Odisha news

ବୈଜ୍ଞାନିକ ଙ୍କ ଦାବି : ମଣିଷ ଶରୀରରେ ମିଳିଲା ‘ବୁଲେଟ ପ୍ରୁଫ ପ୍ରୋଟିନ’, ବର୍ତମାନ ତିଆରି ହେବ ସୁରକ୍ଷା କବଚ

0
ବ୍ରିଟିଶ ବୈଜ୍ଞାନିକ ମାନେ ଦାବି କରିଛନ୍ତି ଯେ ସେମାନେ ମଣିଷ ଶରୀରରେ ଏଭଳି ପ୍ରୋଟିନ ଖୋଜି ପାଇଛନ୍ତି, ଯାହା ଭବିଷ୍ୟତ ରେ ସୈନିକ ମାନଙ୍କ ରକ୍ଷାକବଚ ହେବ l ଏହା ଉପରେ ସୁପରସୋନିକ ସ୍ପିଡ଼ ରେ ଆସୁଥିବା ଗୁଳି ମଧ୍ୟ ଅସର ପକାଇବ ନାହିଁ l ବ୍ରିଟେନ ର ୟୁନିଭର୍ସିଟି ଅଫ କେଣ୍ଟ ର ବୈଜ୍ଞାନିକମାନେ ଦାବୀ କରିଛନ୍ତି l ସେମାନେ କହିଛନ୍ତି ଯେ ଏହା ସୈନିକ ଓ ପୋଲିସ ଫୋର୍ସ ଙ୍କ ପାଇଁ ବରଦାନ ହୋଇପାରେ l
ଏହି ପ୍ରୋଟିନ ରେ ତିଆରି ହେଉଥିବା ବୁଲେଟ ପ୍ରୁଫ ଜ୍ୟାକେଟ ଖୁବ ହାଲୁକା, ପତଳା ଓ ଆରାମଦାୟକ ହେବ l ଏଥିରେ ମଣିଷ ଶରୀରର କୋଷିକା ଗୁଡିକରେ ମିଳୁଥିବା ପ୍ରୋଟିନ ଟରିନ ର ବ୍ୟବହାର କରାଯିବ l ବୈଜ୍ଞାନିକ ପ୍ରଫେସର ବେଞ୍ଜାମିନ କହିଛନ୍ତି ଯେ ଟରିନ ର ପ୍ରତ୍ୟେକ ଏଟମ ରେ ୧୩ ଟି ସ୍ବୀଚ ରହିଛି l ଏହା ଉତେଜନା ଉତ୍ପନ୍ନ ହେବ ଦ୍ୱାରା ସକ୍ରିୟ ହୋଇଥାଏ ଓ ଉତେଜନା କମିବା ପରେ ଆପେ ଆପେ ବନ୍ଦ ହୋଇ ଯାଇଥାଏ l
ବୁଲେଟପ୍ରୁଫ ଜ୍ୟାକେଟ ରେ ଟରିନ ପ୍ରୋଟିନ ର ବ୍ୟବହାର କରିବା ପାଇଁ ପ୍ରଥମେ ଜ୍ୟାକେଟ ର ଫେବ୍ରିକ ଭାବରେ ପରିଣତ କରାଯାଇଥିଲା l ପରେ ଏଥିରେ ଗୋଟିଏ ଜାଲ ତିଆରି ହୋଇଥିଲା l ଏହି କାମରେ ପାଣି ଓ ଗୋଟିଏ ଜେଲିଙ୍ଗ ଏଜେଣ୍ଟ ର ବ୍ୟବହାର ହୋଇଥିଲା l ଏହାପରେ ସେହି ଜେଲ କୁ ବୁଲେଟ ପ୍ରୁଫ ଜ୍ୟାକେଟ ରେ ପୁରା ଯାଇଥିଲା l
ବୈଜ୍ଞାନିକ ମାନଙ୍କ ମତରେ ଆଗାମୀ ଦିନରେ ଏହି ଜ୍ୟାକେଟ ସେନା , ଅନ୍ତରୀକ୍ଷ ଯାତ୍ରୀ, ପୋଲିସ ମାନଙ୍କ ପାଇଁ ରକ୍ଷା କବଚ ହେବ l ବୈଜ୍ଞାନିକ ମାନେ ଦାବୀ କରିଛନ୍ତି ଯେ ଟରିନରେ ଡୋମେନ ସିରିଜ ରହିଥାଏ l ଯାହା ଶରୀର କୁ କ୍ଷତି କରିବା ଦ୍ୱାରା ଅନ ହୋଇଥାଏ l ଯେତେବେଳେ ଉତେଜନା କମି ଯାଇଥାଏ ଏହି ସ୍ବୀଚ ଅଫ ହୋଇ ଯାଇଥାଏ l ପ୍ରୋଟିନ ର ଏହି ପ୍ରତ୍ୱେକ୍ଟିଭ ବ୍ୟବହାର ଆମ କୋଷିକା ଗୁଡିକୁ ବଡ଼ କ୍ଷତିରୁ ରକ୍ଷା କରିଥାଏ l ଆଗାମୀ ଦିନରେ ଯେତେବେଳେ ବି ଯବାନ ମାନେ କ୍ଷତାକ୍ତ ହେବେ ସେତେବେଳେ ତାଙ୍କ ଶରୀରରେ ଟରିନ ପ୍ରୋଟିନ ଆକ୍ଟିଭ ହୋଇଯିବ ଓ ସୁରକ୍ଷା ଲେୟାର ବଢ଼ିଯାଇ ଥାଏ l
Leave A Reply