ଭଗବାନ ରାମ ଯେତେବେଳେ ଯୁଦ୍ଧ କରିବାକୁ ଲଙ୍କାରେ ପହଞ୍ଚିଥିଲେ , ସେତେବେଳେ ରାବଣ ର ଏହି ମଜବୁତ ସେନା ସହିତ ଯୁଦ୍ଧ କରିବା ପାଇଁ ବାନର ସେନାର ବଡ ସହଯୋଗ ମିଳିଥିଲା l ଏହା ସେହି ସମୟ ଅନୁସାରେ ସମ୍ପୂର୍ଣ ନୂତନ ପ୍ରକାରର ସେନା ଥିଲେ l ଏହା ପୂର୍ବରୁ ଏହି ସେନା କଦାପି କୌଣସି ଯୁଦ୍ଧ କରି ନଥିଲେ l ଏହି ସେନାଙ୍କୁ ସ୍ୱୟଂ ରାମଚନ୍ଦ୍ର ଶିକ୍ଷା ଦେଇଥିଲେ l ରାବଣ ସେନାଙ୍କ ବିରୁଦ୍ଧରେ ବାନର ସେନା ବୀରତ୍ବର ସହିତ ଯୁଦ୍ଧ କରିଥିଲେ l ଯୁଦ୍ଧରେ ଲଢ଼ିବା ପରେ କୁଆଡେ ଯାଇଥିଲେ ସେହି ବିଷୟରେ କୌଣସି ସ୍ଥାନରେ ବର୍ଣନା ହୋଇନାହିଁ l
ବାଲ୍ମୀକି ରାମାୟଣ ଅନୁସାରେ ଶ୍ରୀରାମ-ରାବଣ ଯୁଦ୍ଧରେ ବାନର ସେନାର ମହତ୍ଵପୁର୍ଣ ଭୂମିକା ଥିଲା l ଯେତେବେଳେ ଶ୍ରୀରାମ ଯୁଦ୍ଧରେ ବିଜୟ ଲାଭ କଲେ ଅଯୋଧ୍ୟା ଫେରି ଆସିଥିଲେ, କିନ୍ତୁ ଏହି ବାନର ସେନା କେଉଁଆଡେ ଗଲେ l ଏହି ସେନାର ନେତୃତ୍ୱ କରୁଥିବା ସୁଗ୍ରୀବ ଓ ଅଙ୍ଗଦ ଙ୍କର କଣ ହେଲା l
ରାମାୟଣ ର ଉତ୍ତରାକାଣ୍ଡ ରେ ଉଲ୍ଲେଖ ରହିଛି ଯେ ଯେତେବେଳେ ଲଙ୍କା ରୁ ସୁଗ୍ରୀବ ଫେରୁଥିଲେ ସେତେବେଳେ ଭଗବାନ ଶ୍ରୀରାମ କିସ୍କିନ୍ଧା ର ରାଜା କରିଥିଲେ l ବlଳି ପୁତ୍ର ଅଙ୍ଗଦ ଙ୍କୁ ଯୁବରାଜ , ଏହି ଦୁହେଁ ମିଶି ଅନେକ ବର୍ଷ ଧରି ଏଠାରେ ରାଜ୍ୟ ଶାସନ କରିଥିଲେ l ଶ୍ରୀରାମ-ରାବଣ ଙ୍କ ଯୁଦ୍ଧରେ ଯୋଗଦାନ ଦେଇଥିବା ବାନରସେନା ଦୀର୍ଘଦିନ ଧରି ସୁଗ୍ରୀବ ଙ୍କ ସହିତ ରହିଥିଲେ l ବାନରସେନା ରେ ଯୋଗ ଦେଇଥିବା ନଳ-ନୀଳ ଅନେକ ବର୍ଷ ପର୍ଯ୍ୟନ୍ତ ସୁଗ୍ରୀବ ଙ୍କ ରାଜ୍ୟରେ ମନ୍ତ୍ରୀ ପାଦରେ ରହିଥିଲେ ଓ ସୁଗ୍ରୀବ ଙ୍କ ସହିତ ମିଶି କିସ୍କିନ୍ଧା ରାଜ୍ୟ କୁ ଆଗକୁ ବଢାଇଥିଲେ l ଆଜି ମଧ୍ୟ ଏହି କିସ୍କିନ୍ଧା ରାଜ୍ୟ ରହିଛି l ବର୍ତମାନ କିସ୍କିନ୍ଧା କର୍ଣ୍ଣାଟକ ରେ ତୁଙ୍ଗଭଦ୍ରା ନଦୀ କୂଳରେ ଅବସ୍ଥିତ l ଏଠାରେ ଏବେ ମଧ୍ୟ ଅନେକ ଗୁମ୍ଫା ରହିଛି ଯେଉଁଠି ରାମ ଲକ୍ଷ୍ମଣ ରହିଥିଲେ l
କିସ୍କିନ୍ଧା ନିକଟରେ ଥିବା ଜଙ୍ଗଲ କୁ ଦଣ୍ଡକାରଣ୍ୟ କୁହାଯାଇ ଥାଏ l ଯାହାକି ଖୁବ ଘଞ୍ଚ ଅଟେ l ଏଠାରେ ରହୁଥିବା ଅଧିବାସୀ ଙ୍କ ବାନର କୁହାଯାଇ ଥାଏ l ଯାହାର ଅର୍ଥ ହେଲା ବନରେ ରହୁଥିବା ଲୋକେ l ରାମାୟଣ ରେ ଯେଉଁ ଋଷ୍ୟମୁକ ପର୍ବତ ବିଷୟରେ କୁହାଯାଉ ଥିଲା ତାହା ଆଜି ମଧ୍ୟ ସେହି ନାମରେ ତୁଙ୍ଗଭଦ୍ରା ନଦୀ କୂଳରେ ଦଣ୍ଡୟମାନ l
ଶ୍ରୀରାମ ଓ ହନୁମାନ ଙ୍କ ମିଳିତ ସହଯୋଗ ରେ ବାନର ସେନା ପ୍ରସ୍ତୁତ ହୋଇଥିଲେ l ବାନର ସେନା ଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରାଯାଇ ଥିଲା ଓ ପ୍ରତ୍ୟେକ ଦଳରେ ଜଣେ ଜଣେ ସେନାପତି ଥିଲେ l କୁହାଯାଏ ଯେ ଏହି ବାନର ସେନା ଆପେଆପେ ଆସି ଯୋଡି ହୋଇଥିଲେ l କୁହାଯାଏ ଯେ ଏହି ବିଶାଳ ବାନରସେନା ଛୋଟ ଛୋଟ ରାଜ୍ୟ ର ଛୋଟ ଛୋଟ ସେନାର ସଂଗଠନ ଥିଲେ l ଯେପରିକି କିସ୍କିନ୍ଧା, କୋଲ, ଭୀଲ, ରିଛ ଇତ୍ୟାଦି ରାଜ୍ୟର ଥିଲେ l କୁହାଯାଏ ଯେ ଲଙ୍କା ବିଜୟ ପରେ ବିଶାଳ ବାନର ସେନା ପୁନର୍ବାର ନିଜ ନିଜ ରାଜ୍ୟର ଅଧୀନ ହୋଇଗଲେ l