ମଙ୍ଗଳବାର ଦିନ ମହାବୀର ହନୁମାନ ଙ୍କୁ ପୂଜା କରିବା ସମୟରେ ହନୁମାନଙ୍କ ଏହି ନାମ ଗୁଡିକୁ ନିହାତି ଜପ କରନ୍ତୁ ,ମିଳିବ ପୂଜାରେ ଶୁଭଫଳ ଓ ଦୂର ହେବ ସମସ୍ତ କଷ୍ଟ
ମଙ୍ଗଳବାର ଦିନଟି ମହାବଳୀ ହନୁମାନଙ୍କ ପୂଜା ପାଇଁ ଉଦ୍ଧିଷ୍ଟ ଅଟେ l ଏହିଦିନ ହନୁମାନ ଙ୍କୁ ହିନ୍ଦୁମାନେ ବିଶେଷ ବିଧିରେ ପୂଜାର୍ଚନା କରି ଥାଆନ୍ତି l କୁହାଯାଏ ଯେ ହନୁମାନ ଏଭଳି ଗୋଟିଏ ଭଗବାନ ଯାହାଙ୍କ ପୂଜା କରିବା ଦ୍ୱାରା ଜୀବନ ର ସମସ୍ତ ସଙ୍କଟ ଓ ବାଧାବିଘ୍ନ ଦୂର ହୋଇଯାଇଥାଏ l ମାନ୍ୟତା ରହିଛି ଯେ ମହାବୀର ହନୁମାନ କଳିଯୁଗ ର ଜୀବନ୍ତ ଦେବତା l ତାଙ୍କୁ ଆରାଧନା କରିବା ଦ୍ୱାରା ଶୀଘ୍ର ଫଳ ଲାଭ ହୋଇଥାଏ l ସେ ତାଙ୍କ ଭକ୍ତ ମାନଙ୍କର ସମସ୍ତ ପୀଡା ଓ କଷ୍ଟ ଦୂର କରି ଥାଆନ୍ତି l ସେଥିପାଇଁ ତାଙ୍କୁ ସଙ୍କଟ ମୋଚନ କୁହାଯାଏ l କିନ୍ତୁ ମହାବୀର ଙ୍କ ପୂଜାରେ କିଛିଟା କଥାକୁ ବିଶେଷ ଗୁରୁତ୍ୱ ଦେବା ଜରୁରୀ l
* ମହାବୀର ହନୁମାନଙ୍କ କୃପା ଲାଭ କରିବା ପାଇଁ ପ୍ରତି ମଙ୍ଗଳବାର ଦିନ ହନୁମାନ ଚାଳିଶା ୩ଥର ପାଠ କରିବେ ତେବେ ହନୁମାନ ଙ୍କ କୃପା ଲାଭ କରିବେ ଓ ଏହାଦ୍ୱାରା ଜିବନର ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ l ଏଥି ସହିତ ପ୍ରତି ମଙ୍ଗଳବାର ଦିନ ‘ ଓଂ ଶ୍ରୀ ହନୁମତୟେ ନମଃ ‘ ୧୦୮ ଥର ଜପ କରିବେ l
* ଯଦି ଆପଣ ମଙ୍ଗଳବାର ଦିନ ହନୁମାନଙ୍କ ନିକଟରେ ହନୁମାନ ଚାଳିଶା ପାଠ କରୁଛନ୍ତି ତେବେ ଧୀରେ ଧୀରେ ମନେ ମନେ ପାଠ କରିବା ଅପେକ୍ଷା ଉଚ୍ଚ ସ୍ୱରରେ ପାଠ କରନ୍ତୁ, l ଏହାଦ୍ୱାରା ଆପଣଙ୍କ ଚତୁର୍ପାର୍ଶ୍ୱରେ ଗୋଟିଏ ସକାରାତ୍ମକ ଉର୍ଜା ଜାଗ୍ରତ ହେବ ଓ ବାତାବରଣ ରେ ଶୁଦ୍ଧତା ଆସିବ l
* ମଙ୍ଗଳବାର ଦିନ ଯଦି ମହାବୀର ହନୁମାନଙ୍କୁ ପୂଜା କରୁଛନ୍ତି ତେବେ ତାଙ୍କ ନିକଟରେ ଗୋଟିଏ ଗୋଟାଗୁଆ ସମର୍ପଣ କରନ୍ତୁ l ଏହି ଗୁଆଟିକୁ ଗୋଟିଏ ପାନପତ୍ର ଉପରେ ରଖିବେ ଓ ଏଥିରେ ଚନ୍ଦନ ଏବଂ ସିନ୍ଦୁର ଦେଇ ‘ଓଂ ଲକ୍ଷ୍ମଣ ପ୍ରାଣଦାତା ‘ ନାମ ଜପ କରି ଅର୍ପଣ କରନ୍ତୁ l ଆପଣଙ୍କ ସମସ୍ତ କଷ୍ଟ ଦୁରେଇ ଯିବ l
* ମଙ୍ଗଳବାର ଦିନ ହଳଦିଆ ବସ୍ତ୍ର ଧାରଣ କରିବା ଖୁବ ଶୁଭ ଅଟେ l ଏହିଦିନ ଆପଣ ନାଲି ରଙ୍ଗର ବସ୍ତ୍ର ମଧ୍ୟ ଧାରଣ କରିପାରିବେ l ହନୁମାନ ଚାଳିଶା ପାଠ କରିବା ପୂର୍ବରୁ ଗଣପତି ଙ୍କୁ ପ୍ରଣାମ କରିବା ଜରୁରୀ l ଏହା ସହିତ ଶୁଦ୍ଧ ମନରେ ହନୁମାନ ଚାଳିଶା ପାଠ କରନ୍ତୁ l ପାଠ କରି ସାରିବା ପରେ ‘ ଓଂ ସୀତା ଶୋକ ବିନାଶନଃ ‘ ୧୦୮ ଥର ଜପ କରନ୍ତୁ l