Odisha news

କାହିଁକି ଏଲନ ମସ୍କ ରାତାରାତି ପରିବର୍ତନ କଲେ ଟୁଇଟର ଲୋଗୋ ? କଣ ରହିଛି ଏହା ପଛରେ ବିଶେଷ କାହାଣୀ

0

ଏଲନ ମସ୍କ ଟୁଇଟର କୁ ଏଣ୍ଟ୍ରି କରିବା ପରେ ଲଗାତାର କିଛି ନା କିଛି ପରିବର୍ତନ ନିୟମିତ ହେଉଛି l ଯାହା ବିଷୟରେ କେହି କେବେ ଭାବି ନଥିବେ l  ଏଭଳି ଗୋଟିଏ ପରିବର୍ତନ ବର୍ତ୍ତମାନ ଟୁଇଟର ଲୋଗୋ କୁ ନେଇ ହୋଇଛି l  ଲୋଗୋ ର ପରିବର୍ତନ ହେବା ଯେକୌଣସି ବ୍ରାଣ୍ଡ ପାଇଁ ଗୋଟିଏ ବହୁତ ବଡ଼କଥା, କାହିଁକି ନା ଏହି ଲୋଗୋ ବ୍ରାଣ୍ଡ କୁ ପରିଚୟ ଦେଇଥାଏ l  କିନ୍ତୁ ଏଲନ ମସ୍କ  ଚଢେଇ ରୁ କୁକୁର ବା ଡଗ କୁ ରିପ୍ଲେସ କରିଛନ୍ତି l ଷୋମବାର ଦିନ କୋଣସି ବିନା ଇନଫର୍ମେଶନ ରେ ଲୋଗୋ କୁ ପରିବର୍ତନ କରିଥିଲେ l  ଏହି ପରିବର୍ତନ କେବଳ ୱେବ ଭର୍ଜନ ରେ କରାଯାଇଛି l  ଟୁଇଟର ର ମୋବାଇଲ ଆପ ରେ ବର୍ତମାନ ମଧ୍ୟ ଚଢେଇ ର ଲୋଗୋ ରହିଛି l

କାହିଁକି ମସ୍କ ପରିବର୍ତନ କଲେ ଲୋଗୋ ?
ଏଲନ ମସ୍କ ଗତ ବର୍ଷ ଟୁଇଟର କୁ ୪୪ ଆରବ ଡଲାର ରେ କିଣିଥିଲେ l ଯଦି ଆପଣ କ୍ରିପ୍ଟୋ କରେନ୍ସି ବିଷୟରେ ଜାଣିଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ Dogecoin ବିଷୟରେ ଜାଣିଥିବେ l  ମସ୍କ ମଧ୍ୟ ଅନେକ ସମୟରେ ଡଗ ର ମିମ୍ସ ସେୟାର କରି ଥାଆନ୍ତି l  ସେ ଅନେକ ସମୟରେ ଡୋଜେ କଏନ କୁ ପ୍ରମୋଟ କରିଥିବାର ଦେଖିବାକୁ ମିଳିଥାଏ l  ଷୋମବାର ଦିନ ଟୁଇଟର ପକ୍ଷରୁ ଲୋଗୋ ପରିବର୍ତନ ହେବା ପରେ ଡୋଜେ କଏନ ଭାଲ୍ୟୁ ରେ ୨୦ ପରସେଣ୍ଟ ବୃଦ୍ଧି ହୋଇଥିଲା l ଡଗି ଲୋଗୋ ରେ ପରିବର୍ତନ ହେବା ପରେ ଏଲନ ମସ୍କ ଗୋଟିଏ ଟୁଇଟ କରିଥିଲେ , ସେ ଲେଖିଥିଲେ ଯେ ‘ ଯେଭଳି ପ୍ରତିଶୃତି ଦେଇଥିଲି ‘ ଏହି ଟୁଇଟ ସହିତ ସେ ଗୋଟିଏ ସ୍କ୍ରିନ ସଟ ପୋଷ୍ଟ କରିଥିଲେ , ଯାହା ମାର୍ଚ୍ଚ ୨୦୨୨ ରେ ତାଙ୍କର ଜଣେ ଟୁଇଟର ୟୁଜର ସହିତ କଥାବାର୍ତା ହୋଇଥିଲା l

ଯେଉଁଥିରେ ଉକ୍ତ ୟୁଜର ଜଣଙ୍କ ଲେଖିଥିଲେ ଟୁଇଟର କୁ କିଣନ୍ତୁ ଓ ଚଢେଇ ଲୋଗୋ କୁ ରିପ୍ଲେସ କରନ୍ତୁ l

ଡୋଜେ କଣ ?
ଡୋଜେ କଏନ ଗୋଟିଏ ପ୍ରସିଧ କ୍ରିପ୍ଟୋ କାରେନ୍ସି ଅଟେ ଓ ଏହାକୁ ୨୦୧୩ ରେ ଲଞ୍ଚ କରାଯାଇ ଥିଲା l  Dogecoin କୁ ଵିଲୀ ମାର୍କସ ଓ ଜ୍ୟାକସନ ପାଲମର ୨୦୧୩ ରେ ଲଞ୍ଚ କରିଥିଲେ l  ଏଥିରେ ଶିବା ଇନୁ ଡ଼ଗ ର ଫଟୋ ଲାଗିଥିଲା l

ସବୁଠୁ ବିଶେଷ କଥାଟି ହେଲା ବିଟକଏନ ଓ ଅନ୍ୟ କ୍ରିପ୍ଟୋ କରେନ୍ସି ମଜାକ ଉଡାଇବା ପାଇଁ ଡୋଜେ କଏନ ର କ୍ରିଏଟ କରାଯାଇଥିଲା, କିନ୍ତୁ ୨୦୨୧ ରେ କ୍ରିପ୍ଟ କାରେନ୍ସି ଚର୍ଚାରେ ଆସିଲା l  ଏହା ଚର୍ଚାରେ ଆସିବାର ମୁଖ୍ୟ ନାୟକ ଏଲନ ମସ୍କ ହିଁ ଥିଲେ l  ଏହାପରେ ସେ ଏହି କରେନସି ବିଷୟରେ ଟୁଇଟ କରିବା ଆରମ୍ଭ କରିଥିଲେ ଓ ଲୋକ ଙ୍କ ଧ୍ୟାନ ଏହି ଆଡକୁ ଯିବାକୁ ଲାଗିଲା l
ଡୋଜେକଏନ ର ଲୋଗୋ କୁ ଡୋଜେ କୁହାଯାଇଥାଏ l  ଏହାର ମିମ୍ସ ଭାଇରଲ ହେବାପରେ ଏହା ଲୋକ ମାନଙ୍କୁ ଆକର୍ଷିତ କରିଥିଲା l

ଅନ୍ୟ ପକ୍ଷରେ ଯଦି କହିବା ଏଲନ ମସ୍କ ଙ୍କ ଲୋଗୋ ପରିବର୍ତନ କରିବାର କଥା, ତେବେ ମସ୍କ ଡୋଜେକଏନ କୁ ପ୍ରମୋଟ କରିବା ଓ ପିରାମିଡ଼ ସ୍କିମ ଚଳାଇବା କୁ ଜଣେ ବ୍ୟକ୍ତି ତାଙ୍କ ଉପରେ ଆରୋପ ଲଗାଇ କେଶ କରିଥିଲେ l  ଗତ ବର୍ଷ ଏହି କେଶ କୁ ସମାପ୍ତ କରିବା ପାଇଁ ମସ୍କ ଙ୍କ ଓକିଲ ମାର୍ଚ୍ଚ ୩୧ ରେ କୋର୍ଟ ଙ୍କୁ ଅନୁରୋଧ କରିଥିଲେ l  ଯେଉଁ ବ୍ୟକ୍ତି ଜଣଙ୍କ ମସ୍କ ଙ୍କ ବିରୁଦ୍ଧରେ କେଶ କରିଥିଲେ ସେ ଡୋଜେକଏନ ରେ ଅନେକ ନିବେଶ କରିଥିଲେ l ଯେତେବେଳେ କ୍ରିପ୍ଟ କରେନସି ମାର୍କେଟ ଭାଙ୍ଗିଲା, ତାର ପ୍ରଭାବ ନିବେଶକ ଙ୍କ ଉପରେ ପଡିଲା l  ସେଥିପାଇଁ ଉକ୍ତ ବ୍ୟକ୍ତି ଜଣଙ୍କ ମସ୍କ ଙ୍କ କମ୍ପାନୀ ଟେଲସା ଓ SpaceX ନାଁରେ କେଶ କରିଛନ୍ତି l

ଗତବର୍ଷ ଅକ୍ଟୋବର ମାସରେ ମସ୍କ ଟୁଇଟର କିଣିବା ପୂର୍ବରୁ ମଧ୍ୟ ଡୀଲ କୁ ନେଇ ଖୁବ ଚର୍ଚାରେ ରହିଥିଲେ l  ସେହି ସମୟରେ ଟୁଇଟର ସିଇଓ ପରାଗ ଅଗ୍ରୱାଲ ଓ ମସ୍କ ମଧ୍ୟରେ  ଖୁବ ତର୍କ ହୋଇଥିଲା l  ମାମଲା କୋର୍ଟ ରେ ମଧ୍ୟ ପହଞ୍ଚିଥିଲା l ଶୁଣାଣି ସାରିବା ପୂର୍ବରୁ ମସ୍କ ଟୁଇଟର ସହିତ ଡୀଲ ୪୪ ଆରବ ଡଲାର ରେ ଫାଇନାଲ କରିଥିଲେ l

Leave A Reply