Odisha news

ପାଟଳୀପୁରାରେ ଅଷ୍ଟମପ୍ରହରୀ ଏବଂ ଉଡା ପର୍ବ ପାଳିତ

0

ବେତନଟୀ : ବେତନଟୀ ଥାନା ଅଧିନସ୍ଥ ପାଟଳୀପୁରା ପଞ୍ଚାୟତ ର କାଠପାଳ ଗ୍ରାମରେ ୧୭ ତାରିଖ ରୁ ୫ ଦିନ ଧରି ଚାଲିଥିବା ଉଡା ଓ ଅଷ୍ଟମ ପ୍ରହରୀ ନାମ ସଙ୍କୀର୍ତ୍ତନ ସମାପନ ହୋଇଯାଇଛି ।ଉଡାରେ ଭକ୍ତାମାନେ ପିଠି ରେ କଣ୍ଟା ଫୋଡି ଉଡାକାଠରେ ଉଡିଥିଲେ ଯେଉଁଥି ପାଇଁ ଉଡା ପଡିଆ ଜନ ସମୁଦ୍ର ପାଲଟି ଯାଇଥିଲା।  ଅଷ୍ଟମ ପ୍ରହରୀର ପରଦିନ ନାମସଙ୍କୀର୍ତ୍ତନ ଆରମ୍ଭ ହୋଇଥିଲା।ଏଥିରେ ଘଟୁଆଳ ମାନେ ବୁଢ଼ାବଳଙ୍ଗ ନଦୀରୁ ଘଟୋତ୍ତଳନ କରି ମଣ୍ଡପ ରେ ପହଞ୍ଚିଥିଲେଏବଂ ତା ପରେ ଗୋପାଳ ଜୀଉ ମନ୍ଦିରରୁ ଶ୍ରୀ ଜୀଉଙ୍କୁ ଖୋଳ କରତାଳ ର ତାଳେ ତାଳେ ମଣ୍ଡପ ନିକଟକୁ ଅଣାଯାଇଥିଲା। ୧୯ ତାରିଖ ରେ ଏକ ବିଶାଳ ଅନ୍ନଛତ୍ର ର ବ୍ୟବସ୍ଥା କରାଯାଇଥିଲା ଏବଂ ଏଥି ସହ ନାମ ସମାପନ ହୋଇଥିଲା। ଏହି କାର୍ଯକ୍ରମ ରେ କମଳାକାନ୍ତ କବାଟ,ରାଜା ଭାଇ, ଦିନା ଭାଇ, ଦୁଲିଆ ଭାଇ,ଟିକ ଭାଇ,ଭାବ ଭାଇ,ଟୁନା ଭାଇ,ସୁଧାକର ଭାଇ, କନୁଆ ମାମୁଁ,ଝଡ଼ିଆ ଭାଇ,ସତ୍ୟବାଦୀ,ଉପେନ୍ଦ୍ର ସାର , ଶଶୀ ଭାଇ,ମଧୁ ନନା,ବିନ ନନା, ସୁଧା ନନା, ଟୁକୁନୁ ଭାଇ,ଗୋପୀ ଭାଇ,ମଣ୍ଟୁ ଭାଇ,ସଞ୍ଜୀବ, ବାପୁନ୍, ଶିରି ଭାଇ,ବାୟା ଭାଇ,ସୁଦାମ ଭାଇ, ରୁନା ଭାଇ, ବୁନା ଭାଇ,ଦାମ ଭାଇ, ଧୁମା ଭାଇ ତଥା ଗ୍ରାମର ସମସ୍ତ ଅଧିବାସୀ ତଥା ଆବାଳବୃଦ୍ଧବନିତା ଯୋଗ ଦେଇ ଦୀର୍ଘ ୧୦୦ ବର୍ଷ ରୁ ଉର୍ଦ୍ଧ ଚାଲିଥିବା ଅନୁଷ୍ଠାନକୁ ଆଗେଇନେବାରେ ମୁଖ୍ୟ ଭୂମିକା ନିଭାଇଥିଲେ । ଏଥି ପାଇଁ ଗ୍ରାମରେ ସମସ୍ତଙ୍କ ଘରେ ବନ୍ଧୁ ବାନ୍ଧବ ଆସିଥିବାରୁ ଗ୍ରାମଟି ପୁରା ଚଳଚଞ୍ଚଳ ହୋଇଉଠିଛି। ଉଡା ପର୍ବରେ ମେଲୋଡି ଓ ୨୦,୨୧ତାରିଖ ରେ ଅପେରା ପରିବେଷଣ ଓ ସାଂସ୍କୃତିକ କାର୍ଯକ୍ରମରେ ଅନେକ ଶ୍ରଦ୍ଧାଳୁ ଏବଂ ଆଖ ପାଖ ଅଞ୍ଚଳରୁ ଅନେକ ଲୋକ ଯୋଗ ଦେଇଥିଲେ ।

Leave A Reply