ଚଣ୍ଡିଖୋଲ : ପୁର୍ବତଟ ରେଳବାଇର ଖୋର୍ଦ୍ଧାରୋଡ ରେଳ ଡିଭିଜନର ଯାଜପୁର ଜିଲ୍ଲା ଅନ୍ତର୍ଗତ ୫୦ବର୍ଷ ପୁରୁଣା ବୈରୀଠେଙ୍ଗଡ ରେଳଷ୍ଟେସନକୁ ପିଏଚ ପରିବର୍ତ୍ତେ ଦ୍ୱିତୀୟ ଶ୍ରେଣୀ ଷ୍ଟେସନର ମାନ୍ୟତା ଦାବିରେ ଗୁରୁବାର ଦିନ ଦ୍ୱିତୀୟ ଥର ପାଇଁ ଜନ ଆନ୍ଦୋଳନ ଓ ଧାରଣା ଅନୁଷ୍ଠିତ ହୋଇଥିଲା!ବରୈଠେଙ୍ଗଡ ରେଳୱେ ଷ୍ଟେସନ କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ସ୍ଥାନୀୟ ୧୦ଟି ପଞ୍ଚାୟତର ଜନସାଧାରଣ ଓ ଲୋକ ପ୍ରତିନିଧି ମାନେ ମିଳିତ ହୋଇ ସକାଳ ୮ଟା ଠାଳୁ ବୈରୀଠେଙ୍ଗଡ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଓ ପ୍ରତିବାଦ ସଭା ଆୟୋଜନ କରି ଉକ୍ତ ଷ୍ଟେସନକୁ ପିଏଚ ପରିବର୍ତ୍ତେ ଦ୍ୱିତୀୟ ଶ୍ରେଣୀ ଷ୍ଟେସନର ମାନ୍ୟତା ଦେବାକୁ ଦାବିକରିଥିଲେ ! ଏଥିପୂର୍ବରୁ ମଧ୍ୟ ଗତ ୫/୬ ମାସ ପୂର୍ବରୁ ଉକ୍ତ ଷ୍ଟେସନରେ ଲୋକେ ଧାରଣା ଦେବାସହ ଆନ୍ଦୋଳନ କରିଥିଲେ! ସେତେବେଳେ ସ୍ଥାନୀୟ ବିଜେପି ନେତା।ଅମର ନାୟକଙ୍କ ନେତୃତ୍ୱରେ ଅଞ୍ଚଳବାସୀଙ୍କ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଶାକ୍ଷାତ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଥିଲା ଓ ମନ୍ତ୍ରୀ ଉକ୍ତ ଷ୍ଟେସନକୁ ଦ୍ୱିତୀୟ ଶ୍ରେଣୀ ଷ୍ଟେସନର ମାନ୍ୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ! ହେଲେ ବିଭାଗୀୟ ଅଧିକାରୀ ମାନେ ଚଞ୍ଚକତା କରି ଏହି ଷ୍ଟେସନକୁ ଦ୍ୱିତୀୟ ଶ୍ରେଣୀର ମାନ୍ୟତା ଦେବା ପାଇଁ କାର୍ଯ୍ୟ ଆରମ୍ଭ କରିବା ବଦଳରେ ପୂର୍ବପରି ଏହାକୁ ସେହି ପିଏଚ ରଖିଦେବା ପାଇଁ ଯୋଜନା କରୁଥିବା ଆନ୍ଦୋଳନ କାରୀମାନେ ଅଭିଯୋଗ କରି ଧାରଣା ଓ ପ୍ରତିବାଦ ସଭାରେ ମିଳିତ ହୋଇଥିଲେ! ଦୀର୍ଘ ସମୟଧରି ଧାରଣା ଓ ପ୍ରତିବାଦ ସଭା ଚାଲିବାପରେ ସପୃକ୍ତ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ରେଳମନ୍ତ୍ରୀ ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା! ଯଥାଶୀଘ୍ର ଏହି ନିର୍ଯ୍ୟଦାବି ପୁରଣ ନହେଲେ ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି!