Odisha news

ରାତି ଅଧିଆ ଯଚା ଗଛକୁ ନେଇ ଚର୍ଚ୍ଚା

0
ପାରାଦୀପ-ଦିନ ଯେତିକି ଯେତିକି ଗଡି ଗଡି ଯାଉଚି , ସେତିକି ସେତିକି ରୋଚକ ତଥ୍ୟ ସାମ୍ନା କୁ ଆସୁଥିବା ଆଲୋଚନା ହେଉଛି  | ବନ୍ଦର ନଗରୀ ପାରାଦୀପ ର ମେରାଇନ ଡ୍ରାଇଭ ରୋଡ ର ସଣ୍ଡକୁଦ ଦେଇ ପାରାଦୀପ ତୈଳ ବିଶୋଧନାଗାର ପଛ ପଟ ସାଉଥ ଗେଟ ପାଖରୁ ବର୍ଦ୍ଧମାନ ରାଜା ଓ ସଣ୍ଡ ରାଜା ଙ୍କ 67 ଏକର ଜମି ଚଞ୍ଚକତା କରି ହଡପ କରିବା ପରେ ଏବେ ସେହି ଜମି ରେ ଥିବା ପ୍ରାୟ 30 ହଜାର ଝାଉଁ ଗଛ କୁ ଲୁଟି ସେଠାରେ ପ୍ଲଟିଂ କରିବା ଲକ୍ଷ୍ୟ ରଖି ରାତିଅଧିଆ ଗଛ କଟା ଚାଲିଥିବା ଖବର ସମୟ ରେ ପ୍ରକାଶ ପାଇବା ପରେ ଜମି ଓ କାଠ ଦଲାଲ ଙ୍କର ଏବେ ପ୍ରତିଦିନ ନୂଆ ନୂଆ ଯୋଜନା ଆରମ୍ଭ ହୋଇଥିବା ଆଲୋଚନା ହେଉଛି  | ଜମି ର କିସମ ପରିବର୍ତ୍ତନ କରି ଜମି କୁ ଚଢା ଦରରେ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖିଥିବା କିଛି ବ୍ୟବସାୟୀ ପୁଣି କାଲି ଇଫକୋ ଛକରେ ଜୋରଦାର ବୈଠକ କରିଥିବା ଓ ତୁରନ୍ତ ଜମି କୁ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ କଲିକତା ରୁ କେମିକାଲ ଆଣି ଗଛ ଗୁଡିକ ମୂଳ ପାଖରେ ଅଳ୍ପ ଖୋଳି ସେଥିରେ କେମିକାଲ ଭର୍ତି କରି ଗଛ ଗୁଡିକୁ ସମୂଳେ ମାରିବା ଯୋଜନା ଫସର ଫାଟିବା ପରେ ଏବେ କିଛିଦିନ ହେବ ଏକ ନୂଆ ଯୋଜନା ଆରମ୍ଭ ହୋଇଥିବା ଆଲୋଚନା ହେଉଛି  | ପାଖ ଗ୍ରାମ ର ଲୋକଙ୍କୁ ଯୋଗାଡ କରି ମାଗଣା ରେ ଆସି ଗଛ ବୁହାଇ ନେବାକୁ ଦଲାଲ ଅଫର ଦେଇଥିବା ଓ ପ୍ରତିଦିନ ପ୍ରାୟ ଅଳ୍ପ ଅଳ୍ପ ପରିମାଣ ର ଗଛ କାଟି ସେମାନେ ସାଇକେଲ ସାହାଯ୍ୟରେ ନିଜ ଘରକୁ ବୁହାଇ ନେଉଥିବା ମଧ୍ଯ ଚର୍ଚା ଆରମ୍ଭ ହେଲାଣି  | ଆଉ କିଛି ଉପାୟ ନପାଇ ଦଲାଲ ମାନେ ଯେନତେନ ପ୍ରକାରେଣ ଜମି ଉପରୁ ଗଛ ହଟାଇବାକୁ ପାଖ ଗ୍ରାମର ଲୋକଙ୍କୁ କୁଆଡେ ଯାଚିକରି ଗଛ ଗୁଡିକୁ ରାତି ଅଧିଆ ଦେଉଥିବା କୁହାଯାଉଛି  | ପ୍ରତିଦିନ ଠିକ୍ ସନ୍ଧ୍ୟା ଆଠଟା ରୁ କିଛି ଲୋକ ଏହି ଗଛ ଗୁଡିକୁ ନିଜ ନିଜ ସାଇକେଲ ସାହାଯ୍ୟରେ ବୁହାଇ ଆଣୁଥିବା କୁହଯାଉଥିଲା ବେଳେ ସ୍ତାନୀୟ ରେଞ୍ଜର ଓ ରାଜନଗର ଡିଏଫଓ କଣ କରୁଛନ୍ତି ଏବଂ ଏହି ଘଟଣା ରେ ସେମାନଙ୍କର ନିଦ କେବେ ଭାଙ୍ଗିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି  | ପ୍ରତିଦିନ ନୂଆ ନୂଆ ଯୋଜନା କରି ଉକ୍ତ ଜମି ଉପରୁ ଗଛ ହଟାଇବାକୁ ଯୋଜନା ରେ ଥିବା ଜମି ଦଲାଲ ମାନେ ଏବେ ଯାଚିକରି ଗଛ ଗୁଡିକୁ ମାଗଣା ରେ ଠେଲି ଦେଉଥିବା ଚର୍ଚା ଆରମ୍ଭ ହେଲାଣି  | ତୁରନ୍ତ ଏଥିପ୍ରତି ରାଜ୍ଯ ବନ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି  |
Leave A Reply