ଗଣିଆ : ମଧୁବାବୁ ପେନ୍ସନ ଓ ଇନ୍ଦିରା ଗାନ୍ଧୀ ପେନସନ ଯୋଜନାରେ ଗଣିଆ ବ୍ଲକରେ ବିଭିନ୍ନ ବର୍ଗର ନୂତନ ଭତ୍ତା ହିତାଧିକାରୀଙ୍କୁ ମଙ୍ଗଳବାର ସେମାନଙ୍କ ଭତ୍ତା ରାଶି ବଣ୍ଟନ କରାଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ୍ନ ଅଧିକାରୀ ଖଗେଶ୍ୱର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଝୁନା ଜେନା , ଉପାଧ୍ୟକ୍ଷ ରାଜ କିଶୋର ସାହୁ , ଜିଲ୍ଲାପରିଷଦ ସଭ୍ୟ ନରେଶ କୁମାର ବେହେରା , ଯୋଗଦେଇ ଭତ୍ତା ବଣ୍ଟନ କରିଥିଲେ। ଛାମୁଣ୍ଡିଆ ପଞ୍ଚାୟତରେ ୫ , ବଡଶିଲିଙ୍ଗା ୫ , ବେଳପଡା ୮ , ଗଣିଆ ୪ , କରାଡ଼ାପଡା ୪ କିଶୋରପ୍ରସାଦ ୪ , ରାସଙ୍ଗ ୭ ସମୁଦାୟ ବ୍ଲକରେ ୪୧ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ମଧୁବାବୁ ପେନସନ ରେ ୩୪ଜଣ ଓ ଇନ୍ଦିରାଗନ୍ଧି ପେନସନ ଯୋଜନାରେ ୦୭ ଜଣଙ୍କୁ ଭତ୍ତା ବଣ୍ଟା ଯାଇଥିବା ବେଳେ ଏଥିରେ ୧୩ଜଣ ବାର୍ଦ୍ଧକ୍ୟ, ୧୫ଜଣ ବିଧବା, ୧୩ଜଣ ଭିନ୍ନକ୍ଷମ ରହିଥିବା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣବ ନାୟକ ପ୍ରକାଶ କରିଛନ୍ତି ।