Odisha news

ଗାଁ ସାଥିଙ୍କ ମନମାନି ପାଇଁ ଖରିଡା ପଂଚାୟତ ପଛୁଆ

0

ହିଞ୍ଜିଳି କାଟୁ ତା 10/4 : – ମନରେଗା କାର୍ଯ୍ୟର ସୂଚାର ସମ୍ପାଦନ ପାଇଁ ହିଞ୍ଜିଳିକାଟୁ ବ୍ଲକ ସାରା ଦେଶରେ ପ୍ରଥମ ହେଇ ଗୌରବାନ୍ୱିତ ହେଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବାସୀଙ୍କ ପାଇଁ ଗର୍ବ ଗୌରବ ଆଣି ଦେଇଛି ।କିନ୍ତୁ ଏହି ବ୍ଳକ ଅର୍ନ୍ତଗତ ଖରିଡା ଗାଁ ତଥା ପଞ୍ଚାୟତର ଗାଁ ସାଥି ରୀତା ନାୟକଙ୍କର ଲାଭଖୋର ମନୋବୃତ୍ତି ପାଇଁ ଖରିଡା ପଞ୍ଚାୟତ ସ୍ଥାନୀୟ ବ୍ଳକରେ ପ୍ରଥମ ସ୍ଥାନ ଅଧିକାର କରି ନପାରି କଞ୍ଚୁରୁ ପଞ୍ଚାୟତ ପ୍ରଥମ ପୁରସ୍କାର ପାଇଥିବା କାରଣରୁ ଖରିଡା ପଞ୍ଚାୟତ ବାସୀ ମର୍ମାହତ ହେଇଛନ୍ତି ‌।ଏଣୁ ଆଗାମୀ ଦିନରେ ଖରିଡା ପଞ୍ଚାୟତ ଶ୍ରେଷ୍ଠ ପଞ୍ଚାୟତ ଭାବରେ ଘୋଷଣା ହେବା ଲାଗି ଗାଁ ସାଥି ନାୟକଙ୍କୁ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ସହ ପଞ୍ଚାୟତର କର୍ମକର୍ତ୍ତା ମାନେ ତାଗିଦ କଲେ ମଧ୍ୟ ଖାତିରିକୁ ନେଇ ନଥିବା,ତାଙ୍କର କାର୍ଯ୍ୟ ସମ୍ପାଦନ ଶୈଳୀରୁ ଜଣା ଯାଉଛି ।ତାଙ୍କର ମନମାନି କାର୍ଯ୍ଯ ସମ୍ପାଦନ କରିବାର ଉଦ୍ଧ୍ୟେଶ ରଖି ମିଥ୍ଯା କେଶ୍ ପାଇଁ ଧମକ ଦେଉଥିବା ଆଲୋଚନାକୁ ଆସୁଛି ।ତେଣୁ ତାଙ୍କର ଇଛା ମୁତାବକ ମନରେଗାର ସମସ୍ତ ସରକାରୀ ଗାଇଡ ଲାଇନକୁ ଖାତିରି ନକରି ପ୍ରକଳ୍ପ ସ୍ଥାନର ପରିବର୍ତ୍ତନ କରାଇ ପାରୁଛନ୍ତି ।ଏହି କାରଣରୁ ଏହି ଧୂର୍ତ୍ତ ଗାଁ ସାଥି ଜଣକ ବିନା ସୂଚନା ଫଳକରେ କମ୍ ଶ୍ରମିକ ମାନଙ୍କୁ ନିୟୋଜିତ କରାଇ ଅଧିକ ସଂଖ୍ଯକ ଶ୍ରମିକ ମାନଙ୍କର ହାଜିରା ଦେଉଥିବାର ପ୍ରମାଣିକ ଫଟୋ ତଥ୍ଯ ଗାଁ ଲୋକଙ୍କ ପାଖରେ ରହିଛି ।ସେ କହୁଥିବା ସଂଖ୍ୟାର ଶ୍ରମିକ ମାନଙ୍କର ମାଷ୍ଟର ରୋଲରେ ପଞ୍ଜୀକରଣ କରାଇବାକୁ ଜି ଆର ଏସ ଙ୍କୁ ବାଧ୍ଯ କରି ଭୟଭୀତ କରାଉ ଥିବାର ଖବର ଗାଁର କିଛି ଲୋକଙ୍କ ନଜରରେ ପଡୁଛି ।ଏଇଥି ପାଇଁ ପ୍ରକ୍ଳପରୁ ମାଟି ମାପ ଅନୁଯାୟୀ ଉଠାଣ ହେଇ ନପାରି,ନିଜର ସ୍ବାର୍ଥ ପାଇଁ ଗାଁର ସାମୁହିକ ସ୍ବାର୍ଥରେ ବାଧା ଆଣି ଅଯଥାରେ ସରକାରୀ ଅନୁଦାନର ଅପବ୍ଯୟ  କରାଉଛନ୍ତି ।ଏଣୁ ଆଗାମୀ ଆର୍ଥିକ ବର୍ଷରେ ଯେପରି ଖରିଡା ପଞ୍ଚାୟତ ହିଞ୍ଜିଳି ବ୍ଳକରେ ଶ୍ରେଷ୍ଠ ପଞ୍ଚାୟତର ସ୍ଥାନ ଅଧିକାର  କରି ପୁରସ୍କାର ପାଇବାକୁ ଯୋଗ୍ୟତା ଅର୍ଜନ କରିବାକୁ ପଞ୍ଚାୟତ ବାସୀ ଦୃଢ ଆଶା ରଖିଛନ୍ତି । ଏହି ବୃହତ ସ୍ବାର୍ଥ କାରଣ ପାଇଁ ଶ୍ରୀରୀତା ନାୟକଙ୍କ ମନମାନି ଓ ଅନିୟମିତା କାର୍ଯ୍ଯ ସମ୍ପାଦନ ଉପରେ ବିହୀତ ତଦନ୍ତ କରାଇ  ପଦକ୍ଷେପ ନେବାକୁ ସଚେତନଶୀଳ ଗ୍ରାମବାସୀ ମାନେ‌ ଦାବୀ କରୁଛନ୍ତି।*

Govt
Leave A Reply