Odisha news

ଆନ୍ତର୍ଜାତିକ ଚନ୍ଦ୍ରାଲୋକ ଯୁବ ଦୁଃସାହସିକ ଯାତ୍ରୀ କୋଣାର୍କରେ ପହଞ୍ଚିଲେ : ଚନ୍ଦ୍ରଭାଗା ସଫେଇ, ବୃକ୍ଷରୋପଣ, ପରିବେଶ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ ପ୍ରଦର୍ଶନ

0
କୋଣାର୍କ – ତା ୫/୪/୨୦୨୩ : ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଓ ପ୍ରେରଣାର ମିଳିତ ସହଯୋଗରେ ଗତ ୪/୪/୨୦୨୩ ଦିନ ପୁରୀ ଯୁବ ହଷ୍ଟେଲ ସମୁଦ୍ର ତଟରୁ ବାହାରି ଥିବା ଆନ୍ତର୍ଜାତିକ ଚନ୍ଦ୍ରାଲୋକ ଦୁଃସାହସିକ ପଦଯାତ୍ରୀ ଦଳ ୩୫ କି.ମି ସମୁଦ୍ର କୂଳେ କୂଳେ ଚାଲି ଚାଲି କୋଣାର୍କ ରେ ପହଞ୍ଚିଥିଲେ ଓ ସମୁଦ୍ର କୂଳର ସଫେଇ କରିଥିଲେ। ସେହିପରି ଗତକାଲି ଟିକନା ଗ୍ରାମରେ ରାତ୍ରିଯାପନ କରିବା ସହିତ ବୃକ୍ଷରୋପଣ, ଜଳ ହିଁ ଜୀବନ ବିଷୟ ବସ୍ତୁକୁ ନେଇ ପଥପ୍ରାନ୍ତ ନାଟକ ଆଦି ପ୍ରଦର୍ଶନ କରିବା ସହିତ ଦେଶାତ୍ମକ ବୋଧକ ନୃତ୍ୟ ଗୀତ ପରିବେଷଣ କରିଥିଲେ। ସେହିପରି ରାମଚଣ୍ଡୀ ନିକଟରେ ବୃକ୍ଷରୋପଣ କରିଥିଲେ।
ଏହାପରେ ୬୦ଜଣ ଦୁଃସାହସିକ ଯାତ୍ରୀ ଆକାଶଛତାରେ ଉଡ଼ିଥିଲେ। ଆକାଶଛତା ଉଡାଣ କରିଥିଲେ ନାଫ ଓଡ଼ିଶା ଚାପ୍ଟର ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ଭୂୟାଁ ଓ ସହଯୋଗୀମାନେ। ସେହିପରି ଏହି ତିନିଦିନ ବ୍ୟାପି ଦୁଃସାହସିକ ଚନ୍ଦ୍ରାଲୋକ ଅଭିଯାନକୁ ପରିଚାଳନା କରିଥିଲେ ପ୍ରେରଣାର ସଭାପତି ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ସାମନ୍ତରାୟ, କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ରାମକୃଷ୍ଣ ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ରେଡ଼କ୍ରସସଂଯୋଜକ ଅଧ୍ୟାପକ ଶ୍ରୀ ସୁବୋଧ କୁମାର ଜଗଦେବ ଓ ଜାତୀୟ ସେବା ଯୋଜନା ଅଧିକାରିଣୀ ଶ୍ରୀମତୀ ଅଲିଭା ବେରୁଆ ପ୍ରମୁଖ ଆୟୋଜକ ଅନୁଷ୍ଠାନର ସ୍ବେଚ୍ଛାସେବୀ ମାନେ। ଏହି ଅଭିଯାନରେ ଦୁଇଟି ଦେଶ,୧୬ଟି ରାଜ୍ୟ ଓ ୧୮୩ ଜଣ ଅଭିଯାତ୍ରୀ ଅଂଶ ଗ୍ରହଣ କରିଥିଲେ ସଂଗ୍ରାମ ସାମନ୍ତ ରାୟ, ରାମକୃଷ୍ଣ ମହାନ୍ତି, ଦିଲ୍ଲୀପ ଶ୍ରୀଚନ୍ଦନ
Leave A Reply