ଦଶପଲ୍ଲା ୬/୪ : ଦଶପଲ୍ଲା ଐତିହାସିକ ଲଙ୍କାପୋଡି ଯାତ୍ରା ର ମୁଖ୍ୟ ଆକର୍ଷଣ ୩୫ ଫୁଟ ଉଚ୍ଚତା ବିଶିଷ୍ଟ କାଷ୍ଠ ନିର୍ମିତ ରାବଣ ଶୋଭା ପାଉଛି। ରାବଣ କୁ ବ୍ରହ୍ମା ଙ୍କ ଚତୁର୍ଥ ପୁରୁଷ, ରୂକ୍ ବେଦ ର ଭାସ୍ୟକାର, ଲାଲକିତାବ ର ରଚୟିତା, ଶିବ ଙ୍କ ଧର୍ମପୁତ୍ର, ସର୍ବଶ୍ରେଷ୍ଠ ରାଜନୀତିଜ୍ଞ, ଶକ୍ତି ସାଧକ, ଶିବ ତାଣ୍ଡବ ର ସ୍ରଷ୍ଟା , ରାବଣ ସଂହିତାର ରଚୟିତା, କଳି ଯୁଗର ଶ୍ରେଷ୍ଟ ତନ୍ତ୍ର ସାବର ତନ୍ତ୍ରର ପ୍ରଣତା ବିଶ୍ରବା ନନ୍ଦନ ଶ୍ରୀ ରାବଣଙ୍କ ମହାଵୀରକ୍ଷେତ୍ର ଦଶପଲ୍ଲାରେ ଏକ ସ୍ଵତନ୍ତ୍ର ପରିଚୟ ଓ ସଂମାନ ରହିଆସିଛି। ଏଠି ରାବଣ ଙ୍କୁ ମାଳ ମହାର୍ଘ ଅର୍ପଣ ସହିତ ସର୍ବଶ୍ରେଷ୍ଠ ସମ୍ମାନ ଦିଆଯାଏ । ବହୁତ ସ୍ୱଳ୍ପ ଜାଗାରେ ରାବଣଙ୍କ ପ୍ରତି ଏଭଳି ସମ୍ମାନ ବ୍ୟକ୍ତ କରାଯାଏ।କେବଳ ଅପକର୍ମ କାହାର ପରିଚାୟକ ହୋଇ ନ ଥାଏ ବରଂ ତା’ର କିଛିଟା ଉଚିତ କର୍ମକୁ ବି ଦେଖିବା ଉଚିତ। କାଷ୍ଠ ନିର୍ମିତ ରାବଣ ବିନା ଦଶପଲ୍ଲା ଲଙ୍କପୋଡି ଅଧୁରା। ତେବେ ଏହି ରାବଣ ଲଙ୍କପୋଡି ଯାତ୍ରା ର ଆକର୍ଷଣ ଥାଏ। ଏହି ରାବଣ କୁ ଦଶପଲ୍ଲା ରେ ପୂଜାର୍ଚ୍ଚନା କରାଯାଇ ଜୀବନ୍ୟାସ ଦିଆଯାଏ। ଲଙ୍କାପୋଡି ଯାତ୍ରା ଆସିଲେ ମନେ ପଡେ ଦଶପଲ୍ଲାର କାଷ୍ଠ ନିର୍ମିତ ଚଳନ କ୍ଷମ ରାବଣ । ଯାହା ଭାରତ ବର୍ଷ ର ଅନ୍ୟ କେଉଁ ଠାରେ ଏଭଳି କାଷ୍ଠ ନିର୍ମିତ ରାବଣ ଦେଖିବାକୁ ମିଳେ ନାହିଁ । ଏହା କାଠ ସହ କିଛି ବାଉଁଶ ପାତି ଓ ନଡ଼ା ପାଳ ରେ ତିଆରି ହୋଇଥାଏ । ବିଶେଷ ଭାବେ ଏହା ୮୦ ଭାଗ କାଠ ରେ ନିର୍ମିତ । ଏହି ରାବଣ କୁ ଚଳନ କ୍ଷମ କରିବା ପାଇଁ ଏହାର ଚତୁର୍ପାର୍ଶ୍ୱରେ କାଠରେ ତିଆରି ଚକ୍ ଲାଗିଥାଏ । ଫଳରେ ଏହା ଆଗକୁ ପଛକୁ ହୋଇ ପାରେ । ଦାଶାନନ୍ ରାବଣ ର ସମସ୍ତ ମୁଣ୍ଡ କାଠରେ ତିଆରି ହୋଇଥିବା ବେଳେ ତାହାର ହାତ , ଗୋଡର ପାଦଶହ ଜୋତା ଏବଂ ରାବଣ ଧରିଥିବା ସମସ୍ତ ଅସ୍ତ୍ର ଶାସ୍ତ୍ର କାଠରେ ନିର୍ମିତ ହୋଇଥାଏ । ବିଧି ଓ ପରମ୍ପରା ଅନୁଯାୟୀ ଦଶପଲ୍ଲା ରେ ଅନୁଷ୍ଠିତ ରାମଲୀଳା ର ସୀତା ଚୋରି ଦିନ ହିଁ ଏହି କାଷ୍ଠ ନିର୍ମିତ ରାବଣ କୁ ଦେଖିବାକୁ ମିଳି ଥାଏ । ଏହା ରାମନବମୀ ଠାରୁ ଆରମ୍ଭ ହୋଇ ସୀତା ଚୋରି ଦିନ ଶେଷ ହୋଇଥାଏ। ସୀତା ଚୋରି ଦିନ ଏହି କାଷ୍ଠ ନିର୍ମିତ ରାବଣ କୁ ବିଧି ଓ ପରମ୍ପରା ଅନୁଯାୟୀ ପଣା, ଗଜାମୁଆଁ ଦିଆଯାଇ ପୂଜାର୍ଚ୍ଚନା କରାଯିବା ସହ ଧୂପ ଦୀପ ଦିଆଯାଇଥାଏ। ବିଶେଷ ଭାବେ ରାବଣ କୁ ପୂଜା କରାଯାଉଥିବା ଭୋଗ କେହି ଖାଆନ୍ତି ନାହିଁ। ଏହି ଭୋଗକୁ ପୋତି ଦିଆଯାଇଥାଏ। ଏହି ରାବଣ ଦେଖିବା ପାଇଁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପ୍ରବଳ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ।