Odisha news

ଅନଲାଇନ ଟ୍ରେଡିଙ୍ଗ କରିବା ବାହାନାରେ ୫ କୋଟି ଠକେଇ, ଦୁଇ ଗିରଫ

0

ସୋର,୨୦/୪: ସୋର ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ଵରରେ ଏକ ବ୍ରୋକର ହାଉସ ଖୋଲି ପ୍ରାୟ ୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧିକ ଶାଖା ତରଫରୁ ଚଢ଼ାଉ କରାଯାଇ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି. ଉତ୍ତରେଶ୍ଵର ଗ୍ରାମର ରିପନ କୁମାର ଜେନା ଏବଂ ଅନୁପମ ପ୍ରଧାନ ନିଜ ବାସଭବନରେ ୪ ବର୍ଷ ଧରି ଓମ ଏଜେନ୍ସି ଏଣ୍ଡ ଗ୍ରୀନ ଗ୍ରାସ ନାମରେ ବ୍ରୋକର ହାଉସ ଖୋଲି ବିଭିନ୍ନ ଲୋକଙ୍କ ନିକଟରୁ ଟ୍ରେଡିଙ୍ଗ କରି ଅଧିକ ଲାଭ ଦେବାର ଲୋଭ ଦେଖାଇ ପ୍ରାୟ ୩୫ ଜଣଙ୍କ ନିକଟରୁ ୫ କୋଟି ଟଙ୍କାରୁ ଉର୍ଦ୍ବ ଟଙ୍କା ଆଣିଥିଲେ। ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଲୋକଙ୍କୁ କିଛି କିଛି ଟଙ୍କା ଫେରାଇଥିବା ବେଳେ ପରେ ଆଉ ଟଙ୍କା ଫେରାଇ ନଥିଲେ। ଏଥିରେ ନିରାଶ ହୋଇ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ୱରର ଜିତେନ୍ଦ୍ର ଦାସ ଗତ 2022 ମସିହାରେ ଅର୍ଥନୈତିକ ଅପରାଧିକ ଶାଖାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୂଳେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଆଜି ସକାଳେ ଅପରାଧିକ ଶାଖାର ଅଧିକାରୀ ମାନେ ସୋରରେ ପହଞ୍ଚି ସୋର ପୁଲିସ ସହାୟତାରେ ରିପନ ଏବଂ ଅନୁପମ କୁ ଥାନାକୁ ଉଠାଇ ଆଣିଥିଲେ। ପରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ବାଲେଶ୍ୱର କୋର୍ଟରେ ହାଜର କରିବା ପାଇଁ ନେଇଯାଇଥିବା ଜଣା ପଡିଛି।

Leave A Reply