Odisha news

ଏହିଦିନ ଆଦୌ ନଖ କାଟିବା ଉଚିତ ନୁହେଁ, ଘରକୁ ଆସିଥାଏ ଦରିଦ୍ରତା

0

ଆମ ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରର ଅନେକ ମହତ୍ୱ ରହିଛି l ତେଣୁ ପ୍ରତ୍ୟେକ କାର୍ଯ୍ୟ ପାଇଁ କିଛିଟା ନୀତି ନିୟମ ମଧ୍ୟ ରହିଛି l  ସେହିଭଳି ଜ୍ୟୋତିଷ ଶାସ୍ତ୍ରରେ ନଖ କାଟିବା କୁ ନେଇ ମଧ୍ୟ ଠିକ ସମୟ ଓ ଦିନ ବିଷୟରେ ବିସ୍ତାର ଭାବରେ କୁହାଯାଇଛି l  ଆମେ ସମସ୍ତେ ଘରର ବୟସ୍କ ବ୍ୟକ୍ତି ମାନଙ୍କ ନିକଟରୁ ଶୁଣିଥାଉ କେଉଁ କେଉଁ ବାରରେ ନଖ କାଟନ୍ତି ନାହିଁ l ବିଶେଷ ଭାବରେ ଗୁରୁଜନ ମାନଙ୍କର ଏହି କଥା ପଛରେ ଜ୍ୟୋତିଷ ଶାସ୍ତ୍ର ଓ ବିଜ୍ଞାନ ଲୁଚି ରହିଛି l  ଭୁଲ ଦିନରେ ଓ ଭୁଲ ସମୟରେ ନଖ କାଟିବା ଦ୍ୱାରା ଘରକୁ ନକାରାତ୍ମକ ଉର୍ଜା ର ଆଗମନ ହୋଇଥାଏ ଓ ଜୀବନ ରେ ଅନେକ ଅସୁବିଧା ଦେଖା ଦେଇଥାଏ l  ଦରିଦ୍ରତା ମଧ୍ୟ ବାସ କରିଥାଏ l

– ଷୋମବାର ଦିନ ନଖ କାଟିବା ଉଚିତ ନୁହେଁ l ଏହିଦିନ ନଖ କାଟିଲେ ଯଶ ହାନି ହୋଇଥାଏ ଓ ଦୁଃଖ ବଢି ଯାଇଥାଏ l

– ମଙ୍ଗଳବାର ଦିନ ନଖ କାଟିଲେ ଭାଇ ମାନଙ୍କ ସହିତ ଶତ୍ରୁତା ସୃଷ୍ଟି ହୋଇଥାଏ ଓ ମନମାଳିନ୍ୟ ହୋଇଥାଏ l

– ଗୁରୁବାର ଦିନ ନଖ କାଟିବା ଦ୍ୱାରା ଶିକ୍ଷା ଓ ଜ୍ଞାନ ହ୍ରାସ ହୋଇଥାଏ ପେଟ ସମ୍ବନ୍ଧୀୟ ରୋଗ ରେ ପୀଡିତ ହୋଇ ଥାଆନ୍ତି l

– କଦାପି ଶନିବାର ଦିନ ନଖ କାଟିବା ଉଚିତ ନୁହେଁ l ଏହାଦ୍ୱାରା ଆୟୁ ହ୍ରାସ ହୋଇଥାଏ l

ନଖ କାଟିବାର ଠିକ ସମୟ –
– ଏହି ୪ଟି ଦିନକୁ ଛାଡିଲେ ଅମାବାସ୍ୟା, ସଂକ୍ରାନ୍ତି ଓ ପୁର୍ଣିମାରେ ନଖ କାଟିବା ଉଚିତ ନୁହେଁ l

– ସବୁବେଳେ ମାନେ ରଖିବେ ଅଶୁଭ କାର୍ଯ୍ୟ ରେ ନ ଗାଧୋଇ ନଖ କଟା ଯାଇଥାଏ l

– ନଚେତ ଅନ୍ୟ ଦିନ ଆପଣ ଗାଧୋଇ ସାରି ନଖ କାଟି ପାରିବେ l

– ଧାର୍ମିକ ଦୃଷ୍ଟି ରେ ହେଉ କି ବିଜ୍ଞାନ ଦୃଷ୍ଟିରେ ହେଉ ରାତିରେ ନଖ କାଟିବା ଉଚିତ ନୁହେଁ l

– ଶାସ୍ତ୍ର ଅନୁସାରେ ରାତିରେ ନଖ କାଟିବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ର ଆଗମନ ହୋଇଥାଏ l

– କଦାପି ନଖ ଛିଡ଼ାଇ ଘରେ ଫିଙ୍ଗିବା ଶୁଭ ନୁହେଁ, ଏହାଦ୍ୱାରା ଋଣ ଭାର ବୃଦ୍ଧି ହୋଇଥାଏ l

– ସନ୍ଧ୍ୟା ପରେ ମାଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ତେଣୁ ଏହି ସମୟରେ ନଖ କାଟିବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

Leave A Reply