Odisha news

ଘରେ ନଥିବା ବେଳେ କଳାକନା ବୁଲାଇଲେ ଦୃର୍ବୁତ

0
ତାଳଚେର ତା ୦୬/୦୪ ତାଳଚେର ସଦରଥାନା ଅନ୍ତର୍ଗତ ବହ୍ଲରଛକ ନିକଟସ୍ଥ ବିପିନ ମହାନ୍ତି ଓ ତାଙ୍କ ପତ୍ନୀ ଯୋଗଗୁରୁ ରୂପାଲି ମହାନ୍ତି ଦୀର୍ଘ ବର୍ଷରୁ ଘରକରି ରହୁଥିଲେ । କୌଣସି କାରଣରୁ ଉକ୍ତ ଦମ୍ପତି ଘରେ ତାଲାପକାଇ ପଡ଼ୋଶିଘରକୁ ଦେଖାଚାହାଁ କରିବାକୁ କହି ବାହାରକୁ ଚାଲିଯାଇଥିଲେ । ଦୃର୍ବୁତମାନେ ଏହାର ସୁଯୋଗ ନେଇ ଘରର ତାଲାଭାଙ୍ଗି ଘରେପଶି ଜିନିଷପତ୍ର ଫିଙ୍ଗା ଫୋପଡ଼ା କରିବା ସହ ଗଡ଼ରେଜରେ ରଖିଥିବା ଏକ ଡ଼ାଇମଣ୍ଡହାର, ଗୋଟିଏ ସୁନାଚେନ୍‌, ୪ଟି ସୁନାମୋଦି, ୩ଟି ସୁନା ଲକେଟ୍‌, ନଗଦ ୪୦ହଜାର ଟଙ୍କା, ଗୋଟିଏ ଭିଡ଼ିଓ କ୍ୟାମେରା ଓ ଅନ୍ୟାନ୍ୟ ଜିନିଷପତ୍ର ନେଇ କଳାକନା ବୁଲାଇଥିବା ଘଟଣା ସେହି ଅଂଚଳରେ ଏନେଇ ଆତଙ୍କ ଖେଳାଇ ଦେଇଛି । ଏହି ଘଟଣାକୁ ନେଇ ଉକ୍ତ ଦମ୍ପତି ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଘଟଣା ସ୍ଥଳରେ ପଂହଚି ତଦନ୍ତ ଜାରି ରଖିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ସମ୍ପୃକ୍ତ ଦୃର୍ବୁତମାନଙ୍କର ଟେର୍ ପାଇନଥିବା ଜଣାପଡ଼ିଛି ।
Leave A Reply