ଶିଳ୍ପରାଜଧାନୀ କଳିଙ୍ଗନଗର ରେ ଏବେ ମାଳ ମାଳ ସମସ୍ୟା,ପାଣି ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା ଫେଲ ମାରିଛି ! ପ୍ରବଳ ଗ୍ରୀଷ୍ମ ପ୍ରଭାବ ସାଙ୍ଗକୁ ସାରଙ୍ଗପୁର ଗାଁ ରେ ଏବେ ଜଳ ସଙ୍କଟ ଦେଖା ଦେଇଛି ! ଏହି ଗାଁ ରେ 150 ରୁ ଅଧିକ ପରିବାର ବସବାସ କରନ୍ତି, ଲୋକସଂଖ୍ୟା ପ୍ରାୟ 2500 ରୁ ଅଧିକ ହେବ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି , ଗାଁରେ ଖରାଦିନଆସିବାରୁ କୂଅ ନଳକୂପ ସବୁ ଶୁଖିଯାଇଛି, ଭୂ ତଳ ଜଳ ଶିଳ୍ପ ଶୋଷୁଛି ଯାହା ଫଳରେ ଜଳସ୍ତର କମି ଗାଁ ପାଣିମୁଁନ୍ଦେ ମିଳୁନାହିଁ, ଏହି ସାରଙ୍ଗପୁର ପଂଚାୟତଟି ରାଜ୍ୟସରକାର ଙ୍କ ଦ୍ୱାରା ଆଦର୍ଶ ପଂଚାୟତ ର ମାନ୍ୟତା ପାଇଛି, ସରପଞ୍ଚ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ସରପଞ୍ଚ ଭାବେ ପୁରସ୍କୃତ ହୋଇଛନ୍ତି, ଦୁର୍ଭାଗ୍ୟ ର କଥା ବାରମ୍ବାର ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ, ବ୍ଲକ ପ୍ରଶାସନ କୁ ଜଣାଇ ମଧ୍ୟ୍ୟ ପାଣି ର ବ୍ୟବସ୍ତା ପାଇଁ କେହି କର୍ଣ୍ଣପାତ କରୁନାହାନ୍ତି, ଶେଷରେ ବାଧ୍ୟ ହୋଇ ଆଜି ଗ୍ରାମବାସୀ ମାନେ ବ୍ଲକ ସମ୍ମୁଖରେ ଧାରଣା ରେ ପାଣି ପାଇଁ ବସିଛନ୍ତି, ପ୍ରଶ୍ନ କରୁଛନ୍ତି କୋଟି କୋଟି ଟଙ୍କା ର ଜିଲ୍ଲା ଖଣିଜ ପାଣ୍ଠି, ଶିଳ୍ପପତି ଙ୍କର CSR ପାଣ୍ଠି, ଜଳ ବିଭାଗ ଯଦି ସାମାନ୍ୟ ମୌଳିକ ସୁବିଧା ପାଇଁ ପାଣି ମୁନ୍ଦେ ଯୋଗାଇ ବାରେ ଅକ୍ଷମ ତାହେଲେ ବିକାଶ କଣ ହୋଇଛି ସୁନାର ସୁକିନ୍ଦା ଓ ଶିଳ୍ପ ନଗରୀ ରେ? ଲଜ୍ୟା ଓ ଦୁର୍ଭାଗ୍ୟ ର ବିଷୟ , ଯଦି ପାଣି ପିଇବା ପାଇଁ ଯୋଗାଇ ଦିଆ ନ ଯାଏ ଆଗାମୀ ଦିନରେ ଛୁଆ ପିଲା ଧରି ସ ପରିବାର ରାଜରାସ୍ତାକୁ ଓଲ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି, ଏ ବିଷୟରେ ସୁକିନ୍ଦା ର ବି. ଡି. ଓ ଦାୟିତ୍ୱ ରେ ଥିବା ନମ୍ରତା ମୋଦୀ ଙ୍କୁ ପଚାରିବାରୁ ସେ କୁହନ୍ତି ସାରଙ୍ଗପୁର ବାସୀ ଙ୍କ ସମସ୍ୟା ବିଭାଗୀୟ ଜେ. ଇ. ଙ୍କୁ କହିଛି ଦିନେ ଦୁଇଦିନ ଭିତରେ ସମାଧାନ ହୋଇଯିବ, ଦେଖିବାକୁ ବାକି ରହିଲା ଏହି ଶିଳ୍ପ ନଗରୀ ରେ ଥିବା ସାରଙ୍ଗପୁର ବାସୀ ପାଣି ମୁନ୍ଦେ କେବେ ପାଉଛନ୍ତି !