ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଖଡ଼ଗ୍ପୁର ରେଳମଣ୍ଡଳର ଖଡ଼ଗ୍ପୁର-ଟାଟା ରେଳ ସେକ୍ସନ ମଧ୍ୟରେ ଖେମାସୁଲି ଷ୍ଟେସନରେ ଏବଂ ଆଦ୍ରl ରେଳମଣ୍ଡଳର ଅଧୀନରେ ଆଦ୍ରl-ଚାଣ୍ଡିଲ ରେଳ ସେକ୍ସନର କୁସ୍ତାୱର ଷ୍ଟେସନରେ ଆଦିବାସୀ କୁର୍ମି ସମାଜ ଦ୍ୱାରା ଜନ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା କେତେକ ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ମାର୍ଗ ପରିବର୍ତନ ଏବଂ ବାତିଲ ଓ ଆଂଶିକ ବାତିଲ କରାଯାଇଅଛି…
ଟ୍ରେନର ମାର୍ଗ ପରିବର୍ତନ :
A. ଋଷିକେଶରୁ 4 ଏପ୍ରିଲ, 2023 ରେ ଛାଡିଥିବା 18478 ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଏହାର ନିର୍ଧାରିତ ମାର୍ଗ ପରିବର୍ତ୍ତେ ଇବ-ଝାରସୁଗୁଡା ରୋଡ ଏବଂ ସମ୍ବଲପୁର ମାର୍ଗ ଦେଇ ଯାତ୍ରା କରିବ |
B. ନୂଆଦିଲ୍ଲୀରୁ 4 ଏପ୍ରିଲ, 2023 ରେ ଛାଡିଥିବା 12802 ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ଗୋମୋହ-ଭୋଜୁଡିହ-ଆଦ୍ରl-ମେଦିନପୁର ଏବଂ ହିଜଲି ମାର୍ଗ ଦେଇ ଯାତ୍ରା କରିବ |
C. ଆନନ୍ଦ ବିହାର (ନୂଆଦିଲ୍ଲୀ) ରୁ 5 ଏପ୍ରିଲ, 2023 ରେ ଛାଡ଼ିବାକୁଥିବା 12819 ଭୁବନେଶ୍ୱର-ଆନନ୍ଦ ବିହାର ଓଡିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ମେଦିନପୁର-ଆଦ୍ରl-ଭୋଜୁଡିହ-ଗୋମୋହ ମାର୍ଗ ଦେଇ ପରିବର୍ତ୍ତିତ ପଥରେ ଯାତ୍ରା କରିବ |
D. ଜଗଦଲପୁରରୁ 5 ଏପ୍ରିଲ, 2023 ରେ ଛାଡ଼ିବାକୁଥିବା 18006 ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଟାଟା-ଚlଣ୍ଡିଲ-ପୁରୁଲିଆ-ବୋକାରୋ ଷ୍ଟିଲ ସିଟି-ଆଦ୍ରl-ମେଦିନପୁର ମାର୍ଗ ଦେଇ ପରିବର୍ତ୍ତିତ ପଥରେ ଯାତ୍ରା କରିବ |
E. ପୁରୀରୁ 5 ଏପ୍ରିଲ, 2023 ରେ ଛାଡ଼ିବାକୁଥିବା 18477 ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ସମ୍ବଲପୁର-ଝାରସୁଗୁଡା ରୋଡ ଏବଂ ଇବ ମାର୍ଗ ଦେଇ ପରିବର୍ତ୍ତିତ ପଥରେ ଯାତ୍ରା କରିବ |
F. ନୂଆଦିଲ୍ଲୀରୁ 5 ଏପ୍ରିଲ 2023 ରେ ଛାଡ଼ିବାକୁଥିବା 22824 ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଗୋମୋହ-ଭୋଜୁଡିହ-ଆଦ୍ରl-ମେଦିନପୁର ଏବଂ ହିଜଲି ମାର୍ଗ ଦେଇ ପରିବର୍ତ୍ତିତ ପଥରେ ଯାତ୍ରା କରିବ |
G. ଋଷିକେଶରୁ 5 ଏପ୍ରିଲ, 2023 ରେ ଛାଡିବାକୁଥିବା 18478 ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଏହାର ନିର୍ଧାରିତ ମାର୍ଗ ପରିବର୍ତ୍ତେ ଇବ-ଝାରସୁଗୁଡା ରୋଡ ଏବଂ ସମ୍ବଲପୁର ମାର୍ଗ ଦେଇ ପରିବର୍ତ୍ତିତ ପଥରେ ଯାତ୍ରା କରିବ |
ଟ୍ରେନ୍ ବାତିଲ୍:
A. 12801/12802 ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ଉଭୟ ଦିଗରୁ 5 ଏପ୍ରିଲ, 2023 ରେ ବାତିଲ ରହିବ |
B. ହାଓଡ଼ା ଠାରୁ ଏପ୍ରିଲ 5 ଓ 6 ତାରିଖରେ ଛାଡିବାକୁ ଥିବା 18005 ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ବାତିଲ ରହିବ |
C. ହାଓଡ଼ା ଠାରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 22861 ହାଓଡ଼ା-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ବାତିଲ ରହିବ |
D. ଭୁବନେଶ୍ୱର ରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 22823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ବାତିଲ ରହିବ |
E. ଟିଟିଲାଗଡ଼ରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 12872 ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ବାତିଲ ରହିବ |
F. ଜଗଦଳପୁରରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 18006 ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ବାତିଲ ରହିବ |
G. ପୁରୀ ରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 18477 ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାତିଲ ରହିବ |
H. ପୁରୀ ରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 12801 ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ବାତିଲ ରହିବ |
ଟ୍ରେନର ଆଂଶିକ ବାତିଲ୍:
A. 5 ଏପ୍ରିଲ, 2023 ରେ ଭିଲୁପୁରମ୍ ରୁ ଛାଡ଼ିବାକୁଥିବା 22606 ଭିଲୁପୁରମ୍-ପୁରୂଲିଆ ଏକ୍ସପ୍ରେସ ଆଦ୍ରl ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଆଦ୍ରl ଠାରୁ ପୁରୂଲିଆ ପର୍ଯ୍ୟନ୍ତ ବାତିଲ ରହିବ |
B. 7 ଏପ୍ରିଲ, 2023 ରେ ପୁରୂଲିଆରୁ ଛାଡ଼ିବାକୁଥିବା 22605 ପୁରୂଲିଆ-ଭିଲୁପୁରମ୍ ଏକ୍ସପ୍ରେସ ପୁରୂଲିଆ ପରିବର୍ତ୍ତେ ଆଦ୍ରl ଠାରୁ ଛାଡି ଭିଲୁପୁରମ୍ ଯାତ୍ରା କରିବ | ଏହି ଟ୍ରେନ ପୁରୂଲିଆ ଠାରୁ ଆଦ୍ରl ମଧ୍ୟରେ ବାତିଲ ରହିବ |