Odisha news

ବୈରୀଠେଙ୍ଗଡ ଷ୍ଟେସନକୁ ଅପଗ୍ରେଡେସନ ପାଇଁ ବିଦ୍ଧିବଦ୍ଧ ଭାବେ ରେଳବାଇ ପକ୍ଷରୁ ଘୋଷଣା

0

ଚଣ୍ଡିଖୋଲ : ପୂର୍ବତଟ ରେଳପଥର ଯାଜପୁର ଜିଲ୍ଲା  ଅନ୍ତର୍ଗତ ବଡ଼ଚଣା ବ୍ଲକ ଅଧିନ ବୈରୀଠେଙ୍ଗଡ ରେଲୱେ ଷ୍ଟେସନକୁ ପିଏଚ ପରିବର୍ତ୍ତେ ଦିତ୍ୱୀୟ ଶ୍ରେଣୀ ଷ୍ଟେସନର ମାନ୍ୟତା ପ୍ରଦାନ ସହ ଏହାକୁ ଅପଗ୍ରେଡେସନ କରାଯାଇଛି! ଏ ସମ୍ପର୍କରେ ଆଜି ବିଦ୍ଧିବଦ୍ଧ ଭାବେ ପୂର୍ବ ତଟ ରେଳବାଇ କତ୍ତୃପକ୍ଷ ଘୋଷଣା କରିଛନ୍ତି! ପୂର୍ବତଟ ରେଳବାଇର ଏହି ଘୋଷଣାପରେ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ (ଏଡିଆରଏମ) କଲ୍ୟାଣ ପଟ୍ଟନାୟକ ଏନେଇ ପତ୍ର ଦ୍ୱାରା ବୈରୀଠେଙ୍ଗଡ ରେଳ ଷ୍ଟେସନ କ୍ରିୟାନୁଷ୍ଠାନ କମିଟି ସମ୍ପାଦକଙ୍କୁ ଅବଗତ କରିଛନ୍ତି! ଏହି ପତ୍ର ହସ୍ତଗତ ହେବାପରେ ବୈରୀ ଠେଙ୍ଗଡ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି! ବିଶେଷ କରି କ୍ରିୟାନୁଷ୍ଠାନ କମିଟିର ଲଗାତାର ସଙ୍ଗଠିତ ଆନ୍ଦୋଳନ ଓ ବଡଚଣା ବିଜେପି ନେତା ଅମର ନାୟକଙ୍କ ଆନ୍ତରିକ ପ୍ରଚେଷ୍ଟା ଯୋଗୁଁ ବୈରୀଠେଙ୍ଗଡ ଅଞ୍ଚଳବାସୀଙ୍କୁ ଏହି ସଫଳତା ମିଳିଥିବା ଆଲୋଚନା ହେଉଛି! ବୈରୀ ଠେଙ୍ଗଡ ପିଏଚକୁ ଦ୍ୱିତୀୟ ଶ୍ରେଣୀ ଷ୍ଟେସନର ମମାନ୍ୟତାସହ ଏହାର ଅଫଗ୍ରେଡେସନ ପାଇଁ ସ୍ଥାନୀୟ ୧୦ଟି ପଞ୍ଚାୟତ ବାସୀଙ୍କ ଦୀର୍ଘ ଦିନହେବ ଦାବିହେବା ସାଙ୍ଗକୁ ପକ୍ଷରୁ ଆନ୍ଦୋଳନ ଚାଲି ଆସିଥିଲା! ଶେଷରେ ଲୋକେ ଗତ କିଛିଦିନ ହେବ ଷ୍ଟେସନରେ ଗଣଧାରଣାରେ ବସିଥିଲେ! ଶେଷରେ ଗତ ତିନିଦିନ ପୂର୍ବରୁ ଧାରଣା ସ୍ଥଳରେ ବିଜେପି ନେତା ଶ୍ରୀ ନାୟକ ପହଞ୍ଚି ଆନ୍ଦୋଳନରେ ସାମିଲ ହୋଇଥିଲେ! ଏହାପରେ ରେଳବାଇ ଉଚ୍ଚ କତ୍ତୃପଖ୍ୟ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଉକ୍ତ ପିଏଚକୁ ଦ୍ୱିତୀୟ ଶ୍ରେଣୀ ଷ୍ଟେସନର ମାନ୍ୟତା ଘୋଷଣା କରିବାସହ ଏହାକୁ ଅଫଗ୍ରେଡେସନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ!ଏହି ପ୍ରତିଶ୍ରୁତି ଅନୁଯାଇ ଆଜି ଖୋର୍ଦ୍ଧାରୋଡ ରେଳ ମଣ୍ଡଳ କାର୍ଯ୍ୟାଳୟରେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ,ରେଳବାଇ କତ୍ତୃପଖ୍ୟଙ୍କ ସହ ଶ୍ରୀ ନାୟକ ଏକ ଉଚ୍ଚସ୍ଥରୀୟ ବୈଠକରେ ଏକାଠିହୋଇଥିଲେ! ବୈଠକର ନିଷ୍ପତ୍ତି ଅନୁଯାଇ ପୂର୍ବ ପ୍ରତିଶ୍ରୁତି ଗୁଡିକୁ ବିଦ୍ଧିବଦ୍ଧ ମଞ୍ଜୁର ଦିଆଯିବା ସହ ଉକ୍ତ ଷ୍ଟେସନକୁ ଅଫଗ୍ରେଡେସନ କରାଯାଇ ଏଠାରେ ଯଥାଶୀଘ୍ର ଯାତ୍ରା ମାନଙ୍କ ସୁବିଧା ପାଇଁ  ଫୁଟ ଓଭରସିଡି,ଉଚ୍ଚ ଓ ଦୀର୍ଘତମ ପ୍ଳାଟଫର୍ମ, ବିଦ୍ୟୁତ କରଣ ,ନୂତନ ଷ୍ଟେସନ ଓ ଯାତ୍ରୀ ବିଷଶ୍ରାମ କଖ୍ୟ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ ହେଲାବୋଲି ଚିଠିରେ ଉଲେଖ କରାଯାଇଛି! ଏହିସବୁ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି! ଏହି ନିଷ୍ପତ୍ତି ସମ୍ପର୍କରେ ଚିଠି ପାଇବା ପରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳବାଇ କତ୍ତୃପଖ୍ୟ ଓ ଶ୍ରୀ ନାୟକଙ୍କୁ କୃତଜ୍ଞତା ଜ୍ଞାମ୍ପନ କରାଯାଇଛି!

Leave A Reply