Odisha news

KFC ବ୍ୟାନର ରେ ରହିଥିବା ବୃଦ୍ଧ ବ୍ୟକ୍ତି ଜଣଙ୍କ କିଏ, ଯିଏକି ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ

0

ଧଳା କେଶ, ଛୋଟ ଦାଢ଼ି , ଆକ୍ଷିରେ ଚଷମା, ହାତରେ ବାଡ଼ି, ଓଠ ରେ ସୁନ୍ଦର ସ୍ମିତ ହସ ଓ ଆକ୍ଷି ରେ ଗୋଟିଏ ଅଲଗା ଚମକ l ଏହି ମଣିଷ ଜଣଙ୍କ ସେହି ଯାହାଙ୍କୁ ଆମେ KFC ର ଭଲ ଚିକେନ ର ସ୍ୱାଦ ପାଇଁ ଜାଣିଥାଉ l KFC ନାମ ପାଟିରୁ ବାହାରିବା ମାତ୍ରକେ ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସଭିଙ୍କ ଆଖିରେ ଏହି ମୁହଁଟି ନାଚି ଯାଇଥାଏ l ଏହି ବ୍ୟକ୍ତି ଜଣଙ୍କ ର ଆଉ ଗୋଟିଏ ପରିଚୟ ରହିଛି , ଯିଏକି ଜୀବନ ରେ କଦାପି ହାରିବା ଶିଖି ନାହାନ୍ତି l ଏହି ବ୍ୟକ୍ତି ଜଣଙ୍କ ଥରେ ନୁହେଁ, ୨ଥର ନିଁହେଁ ବରଂ ୧୦୦୦ ଥର ପାଖାପାଖି ଜୀବନ ରେ ଅସଫଳ ହୋଇଛନ୍ତି l କିନ୍ତୁ କଦାପି ହାରି ଯାଇ ନାହାନ୍ତି l ସେ ସବୁବେଳେ ଚେଷ୍ଟାକରି ଚାଲି ଥିଲେ, ଏହାପରେ ସଫଳ ହେଲେ l ସେ ଆଜିକାଲିର ଛୋଟ ପିଲାଙ୍କ ଠାରୁ ନେଇ ଯୁବ ପିଢ଼ି ମାନଙ୍କ ପାଇଁ ଗୋଟିଏ ଉଦାହରଣ l ସେ ହେଉଛନ୍ତି KFC ଆରମ୍ଭ କରିଥିବା ସେଣ୍ଡର୍ସ l

ସେପ୍ଟେମ୍ବର ୯ ତାରିଖ ୧୮୯୦, ସେଣ୍ଡର୍ସ ଇଣ୍ଡିୟାନା ର ହେନରୀବିଳେସହରରେ ନିଜର ଆଖି ଖୋଲିଥିଲେ l ସେ ମାତ୍ର ୬ବର୍ଷ ର ହୋଇଥିଲେ, ଦୁର୍ଭାଗ୍ୟ ବଶତଃ ପିତାଙ୍କୁ ହରାଇଥିଲେ l ପିତାଙ୍କ ଯିବାପରେ କେବଳ ମା ହିଁ ତାଙ୍କ ନିକଟରେ ଥିଲେ , ଯାହାଙ୍କ ସାହାରା ତାଙ୍କ ପାଇଁ ରହିଥିଲା l ଘରର ଅବସ୍ଥା କିଛି ଠିକ ନଥିଲା l  ଏହାପରେ ତାଙ୍କ ମା ଘରୁ ବାହାରିଥିଲେ କାମ କରିବା ପାଇଁ l  କିଛିଦିନ ପରେ ସେଣ୍ଡର୍ସ ମଧ୍ୟ ଚାକିରୀ କରିବାକୁ ଲାଗିଲେ l  ସେଥିପାଇଁ ସେ ନିଜ ପାଠ [ପଢ଼ା ମଧ୍ୟ ଛାଡିଥିଲେ l  ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସେ ଶିକ୍ଷା ଗ୍ରହଣ କରିଥିଲେ l

୧୬ ବୟସ ର ହୋଇଥିବା ସମୟରେ ନିଜର ବୟସ ଲୁଚାଇ ଆମେରିକା ସୈନ୍ୟ ବାହିନୀ ରେ ଯୋଗ ଦେଇଥିଲେ l କିନ୍ତୁ ପରେ ଏହା ଆମେରିକୀୟ ସୈନ୍ୟ ଜାଣିପାରି ଥିଲେ ଓ ତାଙ୍କୁ ସେନା ବାହିନୀ ରୁ ବାହାରକରି ଦିଆଗଲା l ଏହାପରେ ସେ ରେଳବାଇ ରେ ଚାକିରୀ କରି ଜୀବନ ଅତିବାହିତ କରିଥିଲେ l କିଛି କାରଣ ବଶତଃ ତାହା ମଧ୍ୟ ଛାଡିବାକୁ ପଡିଥିଲା l

ଏଥି ମଧ୍ୟରେ ୧୯୨୦ ପାଖାପାଖି ସେ ନୌକା ବା ଡଙ୍ଗା ତିଆରି କରିବାର ଗୋଟିଏ କମ୍ପାନୀ ଖୋଲିଥିଲେ l ସେତେବେଳେ ସେଣ୍ଡରସ ୪୦ ବର୍ଷ ବୟସର ହୋଇ ସାରିଥିଲେ l କିନ୍ତୁ ଏହି ଡଙ୍ଗା ପ୍ରସ୍ତୁତ କାରି କମ୍ପାନୀ ଦୀର୍ଘଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ l ଏଥି ମଧ୍ୟରେ ସେ ଅନେକ କାମ କରି ଛାଡି ସାରିଥିଲେ l ବାରମ୍ବାର ମିଳୁଥିବା ଅସଫଳତା କାରଣରୁ ତାଙ୍କ ମଧ୍ୟରେ ହତାଶା ଭାବ ଦେଖା ଯାଉଥିବା ସତ୍ୱେ ମଧ୍ୟ ସେ ଭାଙ୍ଗିପଡି ନଥିଲେ l

ସେଣ୍ଡର୍ସ ନିଜର ମନକୁ ଦୃଢ଼ କରି ପୁନର୍ବାର ଚିକେନ ଡ଼ିସେସ ପ୍ରସ୍ତୁତ କରିବା ପାଇଁ ଫୁଲ ପ୍ଲାନ ତିଆରି କଲେ l ଶୁଣିବାକୁ ମିଳିଛି ଯେ ପ୍ରାରମ୍ଭିକ ପର୍ଯ୍ୟାୟ ରେ ଲୋକ ଙ୍କ ନିକଟରେ ନିଜର ଚିକେନ ସ୍ୱାଦ ଚଖେଇବା ପାଇଁ ସେ ଲୋକ ଙ୍କୁ ଫ୍ରି ରେ ଚିକେନ ଖାଇବାକୁ ଦେଉଥିଲେ l ଯେତେବେଳେ ଲୋକେ ପସନ୍ଦ କଲେ ତାଙ୍କ ସ୍ୱାଦିଷ୍ଟ ଚିକେନ କୁ ସେ ରାସ୍ତା କଡରେ ଗୋଟିଏ ର୍ରେସ୍ତୁରନ୍ତ ଖୋଲି ବ୍ୟବସାୟ ଆରମ୍ଭ କରିଦେଲେ l  ବ୍ୟବସାୟ ଧୀରେ ଧୀରେ ଜମିଲା ଓ ଭଲ ରୋଜଗାର ମଧ୍ୟ ହେଲା l ଗାଡି ଆଗକୁ ସାମାନ୍ୟ ଗଡିଥିଲା କି ଅଟକି ଗଲା l  ଗୋଟିଏ ଝଗଡା କାରଣରୁ ତାଙ୍କୁ ତାଙ୍କ ର୍ରେସ୍ତୁରନ୍ତ ୪ ବର୍ଷ ପାଇଁ ବନ୍ଦ କରିବାକୁ ପଡିଲା l ପୁନର୍ବାର ସେ ଆଉ ଗୋଟିଏ ରେସ୍ତୁରlନ୍ତ ଖୋଲିବାର ସାହସ ଯୋଗାଡ଼ କଲେ , କିନ୍ତୁ ସେହି ସମୟରେ ବିଶ୍ୱଯୁଧ ଚାଲିଥିବା କାରଣରୁ ବନ୍ଦ କରିବାକୁ ପଡିଲା l

କିନ୍ତୁ ଅଚାନକ ଭାବରେ ଯେତେବେଳେ ସେ ଭାବିଲେ ସବୁ କାମ ବନ୍ଦ କରିଦେବେ ସେହି ସମୟରେ ତାଙ୍କୁ ସାମାଜିକ ସୁରକ୍ଷା ନିୟମ ଅନୁସାରେ ଗୋଟିଏ ଚେକ ମିଳିଲା, ସେତେବେଳେ ତାଙ୍କ ବୟସ ୬୫ ବର୍ଷ ହୋଇ ସାରିଥିଲା l  ଏହା ତାଙ୍କ ପାଇଁ କୌଣସି ସଞ୍ଜିବନୀ ବୁଟୀ ଠାରୁ କମ ନଥିଲା l  ପେନ୍ସନ ଭାବରେ ମିଳିଥିବା ଏହି ୧୦୫ ଡଲାର ରାଶି ତାଙ୍କ ଜୀବନ ପରିବର୍ତନ କରି ରଖିଦେଲା l

ଏହି ରାଶି ଅନୁସାରେ ସେ ପୁନର୍ବାର ଲୋକଙ୍କ ପାଇଁ KFC ଚିକେନ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ l ସେ ଚିନ୍ତା କଲେ ଯେ ନିଜେ ଯାଇ ବଡ ବଡ ହୋଟେଲ ରେ ନିଜର ରେସ୍ତୁରନ୍ତ  ର ଚିକେନ ଦେବେ ଓ ତା ବଦଳରେ ତାଙ୍କ ଠାରୁ ପଇସା ନେବେ l ସେ ଏଭଳି କଲେ ମଧ୍ୟ କିନ୍ତୁ ତାଙ୍କ ରେସିପି କୁ କେହି ହେଲେ ନିଜ ମେନୁ ରେ ଶାମିଲ କରି ନଥିଲେ l ତାଙ୍କ ଚିକେନ ପାଖାପାଖି ୧୦୦୯ ଥର ରିଜେକ୍ଟ କରାଯାଇଥିଲା, କିନ୍ତୁ ତାଙ୍କ ନିକଟରେ ଅନ୍ୟ କୌଣସି ଉପାୟ ନଥିଲା l

ଗୋଟିଏ ହୋଟେଲ ଜଣେ ମାଲିକ କୁ ତାଙ୍କର ଚିକେନ ରେସିପି ପସନ୍ଦ ଆସିଥିଲା ଓ ସେହିଠାରୁ ତାଙ୍କ ଜୀବନ ପରିବର୍ତନ ହୋଇ ଯାଇଥିଲା l ଏହିଠାରୁ ଆରମ୍ଭ ହୋଇ ଯାଇଥିଲା KFC ର କାହାଣୀ l ଦେଖୁ ଦେଖୁ KFC ଫ୍ରାଞ୍ଚାଇଜ ସହର ବାହାରେ ଓ ବିଦେଶ ପହଂଚି ଗଲା l  ୧୯୬୪ ରେ ବେଳକୁ KFC ଫ୍ରାଞ୍ଚାଇଜ ପାଖାପାଖି ୬୦୦ ରେ ପହଂଚି ସାରିଥିଲା l  ପରେ ସେଣ୍ଡରସ ନିଜର KFC କୁ ୨ ମିଲିୟନ ଡଲାର ରେ ନିଜ ନିବେଶକ ଙ୍କୁ ବିକ୍ରୀକରିଦେଲେ l ୧୯୭୧ ରେ ହେୟୁଵାଲେନ ୨୮୫ ମିଲିୟନ ଦଳର ରେ ନିଜ ନାମରେ କରିନେଲେ l  ଏହାପରେ ରେନୋଲର୍ଡସ ହେୟୁବେଲନ ଙ୍କ ନିକଟରୁ ଅଧିଗ୍ରହଣ କରିନେଲେ l  ୧୯୮୬ ରେ ପେପସୀକୋ କମ୍ପାନୀ ୮୪୦ ମିଲିୟନ ଡଲାର ରେ KFC କୁ ନିଜ ନାମରେ କରିନେଲେ l

ଏହି ସବୁ ମଧ୍ୟରେ ସେଣ୍ଡର୍ସ ଙ୍କ ରେସିପି ର ସ୍ୱାଦ କମି ନଥିଲା l ୧୯୭୬ ମସିହାରେ ସେଣ୍ଡର୍ସ ଙ୍କୁ ଦୁନିଆର ସବୁଠୁ ଯୋଗ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ସ୍ଥାନ ମିଳିଥିଲା l ୯୦ ବର୍ଷ ବୟସରେ ଡିସେମ୍ବର ୧୬ ତାରିଖ ୧୯୮୦ ମସିହା ରେ ସେ ଚିର ନିଦ୍ରାରେ ଶୋଇଥିଲେ l ସେ ନିଜ ସଫଳତାର କାହାଣୀ କୁ ଦୁନିଆ ନିକଟରେ ଛାଡ଼ିଦେଇ ଗଲେ l ଯାହା ଆମକୁ ଶିଖାଇ ଦେଇଛି ଯେ ଅସମ୍ଭବ କିଛି ବି ନୁହେଁ l ଯଦି ଦୃଢ଼ ଇଛାଶକ୍ତି ଥିବ ମଣିଷ କୌଣସି କାର୍ଯ୍ୟରେ ମଧ୍ୟ ଅସଫଳ ହେବନାହିଁ l KFC ର ଫୁଲ ଫର୍ମ ହେଉଛି ‘ କେଂତୁକି ଫ୍ରାଏଡ ଚିକେନ ‘ l

Leave A Reply