ଚଣ୍ଡିଖୋଲ/ଛତିଆ,୦୫/୦୪ : ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ବ୍ଳକତଥା ଵୈରୀ ଥାନା ଅଧିନସ୍ଥ ବନ୍ତଳା ପଞ୍ଚାୟତର କପାସ୍କଟିକିରି ଗ୍ରାମରେ ବୁଧବାର ଦିନ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି! ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ରକରି ନିଜ ଭାଉଜକୁ ବାହାରୁ ଘରଭିତରକୁ ଟେକିନେଇ ଟାଙ୍ଗିଆରେ ହାଣି ଅତି ନିର୍ମମଭାବେ ହତ୍ୟା କରିଛି ଦିଅର! ଏହି ଅଭାବନୀୟ ଘଟଣା ଘଟାଇ ହତ୍ୟାକାରୀ ଦିଅର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି! ମୃତ ମହିଳା ଜଣକ ହେଉଛନ୍ତି କପାଶଟିକିରୀ ଗ୍ରାମର ଗୌରାଙ୍ଗ ନାୟକଙ୍କ ପତ୍ନୀ ଅନୀତା ନାୟକ(୪୫) ଏବଂ ତାଙ୍କୁ ହତ୍ୟା କରିଥିବା ଦିଅରର ନାମ ହେଉଛି ଜୟନ୍ତ ନାୟକ ! ବୁଧବାର ସକାଳୁ ଅନୀତା ନିଜ ଘର ସାମନା ଦାଣ୍ଡରେ ଥିବା ସମୟରେ ଦିଅର ଜୟନ୍ତ ନାୟକ ତାଙ୍କୁ ଘର ଭିତରକୁ ଟେକି ନେଇ ଟାଙ୍ଗିଆ ଓ ଶାବଳ ସାହାଯ୍ୟରେ ଆକ୍ରମଣ କରିଥିଲା! ଫଳରେ ଟାଙ୍ଗିଆ ଚୋଟରେ ହିଁ ଅନୀତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା! ମୃତା ଅନୀତାଙ୍କ ପୁଅ ଏହି ଘଟଣା ଦେଖି ତାଙ୍କ ବାପା ଓ ପଡୋଶୀ ମାନଙ୍କୁ ଡାକ ପକାଇଥିଲେ ସୁଦ୍ଧା କେହି ସଙ୍ଗେସଙ୍ଗେ ଘଟଣା ସ୍ଥଳକୁ ଆସିନଥିଲେ! ଆସିନଥିଲେ! ଏହି ସୁଯୋଗରେ ହତ୍ୟାକାରୀ ଦିଅର ରକ୍ତ ଯୁଡୁବୁଡୁ ଅବସ୍ଥାରେ ଅନୀତାଙ୍କୁ ଘର ବାହାରକୁ ଘୋଷାଡି ଆଣି ଦାଣ୍ଡରେ ଫିଙ୍ଗି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି! ଖବର ପାଇ ବୈରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଳାଇଛି! ମୃତା ଅନୀତାଙ୍କ ପୁଅ ଲଖମିଧର ନାୟକର ଏତଲାକୁ ଭିତିକରି ପୋଲିସ ବୈରୀ ଥାନାରେ ୬୧/୨୩ ନମ୍ବରରେ ଏକ ହତ୍ୟା ମାମଲା ରୁଜୁକରିଛି! ଦୀର୍ଘ ଦିନର ପାରିବାରିକ କଳହ ସହ ଜମିବାଡ଼ି ବିବାଦ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି! ଏନେଇ ପୋଲିସ ତଦନ୍ତ ଚଳାଇଥିବା ବେଳେ ହତ୍ୟାକାରୀର ପୁଅକୁ ଥାନାରେ ଅଟକରଖି ପଚରା ଉଚରା କରୁଛି! ହତ୍ୟାକାରୀକୁ ଧରିବା ପାଇଁ ତିନୋଟି ଟିମ ଗଠନକରି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଯାରୀରଖିଛି! ଏହି ଘଟଣା ଘଟିବା ପରେ ଗ୍ରାମରେ ଅସ୍ୱଭାବିକ ନିରବତା ସୃଷ୍ଟି ହୋଇଛି!