ଠାକୁରମୁଣ୍ଡା -5/4 : ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା ଉତ୍କଟ ଥିବା ବେଳେ ଦୀର୍ଘ ଦିନର ଦାବି ପରେ ଡାକ୍ତର ଗିରିଶ ଚନ୍ଦ୍ର ଅଧିକାରୀଙ୍କୁ ଠାକୁରମୁଣ୍ଡାକୁ ବଦଳି କରାଯାଇଛି l ସେ ଅତ୍ୟନ୍ତ ଲୋକପ୍ରିୟ ଏବଂ ଭରସା ଯୋଗ୍ୟ ଥିବାବେଳେ ଗତ ବର୍ଷେ ତଳେ ତାଙ୍କୁ ଏଠାରୁ ସାନଜାମବିଲା ଏବଂ ପୁନଶ୍ଚ ସାରସକଣା ବଦଳି କରାଯାଇଥିଲା l ସେବେଠାରୁ ଠାକୁରମୁଣ୍ଡା ଅଞ୍ଚଳବାସୀ ସିଡିଏମବ, ଜିଲ୍ଲାପାଳ ଏବଂ ମନ୍ତ୍ରୀଙ୍କ ଠାରେ ବାରମ୍ବାର ଦାବି କରିଆସୁଥିଲେ l ଗତ 4 ତାରିଖରେ ସେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେବା ପରେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି l ସଫଳ ଚିକିତ୍ସକ ଭାବେ ତାଙ୍କର ବେଶ ସୁନାମ ରହିଛି l