Odisha news

ସ୍ତ୍ରୀ ନେଇଗଲା ଆବାସ ଟଙ୍କା ଜରିପାଲ ତଳେ ସ୍ଵାମୀ

0

ଦଶପଲ୍ଲା ୧୦/୫  : ଖାଦ୍ୟ, ବସ୍ତ୍ର ଓ ବାସଗୃହ ମଣିଷ ର ମୌଳିକ ଅଧିକାର । ଏହି କ୍ରମରେ କଚା ବାସଗୃହ ଥିବା ଗରିବ ଲୋକ ମାନଙ୍କ ପାଇଁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ଆବାସ ଯୋଜନା କାର୍ଯ୍ୟ କାରୀ କରିଛନ୍ତି । ଏହି ଆବାସ ଯୋଜନାରେ ସରକାର ଅର୍ଥ ଯୋଗାଇ ଦେଇଥିବା ବେଳେ ସ୍ତ୍ରୀ ଆବାସ ଟଙ୍ଗା ନେଇ ଚାଲିଯିବା ପରେ ଏବେ ଜରିପାଲ ତଳେ ସ୍ଵାମୀ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ ସରିଗଣ୍ଡା ପଞ୍ଚାୟତ ଓଡ଼ଶର ଗ୍ରାରେ । ଏହି ଗ୍ରାମରେ ବସବାସ କରନ୍ତି ଅଜୟ ଦଳବେହେରା । ନିଜ ସ୍ତ୍ରୀ ସହ ଗୋଟିଏ ପୁଅ ଓ ଗୋଟିଏ ଝିଅ ସହ ଆନନ୍ଦରେ ଚାଲିଥିଲା ଅଜୟ ଙ୍କ ହସଖୁସିର ସଂସାର । ଗତ ଆଠ ବର୍ଷ ତଳେ ଅଜୟ ଗାଁ ନଳ କୂଅ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଳକୂଅ ଠାରେ ଗୋଡ଼ ଖସି ଗୋଡ଼ ଭାଙ୍ଗି ଯାଇଥିଲା । ଗୋଡ଼ ଭାଙ୍ଗିଯିବା ପରେ ଅଜୟ କାମକରି ପାରିନଥିଲା । ଏହି ସମୟ ରେ ଅଜୟ ର ଘର ନିର୍ମାଣ ପାଇଁ ତାଙ୍କ ସ୍ତ୍ରୀ ନାମରେ ଏକ ଇନ୍ଦିରା ଆବାସ ଘର ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ପରିବାର ଚଳାଇବା ପାଇଁ ଅସମର୍ଥ ଅଜୟ କୁ ଛାଡ଼ି ତାର ସ୍ତ୍ରୀ ଚାଲି ଯାଇଥିଲା । ଏପରିକି ଅଜୟ ର ସ୍ତ୍ରୀ ଯିବା ସମୟ ରେ ତା ନାଁରେ ଆସିଥିବା ଇନ୍ଦିରା ଆବାସ ଅର୍ଥ ଉଠାଇ ନେଇ ଯାଇଥିଲା । ଘର ନିର୍ମାଣ ପାଇଁ କିମ୍ବା ତାର ଦିନ୍ୟାଙ୍ଗ ସ୍ୱାଇଁ କୁ ସେ କୌଣସି ଅର୍ଥ ଦେଇ ନ ଥିଲା । ଫଳରେ ଏବେ ଦୀର୍ଘ ଆଠ ବର୍ଷ ଧରି ଅଜୟ ଯରିପାଲ ତଳେ ଜୀବନ ବିତାଉଥିବା ବେଳେ ଭରସା ପାଲଟିଛନ୍ତି ତାଙ୍କ ବୃଦ୍ଧା ବିଧମା ମା ମାତା ଦଳବେହେରା । ବହୁ ଅସୁବିଧାରେ ରଞ୍ଜନ ଜୀବନ ବିତାଉ ଥିବା ବେଳେ ସ୍ତ୍ରୀ ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିପାରୁନ ଥିବା ସେ ପ୍ରକାଶ କରିଛନ୍ତି । ତେବେ ଏହି ଦିବ୍ୟାଙ୍ଗ ଅଜୟ ଦଳବେହେରା କେତେଦିନ ପର୍ଯ୍ୟନ୍ତ ଏହି ଯରିପାଲ ତଳେ ରହିବେ ଏବଂ କେବେ ତାଙ୍କୁ ଆବାସ ଯୋଜନାରେ ଘର ମିଳିବ ତାହା ଦେଖିବାକୁ ବାକି ରହିଲା।

Leave A Reply