ଯାତ୍ରୀମାନଙ୍କ ସୁବିଧା ତଥା ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଇସ୍ପାତ ଓ ପୁରୀ-ଦୁର୍ଗ ଏକ୍ସପ୍ରେସ ଡୁଙ୍ଗୁରିପାଲି ଷ୍ଟେସନ ଠାରେ ରହଣି କରିବ
କୁହୁଡ଼ି ଠାରେ ରାଜ୍ୟରଣୀ ଏକ୍ସପ୍ରେସ ରହଣି କରିବ |
● ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ମଞ୍ଚେଶ୍ୱରରେ ରହଣି କରିବ |
ଯାତ୍ରୀମାନଙ୍କ ସୁବିଧା ତଥା ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭିତ୍ତିରେ ଡୁଙ୍ଗୁରିପାଲି ଷ୍ଟେସନରେ ହାଓଡ଼ା-ଟିଟିଲାଗଡ / କାଣ୍ଟାବାଞ୍ଜୀ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଏବଂ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସର ରହଣି ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି |
ଡୁଙ୍ଗୁରିପାଲିରେ ରହଣି କରିବାକୁଥିବା ଇସ୍ପାତ ଏକ୍ସପ୍ରେସ:
22861/22862 ହାଓଡ଼ା-କାଣ୍ଟାବାଞ୍ଜୀ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଉଭୟ ଦିଗରୁ ଜୁନ୍ 2 ତାରିଖ ଠାରୁ ଡୁଙ୍ଗୁରିପାଲି ଷ୍ଟେସନରେ ଅତିରିକ୍ତ ରହଣି କରିବ | ସେହିଭଳି, 12871/12872 ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଜୁନ୍ 3 ତାରିଖ ଠାରୁ ହାଓଡ଼ରୁ ଏବଂ ଟିଟିଲାଗଡରୁ 4 ଜୁନ୍ ଠାରୁ ଡୁଙ୍ଗୁରିପାଲି ଷ୍ଟେସନରେ ରହଣି କରିବ | ହାଓଡ଼ାରୁ ଏହି ଟ୍ରେନ୍ ସନ୍ଧ୍ୟା 05ଘ.18ମି.ରେ ଡୁଙ୍ଗୁରିପାଲିରେ ପହଞ୍ଚିବ ଏବଂ ସନ୍ଧ୍ୟା 05ଘ.20ମି.ରେ ଛାଡିବ | ଫେରିବା ମାର୍ଗରେ କାଣ୍ଟାବାଞ୍ଜୀ / ଟିଟିଲାଗଡରୁ ଏହି ଟ୍ରେନ ଡୁଙ୍ଗୁରିପାଲିରେ ସକାଳ 06ଘ.50ମି.ରେ ପହଞ୍ଚିବ ଏବଂ 06ଘ.52ମି.ରେ ଛାଡିବ |
ଡୁଙ୍ଗୁରିପାଲିରେ ରହଣି କରିବାକୁଥିବା ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ:
18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ପୁରୀରୁ ଜୁନ୍ ପହିଲା ଠାରୁ ଏବଂ ଦୁର୍ଗରୁ 2 ଜୁନ୍ 2023 ଠାରୁ ଡୁଙ୍ଗୁରିପାଲି ଷ୍ଟେସନରେ ରହଣି କରିବ | ପୁରୀରୁ ଏହି ଟ୍ରେନ୍ ଡୁଙ୍ଗୁରିପାଲିରେ ଭୋର 03ଘ.45ମି.ରେ ପହଞ୍ଚିବ ଏବଂଭୋର 03ଘ.47ମି.ରେ ଛାଡିବ | ଫେରିବା ମାର୍ଗରେ ଦୁର୍ଗରୁ ଏହି ଟ୍ରେନ୍ ଡୁଙ୍ଗୁରିପାଲିରେ ରାତ୍ରି 10ଘ.48ମି.ରେ ପହଞ୍ଚିବ ଏବଂ ରାତ୍ରି 10ଘ.50ମି.ରେ ଛାଡିବ |
କୁହୁଡ଼ି ଠାରେ ରହଣି କରିବାକୁଥିବା ରାଜ୍ୟରାଣୀ ଏକ୍ସପ୍ରେସ:
18117/18118 ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ ରାଉରକେଲାରୁ 3 ଜୁନ୍ ଠାରୁ ଏବଂ ଗୁଣୁପୁରରୁ 4 ଜୁନ୍ ଠାରୁ କୁହୁଡ଼ି ଷ୍ଟେସନରେ ରହଣି କରିବ | ରାଉରକେଲା ଠାରୁ ଏହି ଟ୍ରେନ୍ ସକାଳ 07ଘ.22ମି.ରେ କୁହୁଡ଼ିରେ ପହଞ୍ଚିବ ଏବଂ ସକାଳ 07ଘ.24ମି.ରେ ଛାଡିବ | ଫେରିବା ମାର୍ଗରେ ଗୁଣୁପୁରରୁ ଏହି ଟ୍ରେନ୍ କୁହୁଡ଼ିରେ ରାତ୍ରି 08ଘ.41ମି.ରେ ପହଞ୍ଚିବ ଏବଂ ରାତ୍ରି 08ଘ.43ମି.ରେ ଛାଡିବ |
ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ମଞ୍ଚେଶ୍ୱରରେ ରହଣି କରିବ:
18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ଉଭୟ ଦିଗରୁ 4 ଜୁନ୍ 2023 ଠାରୁ ମଞ୍ଚେଶ୍ୱର ଷ୍ଟେସନରେ ଅତିରିକ୍ତ ରହଣି କରିବ | ପୁରୀରୁ ଏହି ଟ୍ରେନ୍ ରାତ୍ରି 08ଘ.42ମି.ରେ ମଞ୍ଚେଶ୍ୱରରେ ପହଞ୍ଚିବ ଏବଂ ରାତ୍ରି 08ଘ.44ମି.ରେ ଛାଡିବ | ଫେରିବା ମାର୍ଗରେ ଦୁର୍ଗରୁ ଏହି ଟ୍ରେନ୍ ମଞ୍ଚେଶ୍ୱରରେ ସକାଳ 06ଘ.55ମି.ରେ ପହଞ୍ଚିବ ଏବଂ ସକାଳ 06ଘ.57ମି.ରେ ଛାଡିବ |
ପୂର୍ବତଟ ରେଳପଥ ପକ୍ଷରୁ ଗତକାଲି ଘୋଷଣା କରାଯାଇଥିବା ଟ୍ରେନ ମାନଙ୍କର ବିଭିନ୍ନ ଷ୍ଟେସନ ମାନଙ୍କ ଠାରେ ଅତିରିକ୍ତ ରହଣି (07 ଷ୍ଟେସନରେ 19 ଟି ଟ୍ରେନ୍) କୁ ମିଶାଇ ବର୍ତ୍ତମାନ 25 ଟି ଟ୍ରେନ୍ 10 ଟି ଷ୍ଟେସନରେ ଠାରେ ଅତିରିକ୍ତ ରହଣି ବ୍ୟବସ୍ଥା କରିବ |