Odisha news

·କିରୀ କରାଇଦେବାର ପ୍ରଲୋଭନ ଦେଖାଇ ଟଙ୍କା ଲୁଟିଥିବା ଘଟଣାରେ ୫ଗିରଫ

0

ବାଲେଶ୍ୱର-୦୪/୦୪ : ବର୍ତ୍ତମାନ ସମୟରେ ବେକାରୀ ସମସ୍ୟା ବଢି·ଲିଛି । ଶିକ୍ଷିତ ବେକାର ଯୁବକ/ଯୁବତୀମାନେ ·କିରୀ ଅନ୍ୱେଷଣରେ ଲାଗିପଡ଼ିଥିବା ବେଳେ କେତେକ ଠକ ବ୍ୟକ୍ତି ସେମାନଙ୍କୁ ·କିରୀ କରାଇଦେବାର ପ୍ରଲୋଭନ ଦେଖାଇ ଟଙ୍କା ଲୁଟୁଥିବା ଘଟଣା ବାବଦରେ ପୁଲିସପକ୍ଷରୁ ତଦନ୍ତ କରାଯାଇ ୫ଜଣଙ୍କୁ ଗରିଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବେକାର ଯୁବକ ଯୁବତୀମାନଙ୍କୁ ·କିରୀର ପ୍ରଲୋଭନ ଦେଖାଇ ଟଙ୍କା ଲୁଟିନେବାପରେ ଆଉ ଧରାଛୁଆଁ ନଦେଉଥିବା ଘଟଣା ସମ୍ପର୍କରେ ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ପକ୍ଷରୁ କେଶ୍ ନମ୍ବର ୧୩୧/୨୦୨୩ମୂଳେ ଭାରତୀୟ ଦଣ୍ଡବିଧି ଆଇନର ୪୧୯ , ୪୨୦,୪୬୭,୪୬୮,୪୭୧ ଓ ୩୪ଧାରେ ମାମଲା ରୁଜୁକରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଥିଲେ ।

ପରବର୍ତ୍ତୀ ସମୟରେ ଘଟଣାରେ ସମ୍ପୃକ୍ତ ସଦରଥାନା ସିନ୍ଦୁରି ଅଞ୍ଚଳର ରାମମାନସ ଦେବବ୍ରତ ମଲ୍ଲିକ, ସମିତା ପଣ୍ଡା, ଅଜିତ କୁମାର ପଣ୍ଡା,ସିଂଲାଥାନା ଗୁହାଳୀପଦା ଗ୍ରାମର ସୁଶୀଲ କୁମାର ମହାନ୍ତି, ବାଲେଶ୍ୱର ଟାଉନ ଟୁଲଙ୍କ ସାହି ଗ୍ରାମର ସମ୍ବିତ କୁମାର ପଣ୍ଡାଙ୍କୁ ଗରିଫ କରିବା ସହ ସେମାନଙ୍କ ନିକଟରୁ ନକଲି ଲେଟରପେଡ଼,ଷ୍ଟାମ୍ପ, ବିଭିନ୍ନ ନକଲି ନିଯୁକ୍ତିପତ୍ର, ଦରଖାସ୍ତ ଫର୍ମ ସମେତ ଅନେକ ଜାଲ କାଗଜପତ୍ର ଜବଦ କରିଛନ୍ତି । ଏହାଛଡ଼ା ନଗଦ ୩ଲକ୍ଷ ୯ହଜାର ଟଙ୍କା, ୧୦ଲକ୍ଷ ୫୦ହଜାର ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ବ୍ୟାଙ୍କ ଏକାଉଣ୍ଟ ଆଦି ଜବଦ କରିଛନ୍ତି । ଜବଦହୋଇଥିବା ବ୍ୟାଙ୍କ ଏକାଉଣ୍ଟରେ ୨୮ଲକ୍ଷ ଟଙ୍କା ଜମା ରହିଥିବାବେଳେ ଜଣେ ଅଭିଯୁକ୍ତଙ୍କର ୮୦ଲକ୍ଷ ଟଙ୍କାର ସ୍ଥାବର ସମ୍ପତି ରହିଥିବାରୁ ସେହି ସମ୍ପତିକୁ ଜବଦ କରାଯାଇଛି । ଏହି ଘଟଣାର କିଙ୍ଗ୍ପିନ୍ ସିନ୍ଦୁରି ଅଞ୍ଚଳର ସଂଜୀବ ପଣ୍ଡା ଫେରାର ଥିବା ଜଣାପଡ଼ିଛି । ପୁଲିସ ପକ୍ଷରୁ ଏବାବଦରେ ଅଧିକ ଖୋଳତାଡ଼ କରାଯିବା ସହିତ ତଦନ୍ତ ଜାରି ରହିଛି ଓ ଏହି ଘଟଣାକୁ ନେଇ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟକୁ ପୁଲିସର ୨ଟି ଟିମ୍ ଯାଇ ଆସାମୀ ମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି ବୋଲି ବାଲେଶ୍ୱର ଏସ୍ପି ସାଗରିକା ନାଥ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ, ସିଟି ଡିଏସ୍ପି ଗାୟତ୍ରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply