟେ l ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଛତିଶଗଡ଼ ର ରାୟଗଢ଼ ଜିଲ୍ଲାର ଅଟନ୍ତି l ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ଦୀପକ ଓ ତାଙ୍କ ଭାବି ପତ୍ନୀ ଙ୍କ ନାମ ହେଉଛି ଗାରିମା l ଦୀପକ ଙ୍କ ବିବାହ ଜୁନ ୭ତାରିଖ ରେ ଏବଂ ସେ ନିଜ ବିବାହ ପାଇଁ ମହେନ୍ଦ୍ର ସିଂହ ଧୋନୀ ଙ୍କୁ କାର୍ଡ ଦେଇ ନିମନ୍ତ୍ରଣ କରିଛନ୍ତି l