ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭଗା ତୀର୍ଥ ପୁଷ୍କରିଣୀ ,ସଂସ୍କୃତି ପ୍ରେମୀ ଓ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ।
କୋଣାର୍କ- ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଓ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭଗା ତୀର୍ଥ ସ୍ଥଳୀକୁ ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ଦେଶ ବିଦେଶର ପର୍ଯ୍ୟଟକ ପରିଦର୍ଶନ ରେ ଆସୁଥିବା ବେଳେ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟ ସରକାର କୋଣାର୍କ ଓ ଚନ୍ଦ୍ରଭଗା କୁ ଏକ ଆନ୍ତର୍ଜାତୀୟ ସ୍ତରୀୟ ରୂପରେଖ ଦେଇ ବିଶ୍ବସ୍ତରୀୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର କ୍ଷେତ୍ର ଭାବରେ ଗଢିତୋଳିବାକୁ ନେଇ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ବିଭିନ୍ନ ଯୋଜନା ହାତକୁ ନେଇ ଏବେ ସମଗ୍ର କୋଣାର୍କ ଅଂଚଳରେ କାର୍ଯ୍ୟ ଜୋରସୋରରେ ଚାଲୁଥିଲା ବେଳେ ଏବେ ରାଜ୍ୟସରକାରଙ୍କ ପକ୍ଷରୁ ଖଡ଼ପ୍ପ ଯୋଜନାରେ କୋଣାର୍କର ପାରିପାର୍ଶ୍ବିକ ବିକାଶ ପାଇଁ ୨୦୯ କୋଟି ଘୋଷଣା କରାଯାଇଛି । କୋଟି କୋଟି ଟଙ୍କାର ଯୋଜନା ପରେ ଯୋଜନା ସରକାର ଘୋଷଣା କରି କାର୍ଯ୍ୟ କରୁଥିଲା ବେଳେ ବିଶ୍ୱଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଓ ଚନ୍ଦ୍ରଭାଗା ଏବେ କେତେକ ଅଧିକାରୀଙ୍କ ଅବହେଳା କୁ ନେଇ ବଦନାମ ହେବାକୁ ବସିଛି ।ବିଗତ ଦିନରେ ପୂର୍ବତନ ଜିଲ୍ଲାପାଳ ବଲ୍ବବନ୍ତ ସିଂ ଙ୍କ କଡା ନିର୍ଦେଶ ରେ କୋଣାର୍କ ଏନ ଏସି ର ଦକ୍ଷ ଅଫିସରଙ୍କ କାର୍ଯ୍ୟ କୁ ନେଇ କୋଣାର୍କ ସମଗ୍ର ଭାରତବର୍ଷରେ ପରିଷ୍କାର ପରିଛନ୍ନତା କୁ ନେଇ ପୁରସ୍କୃତ ହୋଇଥିଲାବେଳେ ଏବେ ତାହାର ବିପରୀତ ଫଳ ଦେଖିବାକୁ ମିଳିଛି ।ବିଶେଷ ଭାବେ ଚନ୍ଦ୍ରଭଗା ତୀର୍ଥପୁଷ୍କରଣୀର ଅବସ୍ଥା କହିଲେ ନସରେ।ପୁରାଣ ପ୍ରସିଦ୍ଧ ଏକ ମାତ୍ର ଏହି ତୀର୍ଥପୁଷ୍କରଣୀର ଟି ପ୍ରଶାସନିକ ଅବହେଳାକୁ ନେଇ ଏବେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ଦୁଃଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ପ୍ରତିଦିନ ଶହଶହ ସଂଖ୍ୟରେ ପର୍ଯ୍ୟଟକ ଚନ୍ଦ୍ରଭଗା ପରିଦର୍ଶନ ସମୟ ରେ ସମୁଦ୍ର ସ୍ନାନ ପରେ ଏହି ପବିତ୍ର ତୀର୍ଥପୁସ୍କରଣୀ ରେ ଗାଧୋଇ ସୂର୍ଯ୍ୟପୂଜା କରିଥାନ୍ତି । ମାତ୍ର ଚନ୍ଦ୍ରଭାଗା ତୀର୍ଥପୁସ୍କରଣୀ ର ଏପରି ଦୂଷିତ ପରିବେଶ କୁ ନେଇ ପବିତ୍ର ସ୍ନାନ କରିନପାରି ଘୋର ଅସନ୍ତୋଷ ପ୍ରକାଶ କରୁଥିବା କୋଲକତା ରୁ ଏକ ବସ ରେ ଆସିଥିବା ପର୍ଯ୍ୟଟକ ମାନେ ପ୍ରକାଶ କରିଥିଲେ ।କୋଣାର୍କ ଏନଏସିର ମୁଖ୍ୟ କାର୍ଯ୍ୟ କୋଣାର୍କ କୁ ପରିଷ୍କାର ଓ ପରିଛନ୍ନତା ରଖିବାକୁ ଥିଲାବେଳେ ଏଥିରେ ଅବହେଳାକୁ ନେଇ ଏବେ କୋଣାର୍କ ବଦନାମ ହେବାକୁ ବସିଛି ।ପୁରୀ ଜିଲ୍ଲାପାଳ ଏଦିଗରେ ଦୃଷ୍ଟିଦେବାକୁ ସଂସ୍କୃତି ପ୍ରେମୀ, ପର୍ଯ୍ୟଟକ ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।
