ବୁଗୁଡ଼ା : ତା ୧୩/୦୫/୨୩ : ବୁଗୁଡ଼ା ଠାକୁରାଣୀ ଯାତ୍ରାର ଶେଷ ଦିନରେ ବ୍ରେକ୍ ଡ୍ଯାନ୍ସ ଖେଳରେ ଏକ ଅଘଟଣ ଘଟି ଜଣଙ୍କର ଜୀବନ ଚାଲି ଯାଇଥିବା ଜଣାଯାଇଛି । ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲାର କୁନୁ ମୁଣ୍ଡା(୨୦) । ପ୍ରକାଶ ଯେ, ଠାକୁରାଣୀ ଯାତ୍ରା କାଳରେ ମୀନାବଜାର ଓ ଅନ୍ୟାନ୍ୟ ଖେଳ ସାଙ୍ଗକୁ ବ୍ରେକ୍ ଡ୍ଯାନ୍ସ ଖେଳ ମଧ୍ୟ ପଡିଥିଲା । ଦୋଳିଖେଳ ପକାଇ ଥିବା ସଂସ୍ଥାର କର୍ମଚାରୀ କୁନୁ ବ୍ରେକ୍ ଡ୍ଯାନ୍ସ ଖେଳ ଦାୟିତ୍ବରେ ଥିଲେ । ଖେଳ ଚାଲିଥିଲା ସମୟରେ ସେ ଅସାବଧାନତା ବଶତଃ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ତାଙ୍କର ଜଙ୍ଘରେ ଗଭୀର ଆଘାତ ଲାଗିଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।