Odisha news

କୂଅ ରେ ଖସି ପଡିଲା ୩ ବର୍ଷ ର ଶିଶୁ ଅଳ୍ପକେ ବର୍ତ୍ତିଲା

0

ଆଠଗଡ଼ ୨୯/୫/୨୩ ସୋମବାର  ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆରେ ୩୫ ଫୁଟ ଗଭୀର କୂଅରେ ଘଟିଛି ଏହି ଅଘଟଣ।ସୂଚନା ଅନୁସାରେ, ପୁରୁଣା ତିଗିରିଆ ଗ୍ରାମର ସରୋଜ ପ୍ରଧାନଙ୍କ ବାରିପଟେ ତାଙ୍କର ୩ ବର୍ଷୀୟ ଭଣଜା ଖେଳୁ ଖେଳୁ ଗଭୀର କୂଅକୁ ଖସି ପଡ଼ିଥିଲା। ଏହା ଦେଖି ମାମୁ ସରୋଜ କୂଅକୁ ଡେଇଁ ପଡିଥିଲେ।  ବହୁ କଷ୍ଟରେ ଏକ ଦୋଳା ସାହାଯ୍ୟରେ ଭଣଜାକୁ ଉଦ୍ଧାର କରି ଉପରକୁ ଛାଡ଼ିବାରେ ସକ୍ଷମ ହୋଇଥିଲେ। କିନ୍ତୁ ବହୁ ଚେଷ୍ଟା ପରେ ମଧ୍ୟ ନିଜେ କୂଅ ଭିତରୁ ବାହାରି ପାରିନଥିଲେ । ଶେଷରେ ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲା। ସଂଗେ ସଂଗେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସିଡି ଏବଂ ଦଉଡ଼ି ସାହାଯ୍ୟରେ ମାଁମୁ ସରୋଜ ପ୍ରଧାନ କୁ ଉଦ୍ଧାର କରିଥିଲେ।

Leave A Reply