Odisha news

ରାଜସ୍ଵ କର୍ମଚାରୀଙ୍କ ଜ୍ଞାତସାରରେ ମାଟି ବଦଳରେ ଖୋଳା ଚାଲିଛି ମୋରମ

0

ବେତନଟୀ  :  ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମାଟି ଖୋଳିବା ର ଅନୁମତି ନେଇ ମୋରମ ଖୋଲିବା , ବାଲି ଖାଦାନରେ ନିର୍ଦ୍ଧାରିତ ବର୍ଗଫୁଟ ର ବାଲି ଉତ୍ତୋଳନର ଅନୁମତି ନେଇ ଶହେ ଗୁଣରୁ ଅଧିକ ପରିମାଣର ବାଲି ଉତ୍ତୋଳନକୁ ନେଇ ନିକଟ ଅତୀତରେ ଏନଜିଟି ତଦନ୍ତ ଯୋଗୁଁ ଏହାକୁ ଲଘୁ ଖଣିଜ ସମ୍ପଦ ଭାବେ ଅଭିହିତ କରାଯାଇ ସମ୍ପୂର୍ଣ୍ଣ ଖନନ ବନ୍ଦ କରାଯାଇଛି। ମାତ୍ର ବେତନଟୀ ତହସିଲ ଅଧୀନ ବିଭିନ୍ନ ଆରଆଇ ସର୍କଲ ଅଞ୍ଚଳରେ ଅବାଧରେ ମୋରମ ଏବଂ ବାଲି ଖନନ ଚାଲିଛି। ତହସିଲଦାରଙ୍କ ଠାରୁ ୨/୩ ଫୁଟ ମାଟି ଖନନର ଅନୁମତି ନେଇ ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ମାଫିଆ ମାନେ ମୋରମ ଖୋଳି ଚାଲିଛନ୍ତି। ସାଧାରଣ ଲୋକଙ୍କର ଅଭିଯୋଗ ହେଲେ ତହସିଲଦାର ନିଜ ସୁପରଭାଇଜରଙ୍କୁ ଘଟଣା ସ୍ଥଳକୁ ପଠାଇ   “ଧର୍ମକୁ ଆଖି ଠାର ଭାବେ ” କିଛି ଜରିମାନା କରି ଛାଡିଦେଉଛନ୍ତି। ଗତ ୨ମାସ ତଳେ ହାତିଝୁରୀ ପଞ୍ଚାୟତର ବଗଲପୁର ମୌଜାରେ ନିର୍ଦ୍ଧାରିତ ଜମି ବ୍ୟତୀତ ଅନ୍ୟ ଜମିରୁ ଶହ ଶହ ଡମ୍ଫର ମୋରମ ବାହାର ଜିଲ୍ଲାକୁ ଚାଲାଣ ହେଉଥିବା ଖବର ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ଡମ୍ଫର ଏବଂ ଜେସିବିକୁ ଜବତ କରିବା ସହ ବେତନଟୀ ତହସିଲଦାର ଙ୍କୁ ଅବଗତ କରାଇଥିଲେ। ଘଟଣାସ୍ଥଳରେ ସୁପରଭାଇଜର ପହଞ୍ଚିଥିଲେ ମଧ୍ୟ ମୋରମ ମାଫିଆଙ୍କ ସହିତ ଘଣ୍ଟା ଘଣ୍ଟା ଧରି ମୁଲଚାଲ ଚାଲିବା ପରେ କିଛି ପରିମାଣର ଜରିମାନା ଆଦାୟ କରା ଯାଇଥିଲା ।

ସେହି ପରି ବେତନଟୀ ତହସିଲ ଅଧୀନ  ପୁରୁଣିଆ ଆରଆଇ ତହସିଲ ଅଧୀନ ବଙ୍ଗାଳିଡାହି ମୌଜାରେ ପାଖାପାଖି ଦେଢ ଏକର ଜମିରେ ୨୫ରୁ ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ମୋରମ ତାଡି ବାଲେଶ୍ଵର ଜିଲ୍ଲାକୁ ମୋରମ ମାଫିଆ ମାନେ ଚାଲାଣ କରୁଥିବା ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମାଫିଆ ମାନେ ଖସି ଯାଇଥିଲେ। ଏହି ଘଟଣାକୁ ନେଇ ତହସିଲଦାରଙ୍କୁ ଯୋଗାଯୋଗ କରିବା ପରେ ତଦନ୍ତ କରୁଥିବା ସେ ଜଣାଇଛନ୍ତି। ବେତନଟୀ ତହସିଲ ଅଧୀନରେ ତହସିଲଦାର ଏବଂ ଆରଆଇ ମାନଙ୍କ ଜ୍ଞାତସାରରେ ତାଙ୍କ ସମ୍ମୁଖ ଦେଇ ଦୈନିକ ମୋରମ ବୋଝେଇ ଏକାଧିକ ଟ୍ରାକ୍ଟର ଏବଂ ଡ଼ମ୍ଫର ଚାଲୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଚୁପଚାପ ରହିବା ସାଧାରଣ ଲୋକଙ୍କୁ ଚକିତ କରିଛି। ମାଫିଆ ଏବଂ ଆରଆଇ ମାନଙ୍କ ସଲାସୁତରା ମଧ୍ୟରେ ଏହି ଭଳି କାର୍ଯ୍ୟ ହେଉଥିବା ସାଧାରଣରେ ଚର୍ଚ୍ଚା ଜୋର ହେଉଛି। ଏଥି ପାଇଁ ରାଜସ୍ଵ ବିଭାଗର କୋଟି କୋଟି ଟଙ୍କାର ରାଜସ୍ଵ କ୍ଷତି ହେଉଥିବାର ଆଶା କରାଯାଉଛି ।

Leave A Reply