Odisha news

ଟାଙ୍କୋଳ ଦୁର୍ଘଟଣାରେ ଗୁରୁତର ୩ ସାଙ୍ଗଙ୍କୁ ବାସନ୍ତୀ ମହାପାତ୍ରଙ୍କ ସାହାଯ୍ୟ

0
ନିରାକାରପୁର,୫/୪:  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଜଂକିଆ ଥାନା ଟାଙ୍କୋଳ ଗ୍ରାମର ୩ ଜଣ ସାଙ୍ଗ ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ଗତ ୨୮ ତାରିଖରେ ଗ୍ରାମର ତାରାଦେବୀ ଠାକୁରାଣୀଙ୍କ ନିକଟରେ ଖୁସିରେ ଏକ ଭୋଜି କରିଥିଲେ। କୌଣସି କାର୍ଯ୍ୟରେ ଏମାନେ ଘରକୁ ଯାଇ ପୁଣି ଠାକୁରାଣୀଙ୍କ ପୀଠ କୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ ଦୁର୍ଘଟଣା ଘଟିଥିଲା। ଫଳରେ ଏହି ୩ ଜଣ ଗରିବ ଶ୍ରେଣୀର ଛାତ୍ର ମାନେ ଗୁରୁତର ହୋଇ ଏବେ ଚିକିତ୍ସା ହେଉଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସୋମେଶ ବିଶ୍ଵାଳ, ବାଦଲ ସାହୁ ଓ ଆକାଶ ପ୍ରଧାନ ପ୍ରମୁଖ ତିନି ସାଙ୍ଗ। ଏମାନଙ୍କ ପରିବାର ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଏମାନଙ୍କ ଚିକିତ୍ସା ପାଇଁ କିଛି କିଛି ସହଯୋଗ କରିବାକୁ ଗ୍ରାମବାସୀଙ୍କ ତରଫରୁ ଅନୁରୋଧ କରାଯାଇଥିଲା। ଏହି ଖବର ପାଇ ରାଜ୍ୟ ମହିଳା ବିଜୁ ଜନତା ଦଳ ଉପସଭାନତ୍ରୀ ବାସନ୍ତୀ ମହାପାତ୍ର ଆଜି ଟାଙ୍କୋଳ‌ ଗ୍ରାମକୁ ଯାଇ ଉକ୍ତ ୩ ପରିବାରକୁ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ସମୟରେ ସରପଂଚ ବିରେଶ କୁମାର ରାଜଗୁରୁ, ସମିତି ସଭ୍ୟ ବିଶ୍ଵନାଥ ସାହୁ ଓ ୱାଡ ମେମ୍ବର ସରିତା ବେହେରା ପ୍ରମୁଖ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।
Leave A Reply