ଦୁନିଆ ବିଭିନ୍ନ ପ୍ରକାରର ଅଦ୍ଭୁତ ଜିନିଷ ଓ ସ୍ଥାନରେ ପରିପୂର୍ଣ ଅଟେ l ଏଥି ମଧ୍ୟରୁ ଅନେକ ସ୍ଥାନ ଏଭଳି ରହିଛି ଯାହାକି ଖୁବ ରହସ୍ୟ ମୟୀ ଓ ଅଦ୍ଭୁତ ଅଟେ l ଯେଉଁ ବିଷୟରେ ଲୋକେ ଜାଣି ମଧ୍ୟ ବିଶ୍ୱାସ କରି ପାରନ୍ତି ନାହିଁ l ଆଜି ଆମେ ସେହିଭଳି ଗୋଟିଏ ସ୍ଥାନ ବିଷୟରେ ଜାଣିବା, ଯାହାକି ତୁର୍କୀ ରେ ଅବସ୍ଥିତ l ସୂଚନା ଯୋଗ୍ୟ ଯେ ଏଠାରେ ଏଭଳି ଗୋଟିଏ ମନ୍ଦିର ରହିଛି , ଯେଉଁଠାକୁ ଲୋକେ ଗଲେ କଦାପି ଫେରି ନଥାଆନ୍ତି l ଏଠାରେ ଅନେକ ଲୋକଙ୍କର ରହସ୍ୟମୟୀ ଭାବରେ ମୃତ୍ୟୁ ହୋଇ ସାରିଛି l ତେଣୁ ଏହିସ୍ଥାନ ଟିକୁ ଯିବା ପି[ଆଇନ ପ୍ରତିବନ୍ଧକ ଲାଗିଛି l
ଏହି ରହସ୍ୟମୟୀ ମନ୍ଦିର ଟି ତୁର୍କୀ ର ପ୍ରାଚୀନ ସହର ହେରାପଲିସ ରେ ଅବସ୍ଥିତ ଅଟେ l ଏହି ସ୍ଥାନଟି ବିଷୟରେ ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ, କିନ୍ତୁ ଏଠାରେ ରହୁଥିବା ଲୋକ ମାନଙ୍କ ମତରେ ଏଠାରେ ଥିବା ମନ୍ଦିର ବାହାରେ ଗୋଟିଏ କବାଟ ରହିଛି, ଯାହାକି ପ୍ରକୃତରେ ନର୍କ ର ଦ୍ୱାର ଅଟେ l ଏଠାକୁ ଯେଉଁ ବ୍ୟକ୍ତି ଯାଇଥାଏ ତାର ମୃତ୍ୟୁ ହୋଇ ଯାଇଥାଏ l କୁହାଯାଏ ଯେ ଏହି ସ୍ଥାନ ଟିକୁ ଯିବା ମାତ୍ରକେ କେବଳ ମଣିଷ ନୁହେଁ, ଜୀବଜନ୍ତୁ ଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଥାଏ l
ଏହି ରହସ୍ୟ ମୟୀ ମନ୍ଦିରର ଦ୍ୱାର କୁ ଗେଟ ଅଫ ହେଲ କୁହାଯାଇଥାଏ ଅର୍ଥାତ ନର୍କ ର ଦ୍ୱାର l ସ୍ଥାନୀୟ ଲୋକଙ୍କ ମାନ୍ୟତା ଅନୁସାରେ ଗ୍ରୀକୋ -ରୋମାନ ସମୟରେ ଏହି ମନ୍ଦିରରେ ଜଣେ ବ୍ୟକ୍ତି ରହୁଥିଲେ, ଯାହାଙ୍କସ ମୁଣ୍ଡ କାଟ ହୋଇଥିଲା l ଲୋକ ମାନଙ୍କ ସୂଚନା ଅନୁସାରେ ସେଥିପାଇଁ ସେହି ବ୍ୟକ୍ତିର ଆତ୍ମା ଲୋକ ମାନଙ୍କ ଜୀବନ ନେଇଥାଏ l ସ୍ଥାନୀୟ ଲୋକ ଙ୍କ ମତରେ ଏହି ମନ୍ଦିର ରେ ଗ୍ରୀକ ଦେବତା ରହୁଛନ୍ତି, ଯେଉଁ ମାନଙ୍କ ଶକ୍ତି ଦ୍ୱାରା ପାପୀ ବ୍ୟକ୍ତିମାନେ ନର୍କ ର ରାସ୍ତା ଲାଭ କରି ଥାଆନ୍ତି l ମାନ୍ୟତା ଅନୁସାରେ ଏଠାରେ ଥିବା ଝରଣା ଗୁଡିକରେ ଗାଧୋଇବା ଦ୍ୱାରା ରୋଗ ରୁ ମୁକ୍ତି ମିଳିଥାଏ l
ବୈଜ୍ଞାନିକ ମାନ୍ୟତା ରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖା ଦେଇଛି l ଗବେଷକ ଙ୍କ ମତରେ ଏହି ମନ୍ଦିର ତଳେ କାର୍ବନ ଡାଇଅକ୍ସାଇଡ ସମେତ ଅନେକ ବିଷାକ୍ତ ଗ୍ୟାସ ରହିଛି l ଯାହାକି ଅନେକ ମାତ୍ରାରେ ନିର୍ଗତ ହୋଇଥାଏ, ତେଣୁ ଏହାର ନିକଟକୁ ଯିଏ କେହିବି ମଣିଷ ଜୀବଜନ୍ତୁ ଯାଇ ଥାଆନ୍ତି ମୃତ୍ୟୁ ବରଣ କରି ଥାଆନ୍ତି l ବିଜ୍ଞାନ ମତରେ ୧୦ ପ୍ରତିଶତ କାର୍ବନ ଡାଇଅକ୍ସାଇଡ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇପାରେ l କିନ୍ତୁ ଉକ୍ତ ସ୍ଥାନରେ କାର୍ବନ ଡାଇଅକ୍ସାଇଡ ୯୧ ପ୍ରତିଶତ ରହିଛି, ତେଣୁ ଏହି କାରଣରୁ ମଣିଷ ଓ ଜୀବଜନ୍ତୁ ସମସ୍ତେ ଅଣନିଶ୍ୱାସୀ ହୋଇ ମୃତ୍ୟୁ ବରଣ କରି ଥାଆନ୍ତି l