ଦଶପଲ୍ଲା ୧୦/୫ : ବୁଧବାର ମଧ୍ୟାହ୍ନ ସମୟ ରେ କାଳ ବୈଶାଖୀ ରେ ଦଶପଲ୍ଲା ର ବିଭିନ୍ନ ସ୍ଥାନରେ ଗଛପଡି ରାସ୍ତା ବନ୍ଦ ହେବା ସହ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ବର୍ଷା ପବନ ଯୋଙ୍ଗୁ ଦଶପଲ୍ଲା ଏନ ଏ ସି ସ୍ଥିତ ଅନ୍ଧାରକୋଟ, ଉତର କବାଟ ସାହି, ଓ ପାଟଣା ରାସ୍ତାରେ ଗଛ ପଡି କିଛି ସମୟ ଧରି ଗମନା ଗମନ ରେ ବାଧାସୃଷ୍ଟି ହୋଇଥିବା ବେଳେ ଖବର ଲେଖା ଯିବା ସୁଧା ବିଦ୍ୟୁତ ସରବରାହ ବନ୍ଦ ରହିଛି । ଦଶପଲ୍ଲା ଅଗ୍ନିଶମ ବିଭାଗ କର୍ମଚାରିମାନେ ଅନ୍ଧାରକୋଟ ଠାରେ ପହଂଚି ଗଛ କାଟି ରାସ୍ତା ସଫା କରିଥିବା ବେଳେ ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସେହିପରି ବିଭିନ୍ନ ସ୍ଥାନରେ ଟେଲି ଯୋଗା ଯୋଗ ବନ୍ଦ ରହିଛି ।