Odisha news

ପୁଣି ବଘ ବାଛୁରି ଖାଇଲା

0
ନୂଆପଡ଼ା-୪/୪ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ରେଞ୍ଜ ଅଧିନ ଆମାନାରା ପଞ୍ଚାୟତରେ କିଛି ଦିନର ନୀରବତା ପରେ ପୁଣି ରକ୍ତମୁଖା ହୋଇଛି ବାଘୁଣୀ। ମଙ୍ଗଳବାର ସକାଳୁ ପାୱାରତୋଲା ଗାଁର ଜଣଙ୍କ ଗୁହାଳରୁ ବାଛୁରୀକୁ ଟାଣି ନେଇ ଖାଇଯାଇଛି ବାଘୁଣୀ। ସୂଚନାନୁଯାୟୀ, ଗତ ମାସେ ହେବ ଆମାନାରା ପଞ୍ଚାୟତ ମୁଷରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଶାବକ ସହ ବାଘୁଣୀ ଖାଦ୍ୟ ଅନ୍ଵେଷଣରେ ଆସି ଆଡ୍ଡା ଜମାଇ ବସିଛି । ସେହିଦିନ ଠାରୁ ଆମାନାରା ପଞ୍ଚାୟତ ତରିଆ ମହୁଆଭଟା ସମେତ ପାୱାରତୋଲା, ମୋହରାଡ଼ିହି ଗାଁରେ ଆତଙ୍କ ଚଳାଇଛି । ଗତ କିଛି ଦିନର ନୀରବତା ପରେ ପୁଣି ବାଘୁଣୀ ରକ୍ତମୁଖା ହୋଇଛି । ସୋମବାର ରାତିରେ ପାୱାରତୋଲା ଗାଁର ଚିଟିରାମ ସତନାମୀ ନିଜ ଗୁହାଳରେ ଗାଈ ଓ ବାଛୁରୀକୁ ବାନ୍ଧି ରଖିଥିଲେ । ବିଳମ୍ବିତ ରାତିରେ ବାଘୁଣୀ ମୁଷରଙ୍ଗୀ ଜଙ୍ଗଲରୁ ଶିକାର ପାଇଁ ବାହାରିଥିଲା । ପାୱାରତୋଲା ଗାଁର ଚିଟିରାମଙ୍କ ଗୁହାଳରେ ପଶି ବାଛୁରୀକୁ ଶିକାର କରିଛି । ବାଛୁରୀକୁ ଗୁହାଳରୁ ବାଡିକୁ ଟାଣି ନେଇ ବାଘୁଣୀ ଖାଇ ଯାଇଛି । ଅଞ୍ଚଳ ରେ   ବାଘୁଣୀ ଭୟରେ ଲୋକେ ଆତଙ୍କିତ ଅଛନ୍ତି।
Leave A Reply