ବ୍ରହ୍ମପୁର : ବ୍ରହ୍ମପୁର ର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପ୍ରତି ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ହେଉ ଥୀବା ବେଳେ ମା ଙ୍କ ବାପଘର ସ୍ଥାନୀୟ ଦେଶୀ ବେହେରା ସାହି ବାହାରି ମହୁରୀ ରାଜା ଙ୍କ ରାଜବାଟି ଠାରେ ମାଁ ଙ୍କୁ ପୁଜା ଅର୍ଚ୍ଚନା ଆରତି ପରେ ଦେଶୀ ବେହେରା ସାହି ପରିକ୍ରମା କରି ପୁଣି ଅସ୍ଥାୟୀ ମନ୍ଦିର କୁ ଫେରି ଆସିବେ ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି। ଆଜି ଫୁଲ ଚିଙ୍ଗୁଡି ରୁ ଘଟକୁ ପରିବର୍ତ୍ତନ କରିବା ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରବଳ ଭକ୍ତଙ୍କ ସମାଗମ ରେ ଢୋଲ,ଘଣ୍ଟ, କାହାଳି,ଶଙ୍ଖ ସହ ଏକ ବିରାଟ ପଟୁଆରରେ ପରିବାର ପକ୍ଷରୁ ମା ଙ୍କୁ ଆରତି କରାଯାଇଥିଲା। ଦେଶୀ ବେହେରା ସାହି ସ୍ଥିତ ବାପ ଘର ଅସ୍ଥାୟୀ ମନ୍ଦିର ରେ
ଚିଙ୍ଗୁଡି ପୁଜା ଅର୍ଚ୍ଚନା ପରେ ଦେଶୀ ବେହେରା ସାହି ପରିକ୍ରମା କରି ପୁଣି ଅସ୍ଥାୟୀ ମନ୍ଦିର କୁ ଫେରି ଥିଲେ। ହଜାର ହଜାର ଭକ୍ତଙ୍କ ଗହଣରେ ସ୍ଥାୟୀ ମନ୍ଦିର ରେ ପହଞ୍ଚି ଫଳ,ପୁଷ୍ପ, ମିଠା ଓ ଫୁଲ ନୈବେଦ୍ୟ ରେ ଭୋଗ ଲାଗି ପରେ ମା ବୁଢୀ ଠାକୁରାଣୀଙ୍କୁ ମୁଖ୍ୟ ଘଟ ପି ଦେବକୀ ଧରି ଥିବା ବେଳେ ଅନ୍ୟ ୮ଟି ପାର୍ଶ୍ବ ଘଟକୁ ପରିବାର ଅନ୍ୟ ସଦସ୍ୟମାନେ କରିଥିଲେ।
ଅସ୍ଥାୟୀ ମନ୍ଦିରରେ ପହଞ୍ଚି ଥିଲେ। ପ୍ରସିଦ୍ଧ ବ୍ରହ୍ମପୁର ଦ୍ଵିବାର୍ଷିକୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।ଦେଶୀ ବେହେରା ତଥା ମା’ଙ୍କ ବାପା କୁହାଯାଇଥିବା ପି. ଦୁର୍ଗା ପ୍ରସାଦ ବିରାଟ ଶୋଭାଯାତ୍ରାରେ ଯାଇ ମା’ଙ୍କୁ ଆମନ୍ତ୍ରଣ କରିଥିଲେ। ଏହି ଯାତ୍ରା ପାଇଁ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡି କରାଯିବା ସହ ମା’ଙ୍କ ଶୋଭାଯାତ୍ରାରେ ଭକ୍ତଙ୍କ ପକ୍ଷରୁ ପୂଜାର୍ଚ୍ଚନା ପାରମ୍ପରିକ ରୀତିରେ କରାଯାଇ ମା’ଙ୍କୁ ନେଇ ଅସ୍ଥାୟୀ ମଣ୍ଡପ ଅଭିମୁଖେ ବିରାଟ ଶୋଭାଯାତ୍ରାରେ ମନ୍ଦିରରେ ପହଞ୍ଚି ଥିଲେ। ରାସ୍ତାରେ ସମ୍ପୂର୍ଣ୍ଣ ଭାବେ ଯାନବାହାନ ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହି ଯାତ୍ରା ଅବସରରେ ଆଜି ଅସ୍ଥାୟୀ ମନ୍ଦିର ରେ ଫୁଲ ଚିଙ୍ଗୁଡି ରୁ ଘଟ ରେ ପରିବର୍ତନ ପରେ ଘଟ ଓ ପାର୍ଶ୍ବ ଘଟ ଧରି ସାହି ପରିକ୍ରମା କରିଛନ୍ତି ବୋଲି ଯାତ୍ରା ପରିଚାଳକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ସୂଚନା ଦେଇଛନ୍ତି। ଆଜି ଅସ୍ଥାୟୀ ମଣ୍ଡପରେ ମାନସିକ ଧାରୀ ଭକ୍ତଙ୍କ ବିଭିନ୍ନ ବେଶ ଧାରଣ କରି ମା’ଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଏହି ଯାତ୍ରା ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାକୁ ଉତ୍ସବ ମୁଖରିତ କରିବ।