Odisha news

ଦୂର୍ଣ୍ଣୀତିର ବାରୁଦ ଗଦାରେ ରଙ୍ଗେଇଲୁଣ୍ଡା ବ୍ଳକ ମନେରଗା ବିଭାଗ : ଶ୍ମଶାନ କାର୍ଯ୍ୟର ମନେରଗା ଅର୍ଥ ହଡ଼ପ

0
ବ୍ରହ୍ମପୁର:୦୫/୦୪/୨୦୨୩: ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ କୋଳଥିଗା ଗ୍ରା:ପର ଷୋଳବିନ୍ଧା ଗ୍ରାମର ଶ୍ମଶାନ କାର୍ଯ୍ୟର ପ୍ରଦତ୍ତ ଅର୍ଥ କିଛି ଅସାଧୁ ଅଫିସର ମିଥ୍ୟା ବିଲ୍ କରି ହଡ଼ପ ଓ ଆତ୍ମସାତ କରିଥିବାର ଅଭିଯୋଗ ଗ୍ରାମବାସି କରିଛନ୍ତି ।
ସୂଚନାଯୋଗ୍ୟ, ୨୦୨୧-୨୧ ଆର୍ଥିକ ବର୍ଷରେ ସେହି ଗ୍ରାମରେ ଏକ ଶ୍ମଶାନ ନିର୍ମାଣ ନିମନ୍ତେ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ଅନୁଦାନ ମିଳିଥିଲା । ମାତ୍ର ଗ୍ରାମବାସୀଙ୍କ ସରଳତାର ସୁଯୋଗ ନେଇ କିଛି ଅସାଧୁ ଅଫିସର ଓ କର୍ମଚାରୀମାନେ ଗ୍ରାମବାସୀଙ୍କ ଅଗୋଚରରେ ଶ୍ରମିକଙ୍କ ମୁଲ ବାବଦକୁ ଟ୧୭୫୦ଙ୍କା ଓ ମେଟେରିଏଲ୍ କଷ୍ଟ ବାବଦରେ ସିମେଣ୍ଟ ବସ୍ତା ପିଛା ବଜାର ଦର ୩୭୦ ଟଙ୍କା ପରିବର୍ତ୍ତେ ୬୭୦ ଟଙ୍କା ଲେଖାଏଁ ୬୯୭୮୭ ଟଙ୍କା ଓ ଲୁହା ରଡ୍ ବାବଦରେ ୫୮୭୦୨ ଟଙ୍କା ମୋଟରେ ୧,୨୮,୪୯୦ ଟଙ୍କା ଷୋଳବିନ୍ଧା ଗ୍ରାମ ଠାରୁ ୩୦ କିଲୋମିଟର ଦୂର ଚିକିଟି ବ୍ଳକ ଅନ୍ତର୍ଗତ ବାଦି ଛକରେ ଥିବା ଚୈତନ୍ୟ ଟ୍ରେଡରସ୍ ନାମକ ଏକ ଭେଣ୍ଡରଙ୍କ ଖାତାକୁ ଅନଲାଇନରେ ଟଙ୍କା ପୈଠ କରିଛନ୍ତି । ଗ୍ରାମବାସୀମାନେ ଏହା ମନେରଗା ଲିଙ୍କରେ ଅନୁସନ୍ଧାନ କରି ଜାଣିବା ପରେ ଏହା ଲୋକଲୋଚନକୁ ଆସିଛି । ଗ୍ରାମବାସୀମାନେ ଅଧିକା ଅନୁସନ୍ଧାନ କରିବା ଦ୍ୱାରା ଜାଣି ପାରିଛନ୍ତି ଯେ, ଏହି ଭଳି ଭାବେ ଗତ ପାଞ୍ଚ ବର୍ଷ ଧରି ବିଭିନ୍ନ ଶହ ଶହ ଫଲ୍ସ ବିଲ୍ କରି ତାଙ୍କର କିଛି ହାତ ଗଣତି ବିଶ୍ବସ୍ଥ ଭେଣ୍ଡର ମାନଙ୍କ ଖାତାକୁ ଟଙ୍କା ପୈଠ କରି କୋଟି କୋଟି ଟଙ୍କା ହଡ଼ପ ଓ ଆତ୍ମସାତ କରିଛନ୍ତି ।
ଏହାବ୍ୟତୀତ, ବିଶେଷ ଅନୁସନ୍ଧାନ ରୁ ଜଣାପଡିଛି ଯେ, ମନେରଗା ଯୋଜନାରେ ମେଟରିଏଲ କଷ୍ଟ ପେମେଣ୍ଟ ସମୟରେ ଶହ ଶହ ନିରିହ ଠିକାଦାରଙ୍କ ପ୍ରାପ୍ୟର ପ୍ରତ୍ୟେକ ବିଲରୁ ଅର୍ଥ ନିଅଣ୍ଟିଆ ବା ପୁରା ବିଲ୍ ଅର୍ଥ ଅନଲାଇନରେ ନେଉନି କହି ପାଞ୍ଚରୁ ତିରିଶି ହଜାର ଟଙ୍କା ଲେଖାଏଁ କାଟି ରଖି, ପରବର୍ତ୍ତୀ ସମୟରେ ମେଟେରିଏଲ୍ ବିଲ୍ ପେମେଣ୍ଟ କରିବା ସମୟରେ କାଟି ରଖିଥିବା ଅର୍ଥକୁ ସେମାନଙ୍କ ବିଶ୍ବସ୍ଥ ଭେଣ୍ଡେର ମାନଙ୍କ ଖାତାକୁ ଛାଡି କୋଟି କୋଟି ଟଙ୍କାର ସରକାରୀ ଓ ଠିକାଦାରଙ୍କ ଅର୍ଥ ହଡ଼ପ ଓ ଆତ୍ମସାତର ଅଭିଯୋଗ କରିଛନ୍ତି ଓ ହଡ଼ପ ଅର୍ଥର ପରିମାଣ ଗତ ପାଞ୍ଚ ବର୍ଷ ଧରି ପ୍ରାୟ ତିନିରୁ ପାଞ୍ଚ କୋଟି ହେବ ବୋଲି ଦାବି କରିଛନ୍ତି ଓ ତଦନ୍ତ ସମୟରେ ଦୂର୍ଣ୍ଣୀତିଗ୍ରସ୍ତଙ୍କ ଅନ୍ୟ ବିଶ୍ବସ୍ଥ ଭେଣ୍ଡେର ମାନଙ୍କ ନାମ ପରିପ୍ରକାଶ କରିବାକୁ ସୁଚାଇଛନ୍ତି ।
ସୂଚନାଯୋଗ୍ୟ, ରଙ୍ଗେଇଲୁଣ୍ଡା ବ୍ଳକ ବିରୋଧରେ ବିଭିନ୍ନ ଦୂର୍ଣ୍ଣୀତି ପ୍ରସଙ୍ଗରେ ମାନ୍ୟବର ଲୋକାୟୁକ୍ତ, ଭିଜିଲାନ୍ସ ବିଭାଗ ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ ଓ ତଦନ୍ତ ଚାଲୁ ରହିଥିବା ଓ ବିଭିନ୍ନ ଛାପା ଓ ବୈଦୁତିକ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ହେଉଥିଲେ ମଧ୍ୟ କୋଳି ଖାଇ ମଞ୍ଜି ପୋତିବା ନ୍ୟାୟରେ ଦୀର୍ଘ ବର୍ଷ ଧରି ଆସ୍ଥାନ ଜମେଇ ରହିଥିବା କିଛି ଅସାଧୁ ଅଫିସର ଓ କର୍ମଚାରୀଙ୍କ ଚୈତନ୍ୟ ଉଦୟ ନହେବା ଆଶ୍ଚର୍ଯ୍ୟଜନକ ଓ  ଦୂର୍ଣ୍ଣିତୀ ଥମିବାର ନା ଗନ୍ଧ ଧରୁନାହିଁଁ ବରଂ ଦୂର୍ଣ୍ଣୀତିର ଉନ୍ନତି ହେବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ତେଣୁ ଗ୍ରାମବାସୀମାନେ, ଏହି ଅଭିଯୋଗର ଅଭିଯୋଗ ପତ୍ର ଜିଲାପାଳ ଗଞ୍ଜାମ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗଞ୍ଜାମ, ଭିଜିଲାନ୍ସ ନିର୍ଦ୍ଦେଶକ କଟକ, ବ୍ରହ୍ମପୁର ଭିଜିଲାନ୍ସ ଏସପି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୂବନେଶ୍ବର, ନିର୍ଦେଶକ ଜିଏସଟି ଇଣ୍ଟେଲିଜେନସ୍ ଭୂବନେଶ୍ବର, ସଚିବ ପଞ୍ଚାୟତ ରାଜ ବିଭାଗ, ବ୍ରହ୍ମପୁର ପୋଲିସ ଏସପି ଓ ଥାନାଧିକାରୀ ଗୋଳନଥରାଙ୍କୁ ପ୍ରେରଣ କରି ଅପରାଧିକ, ଦୂର୍ଣ୍ଣୀତି ନିବାରଣ ଆଇନ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ମନି ଲେଣ୍ଡରିଙ୍ଗ ଆକ୍ଟ୍ ରେ ମକଦ୍ଦମା ରୁଜୁ କରି ଗତ ପାଞ୍ଚ ବର୍ଷର ଆର୍ଥିକ ଅନିୟମିତତା, ଅପବୟିତା ଓ ଅର୍ଥ ଆତ୍ମସାତର ତଦନ୍ତ କରିବା, ବେଆଇନ ଭାବେ ଠୁଳ କରିଥିବା ସେମାନଙ୍କ ଆୟ ବହିର୍ଭୁତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିଣାମ ଆକଳନ କରିବା   ଓ ବିଡ଼ିଓ,ଏପିଓ(ମନେରଗା), ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର, ପିଇଓ ଓ ଜିଆରଏସ୍ ଭଳି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଚାକିରିରୁ ବହିଷ୍କାର କରିବା ଓ ଗିରଫ କରି ନ୍ୟାୟିକ ହେପାଜତ/ଜେଲକୁ ପଠାଇବାକୁ ଦାବି କରିଛନ୍ତି ।
Leave A Reply