Odisha news

ବହୁମୂଲ୍ୟ ସେବା ପାଇଁ ରିତାରାଣୀଙ୍କୁ ରାଜ୍ୟ ଶିକ୍ଷକ ପୁରସ୍କାର

0

ଖଇରା-୦୪/୦୪ : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଧୋବାଗଡିଆ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ରୀତାରାଣୀ ଦାସ ପେଶାରେ ଜଣେ ଶିକ୍ଷକଓ ନିଶାରେ ଜଣେ କବୟତ୍ରୀ ଅଟନ୍ତି । ସାହିତ୍ୟ ଆଲୋଚନା ହେଉ କି କବିତା ପାଠୋତ୍ସବ ହେଉ ପ୍ରାୟ ପ୍ରତ୍ୟେକଟି ସଭା ବିମଣ୍ଡିତ କରି ଆଲୋଚନାକୁ ରୁଚିମନ୍ତ କରିଥାନ୍ତି । ତାଙ୍କର ଏହି ସାମଗ୍ରିକ ସଫଳତା ପାଇଁ ତାଙ୍କୁ ଜିଲା ପ୍ରଶାସନ ଉକ୍ରଳ ଦିବସରେ ଜିଲ୍ଲାସ୍ତରରେ ସମ୍ମାନୀତ କରାଯାଇଛି । ଏହାପରେ ସଂପୃକ୍ତ ଶିକ୍ଷୟତ୍ରୀଙ୍କୁ ବିଭିନ୍ନ ମହଲରୁ ଶୁଭେଛା ପ୍ରଦାନ କରାଯାଇଛି । ଜଣେ ଛାତ୍ର ବତ୍ସଳ ଶିକ୍ଷୟିତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ରିତାରାଣୀ ଖଇରା ଅଞ୍ଚଳର ପ୍ରତ୍ୟେକ ସଙ୍ଗଠନ ସହ ସାମିଲ ଅଛନ୍ତି ।

Leave A Reply