ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବୈରୀ ଥାନା ଅନ୍ତର୍ଗତ ବନ୍ତଳା ପଞ୍ଚାୟତ କପାଶଟିକିରୀ ଗ୍ରାମରେ ଗତକାଲି ବୁଧବାର ଦିନ ସକାଳୁ ଟାଙ୍ଗିଆରେ ହାଣି ଦିଅର ଭାଉଜକୁ ହତ୍ୟାକରିବା ଘଟଣା ଏବେ ଭିନ୍ନମୋଡ ନେଇଛି! ଘଟିଥିବା ଏହି ବିଭତ୍ସ ହତ୍ୟାକାଣ୍ଡରେ କେବଳ ଦିଅର ସପୃକ୍ତ ବୋଲି ଯାହା କୁହାଯାଉଥିଲା ତାହା ପଲିସର ତଦନ୍ତପରେ ଏବେ ବଦଳିବାକୁ ଲାଗିଛି! ଏହି ହତ୍ୟାକାଣ୍ଡ ପୂର୍ବ କଳ୍ପିତ ଓ ଯୋଜନାବଦ୍ଧ ଥିବାସହ ଏଥିରେ ଏକାଧିକ ବ୍ୟକ୍ତି ସପୃକ୍ତ ଥିବା ଜଣାପଡିଛି!ଏହି ଚାଞ୍ଜଲ୍ୟକର ତଥ୍ୟ ପଦାକୁ ଆସିବା ପରେ ଏବେ ଏହି।ଘଟଣା ନେଇ ଆଲୋଡନ ସୃଷ୍ଟି ହୋଇଛି! ବୈରୀ ଥାନା ପୋଲିସ ହତ୍ୟାକାରୀ ଦିଅର ଜୟନ୍ତ ନାୟକକୁ ଅଟକରଖି ପଚରା ଉଚରା କରିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ସତ୍ୟ ମିଳିପାରିଥିବା ଆଲୋଚନା ହେଉଛି! ପୂର୍ବ ପାରିବାରିକ ବିବାଦକୁ ନେଇ ବୁଧବାର ସକାଳୁ ଜୟନ୍ତ ତାର ଭାଉଜ ଅନୀତାକୁ ଦାଣ୍ଡରୁ ଘରଭିତରକୁ ଟେକିନେଇ ଅନ୍ୟ ସହଯୋଗୀଙ୍କ ସହ ମିଶି ଆତି ନିର୍ମମଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲି! ହତ୍ୟାକାଣ୍ଡ ପରେ ଅନୀତାର ମୃତଦେହକୁ ଘରଭିତରୁ ବାହାରକୁ ଘୋଷାରି ଆଣି ଦାଣ୍ଡରେ ଫୋପାଡିଦେଇ ଫେରାର ହୋଇଯାଇଥିଲା! ତା’ସହ ତା’ର ସ୍ତ୍ରୀ ଓ ଝିଅ ମଧ୍ୟ ଫେରାର ହୋଇଯାଇଥିଲେ! ହେଲେ ପୋଲିସ ହତ୍ୟାକାରୀ ଜୟନ୍ତର ପୁଅକୁ ଥାନାକୁ ନେଇ ପଚରା ଉଚରା କରି କିଛି।ତଥ୍ୟ ହାସଲ ପରେ ତାକୁ ଛାଡି ଦେଇଥିଲା!