Odisha news

ଟେନ୍ସନ ବଢ଼ାଇ ଥାଏ ଏହିସବୁ ଜିନିଷ, ଷ୍ଟ୍ରେସ ରେ ରହିବା ସମୟ ରେ ତୁରନ୍ତ କରନ୍ତୁ ଆଭଏଡ଼

0

ଟେନ୍ସନ ମଣିଷ ଜୀବନର ଗୋଟିଏ ଅବିଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ l ଏମିତି କେହି ବ୍ୟକ୍ତି ଏହି ଦୁନିଆରେ ନାହାନ୍ତି ଯାହାଙ୍କର କୌଣସି ଟେନ୍ସନ ନଥାଏ, ଯେତେବେଳେ ସାଧାରଣ ମଣିଷ ଟିଏ ଟେନ୍ସନ ରେ ଗତି କରିଥାଏ ସେ ସେହି ସମୟ ରେ ନିଜର ମାନସିକ ଚାପ କୁ ହ୍ରାସ କରିବା ପାଇଁ ସାହାରା ଟିଏ ଖୋଜିଥାଏ l ଯେପରିକି ସେ ନିଜକୁ ମାନସିକ ଚାପରୁ ଦୁରେଇ ରଖି ପାରିବ ବା ଡାଇଭର୍ଟ କରିପାରିବ l  ତେଣୁ ଆମ ମଧ୍ୟରୁ ଅନେକ ଲୋକେ ଏଭଳି ଅଛନ୍ତି ଯିଏକି ମାନସିକ ଚାପକୁ ହ୍ରାସ କରିବା କୌଣସି ନା କୌଣସି ମାଦକ ଦ୍ରବ୍ୟ ଓ ଅନ୍ୟ ଖାଦ୍ୟ ପଦାର୍ଥ ର ସାହାରା ନେଇଥାଆନ୍ତି l  କିନ୍ତୁ ଚିକିତ୍ସକଙ୍କ ମତରେ ଏଭଳି ପଦକ୍ଷେପ ଠିକ ନୁହେଁ l ଏହା ଆପଣଙ୍କୁ ଭିତରୁ ଅଧିକ ରୋଗଗ୍ରସ୍ତ କରାଇଥାଏ l

– ଟେନ୍ସନ ସମୟରେ ଏହିସବୁ ଜିନିଷ ଠାରୁ ଦୁରେଇ ରୁହନ୍ତୁ –

– ବିଶେଷଜ୍ଞଙ୍କ ମତ ଅନୁସାରେ ମାନସିକ ଚାପ ସମୟରେ ଆପଣ ଯଦି ଉଚ୍ଚ ସରକାର ଯୁକ୍ତ ଭୋଜନ କରିବେ ତେବେ ଅଧିକ ଏଙ୍ଗଯାଇଟି ବୃଦ୍ଧି ପାଇଥାଏ l ତେଣୁ ମାନସିକ ଚାପ ଦେଇ ଗତି କରୁଥିବା ସମୟରେ କେକ, ପେଷଟ୍ରି , ଓ ଅନ୍ୟାନ୍ୟ ମିଠା ଜିନିଷ ଠାରୁ ଦୁରେଇ ରହିବା ଆବଶ୍ୟକ l  ଏହିସବୁ ମିଠା ଜିନିଷ ବ୍ଲଡ଼ ସୁଗାର ବୃଦ୍ଧି ମଧ୍ୟ କରିଥାଏ l

– କିଛି ଲୋକ ଏଭଳି ଥାଆନ୍ତି ଯିଏକି ଚିନି କୁ ଅଣଦେଖା କରି ଆର୍ଟିଫିସିଆଲ ସ୍ବୀଟନର ର ବ୍ୟବହାର କରି ଥାଆନ୍ତି l  ଗବେଷକ ଙ୍କ ମତରେ ସ୍ଵିଟନର ଦ୍ୱାରା ଶରୀରରେ ଷ୍ଟ୍ରେସ ବୃଦ୍ଧି ହୋଇଥାଏ l

– କିଛି ଲୋକେ ଏଭଳି ଥାଆନ୍ତି ଯିଏ କି ଓଭର ଷ୍ଟ୍ରେସ ସମୟରେ କଫି ଅଧିକ ପିଇବାକୁ ପସନ୍ଦ କରି ଥାଆନ୍ତି l  ଯେଉଁ କାରଣରୁ ନର୍ଭସ ସିଷ୍ଟମ ଓଭର ଆକ୍ଟିଭ ହୋଇ ଯାଇଥାଏ ଏବଂ କାଫିନ ଦ୍ୱାରା ବ୍ଲଡ଼ ପ୍ରେସର ବୃଦ୍ଧି ହୋଇଥାଏ ଏବଂ ଏଙ୍ଗଯାଇଟି ବୃଦ୍ଧିର ମଧ୍ୟ କାରଣ ହୋଇଥାଏ l

– ଟେନ୍ସନ ସମୟରେ ତୈଳ ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରହିବା ଉଚିତ l  କାହିଁକି ଟ୍ରାନ୍ସ ଫ୍ୟାଟ ଅଧିକ ଓଜନ ବୃଦ୍ଧିର କାରଣ ଅଟେ, ଯେତେବେଳେ ଟ୍ରାନ୍ସ ଫ୍ୟାଟ ବୃଦ୍ଧି ହୋଇଥାଏ ଶରୀରରେ ମାନସିକ ଚାପ ମଧ୍ୟ ବୃଦ୍ଧି ଅତ୍ୟଧିକ ହୁଏ l

– ଗବେଷଣା କହୁଛି ଯେ ବ୍ୟକ୍ତି ମାନସିକ ଚାପ ସମୟରେ ଶାନ୍ତ ରହିବ ପାଇଁ ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟ ର ସାହାରା ନେଇଥାଏ l  ଯାହାକି ଶରୀର ପାଇଁ କ୍ଷତିକାରକ ଅଟେ l ଅତ୍ୟଧିକ ମାଦକଦ୍ରବ୍ୟ ସେବନ ଦ୍ୱାରା ରକ୍ତଚାପ ବୃଦ୍ଧି ହୋଇ ମଣିଷ ମୃତ୍ୟୁ ମୁଖରେ ପଡିଥାଏ l

Leave A Reply