Odisha news

ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତୀ ଦିନ ହନୁମାନ ଙ୍କ ଫଟୋ ଘରର ଏହି ସ୍ଥାନରେ ସ୍ଥାପନା କରନ୍ତୁ, ମିଳିବ ଖୁବ ସଫଳତା

0

ମହାବିଷୁବ ସଂକ୍ରାନ୍ତି ଦିନଟି ହେଉଛି ହନୁମାଙ୍କ ଜନ୍ମ ଉତ୍ସବ ଭାବରେ ପାଳିତ ହୋଇଥାଏ ଓ ଏହିଦିନ ଓଡ଼ିଆ ନୂତନବର୍ତ୍ସ ଭାବରେ ମଧ୍ୟ ପାଳନ କରାଯାଇ ଥାଏ l ଏହିଦିନଟି ଆମ ହିନ୍ଦୁ ଧର୍ମ ରେ ବିଶେଷ ଭାବରେ ପୂଜାର୍ଚନା କରାଯାଇ ଥାଏ ଓ ଚଉଁରା ମୂଳରେ ଠେକି ବସା ଯାଇଥାଏ l ତେଣୁ ଏହି ଦିନଟିକୁ ଠେକି ବସା ସଂକ୍ରାନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ l ଏହାଛଡା ହିନ୍ଦୁ ମାନ୍ୟତା ଅନୁସାରେ ଏହିଦିନ ଯଦି ହନୁମାନଙ୍କ ଫଟୋ ଘରେ ସ୍ଥାପନା କରିବା ଖୁବ ଶୁଭ ଅଟେ l

ବିଶେଷ ଭାବରେ ହିନ୍ଦୁ ଦେବଦେବୀ ଙ୍କ ଫଟୋ ଘରର ଅନେକ ଅସୁବିଧାକୁ ଦୂର କରିଥାଏ ଓ ସୁଖ-ଶାନ୍ତି ର ଆଗମନ ହୋଇଥାଏ l ବିଶେଷ ଭାବରେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ହନୁମାନ ଙ୍କ ଫଟୋ ଲଗାଇବା ଦ୍ୱାରା ଅନେକ ପ୍ରକାର ଲାଭ ମିଳିଥାଏ l  ଯଦି ଆମେ ଘରର ଉପଯୁକ୍ତ ଦିଗରେ ଠିକ ଭାବରେ ହନୁମାନ ଙ୍କ ଫଟୋ ଲଗାଇବା ତେବେ ଅନେକ ଲାଭ ମିଳିବ l

– କଦାପି ହନୁମାନଙ୍କ ଫଟୋ ନିଜର ଶୋଇବା କୋଠରୀ ରେ ଲଗାନ୍ତୁ ନାହିଁ l ଏହାଦ୍ୱାରା ଶୁଭ ଫଳ ମିଳିନଥାଏ l ଜୀବନ ରେ ନକାରାତ୍ମକ ପ୍ରଭାବ ପଡିଥାଏ l କାହିଁକି ନା ପବନପୁତ୍ର ମହାବୀର ହେଉଛନ୍ତି ଆଜନ୍ମ ବ୍ରହ୍ମଚାରୀ, ତେଣୁ ତାଙ୍କ ଫଟୋ କୁ କଦାପି ଶୋଇବା ଘରେ ଲଗାନ୍ତୁ ନାହିଁ l

– ଘରେ ହେଉ କିମ୍ବା ନିଜ ପ୍ରତିଷ୍ଠାନ ରେ ହେଉ ହନୁମାନ ଙ୍କ ଫଟୋ ସର୍ବଦା ଦକ୍ଷିଣ ଦିଗରେ ସ୍ଥାପନ କରିବା ଆବଶ୍ୟକ l  କାହିଁକି ନା ହନମନ ସର୍ବଦା ନିଜ ଶକ୍ତିର ପ୍ରୟୋଗ ଦକ୍ଷିଣ ଦିଗ ଆଡକୁ ଦେଖାଇ ଥାଆନ୍ତି l ଯେଉଁ କାରଣରୁ ଘରର ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ ଓ ଜୀବନ ସୁଖମୟ ହୋଇଥାଏ l

– ସବୁବେଳେ ନିଜ ଘରେ ପଞ୍ଚମୁଖୀ ମହାବୀର, ପର୍ବତ ଉଠାଉଥିବା ମହାବୀର କିମ୍ବା ରାମ ନାମ କରୁଥିବା ମହାବୀର ଫଟୋ ରଖିବା ଆବଶ୍ୟକ l ଏହାଦ୍ୱାରା ଘର ବାସ୍ତୁ ଦୋଷ ଦୂର ହୋଇଥାଏ l     ପଞ୍ଚମୁଖୀ ମହାବୀର ଙ୍କୁ ଗୃହର ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ଦୁଃଖ, କଷ୍ଟ, ରୋଗ, ଵିଘ୍ନ, ଦାରିଦ୍ର୍ୟ ଦୂର ହୋଇଥାଏ l

– ଘରର ଉତ୍ତର ଦିଗରେ ପ୍ରଭୂ ଶ୍ରୀରାମ ଓ ହନୁମାନ ଙ୍କ ଫଟୋ ରଖିବା ଦ୍ୱାରା ସମସ୍ତ ଦୁଃଖକୁ ସେ ଅଟକାଇ ଥାଆନ୍ତି l ଜୀବନ ରେ ସମୃଦ୍ଧି  ଚିର ସ୍ଥାୟୀ ହୋଇ ରହିଥାଏ l

– ଯେଉଁ ଫଟୋରେ ମହାବୀର ଙ୍କ ଶକ୍ତିଶାଳୀ ଚିତ୍ର ରହିଥାଏ, ସେହିଭଳି ଫଟୋକୁ ଘରେ ଲଗାଇବା ଦ୍ୱାରା ଖରାପ ଶକ୍ତି ଆପଣଙ୍କ ଜୀବନକୁ ଓ ଘରକୁ ପ୍ରବେଶ କରିପାରେ ନାହିଁ l  ଯଦି ମହାବୀରଙ୍କ ଫଟୋ ଘରେ ସ୍ଥାପନା କରୁଛନ୍ତି ତେବେ ସେଥିରେ ସିନ୍ଦୁରର ଲେପ ନିହାତି ଲଗାନ୍ତୁ , ଏହାଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୁର୍ଣ ହେବ l

Leave A Reply